ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ 

ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ 

ବସ୍ତା,26/02 : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନସ୍ଥ ପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଛି। ଦୁର୍ବୃତ୍ତ ମାନେ କାର୍ଯ୍ୟାଳୟର ମୁଖ୍ୟ ଦ୍ବାରର ତାଲା ଭାଙ୍ଗି ଭିତରେ ପଶି ୫୨ ଇଞ୍ଚର ଏଲଇଡ଼ି ଟିଭି,କ୍ୟାମେରା ଓ ୟୁପିଏସ ଚୋରି କରିନେଇ ଚମ୍ପଟ ମାରିଛନ୍ତି।ସୋମବାର ସକାଳ 10 ଟା ସମୟରେ ଗ୍ରାମବାସୀ ଓ କର୍ମଚାରୀମାନେ ପହଞ୍ଚି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ।ଘଟଣା ସମ୍ପର୍କରେ ସରପଞ୍ଚ ସଂଘମିତ୍ରା ବେହେରା ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜନ୍ମେଜୟ ଦଳାଇ ମଧ୍ୟାହ୍ନ 12 ଟା ସମୟରେ ଥାନାରେ ଅଭିଯୋଗ କରିବା ପରେ ଏସ ଆଇ ସନ୍ଦୀପ କୁମାର କୁଜୁର ଓ ଅନ୍ୟ ପୁଲିସ କର୍ମଚାରୀ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ସଦଳବଳେ ପହଞ୍ଚି ଛାନଭିନ୍ ଜାରି ରଖିଥିଲେ।ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ହେବ ବୋଲି ସରପଞ୍ଚ ଶ୍ରୀମତି ବେହେରା ଅପରାହ୍ନ 4 ଟା ସମୟରେ ସୂଚନା ଦେଇଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନୂଆପଡା ତହସିଲଦାର ଦେବେନ୍ଦ୍ର କୁମାର ରାଉତ ନିଲମ୍ବିତ, ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଆତ୍ମାହୁତି ଘଟଣା

Sunil Chandra Nayak

ନିଖୋଜ ବ୍ୟକ୍ତିଙ୍କ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଗଳିତ ଶବ ଉଦ୍ଧାର

masiha

ଆୟ ବହିର୍ଭୂତ ଠୁଳ ମାମଲାରେ ଧର୍ମଗଡ଼ R&B ସବ୍‌-ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଆଜି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

Leave a Comment

error: Content is protected !!