ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ସହରର ବରିଷ୍ଠ ନାଗରିକ, ସିଲେଇ ଶିକ୍ଷକ ଝୁମକ ଲାଲ ବର୍ମା ଙ୍କ ଆଜି ୯୪ ବର୍ଷ ବୟସ ରେ ଦେହାନ୍ତ

ଖଡିଆଳ ସହରର ବରିଷ୍ଠ ନାଗରିକ, ସିଲେଇ ଶିକ୍ଷକ ଝୁମକ ଲାଲ ବର୍ମା ଙ୍କ ଆଜି ୯୪ ବର୍ଷ ବୟସ ରେ ଦେହାନ୍ତ

ନୂଆପଡ଼ା ଜିଲ୍ଲା ଖଡିଆଳ ସହରର ବରିଷ୍ଠ ନାଗରିକ, ସଙ୍ଗୀତ ଶିକ୍ଷକ ଝୁମକ ଲାଲ ବର୍ମା ଙ୍କ ଆଜି ୯୪ ବର୍ଷ ବୟସ ରେ ଦେହାନ୍ତ ହୋଇଅଛି। ତାଙ୍କ ମୃତ୍ୟୁ ନେଇ ବିଭିନ୍ନ ମହଲ ରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଶୋକ ବ୍ୟକ୍ତ କରିଛନ୍ତି। ୧୯୩୧ ମସିହାରେ ଜନ୍ମ ଗ୍ରହଣ କରି ଖଡିଆଳ ଠାରେ ତାଙ୍କ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ସେ ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ରେ ସିଲେଇ ଶିକ୍ଷକ ରୂପେ କାର୍ଯ୍ୟକାରୀ ଶିକ୍ଷକଦାନ କରିବା ସହ ରୋଜଗାର ଏବଂ ଆତ୍ମନିର୍ଭରଶୀଳ ହେବାର ପ୍ରୟାସ କରିଥିଲେ। ତାଙ୍କ ଦୁଇ ପୁଅ ଏବଂ ଦୁଇ ଝିଅ ଅଛନ୍ତି। ସେ ଜଣେ ଭଦ୍ର, ଆମୟିକ ଏବଂ ମିଷ୍ଟ ଭାଷୀ ଅଟନ୍ତି। ଶିକ୍ଷକତା ଜୀବନରୁ ଅବସର ନେବା ପରେ ଭବାନୀପାଟଣାରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ। ତାଙ୍କ ଅନ୍ତିମ କ୍ରିୟା ଖଡିଆଳ ଠାରେ ଅନୁଷ୍ଠିତ ହୋଇଯାଇଅଛି।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସୁଲାଇପାଟ ସରକାରୀ ଉଚ୍ଚ ବିଦ୍ଯାଳୟରେ ବେଆଇନ ରୋଷେୟା ନିଯୁକ୍ତି ନେଇ ମହିଳାଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Sunil Chandra Nayak

ଜେକେ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ

Sunil Chandra Nayak

ଆଦିବାସୀ ସଂଘ ପକ୍ଷରୁ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ -ଦାନ ଦେଇ ମହାନତା ଦେଖାଅ -ସାଂସଦ ଶ୍ରୀ ନିରଞ୍ଜନ

masiha

Leave a Comment

error: Content is protected !!