ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘର ଡିହ ପଟ୍ଟା ପାଇବା ପାଇଁ ରାମଚନ୍ଦ୍ରପୁର ଗ୍ରାମବାସୀ ତହସିଲଦାରଙ୍କ ନିକଟ ରେ ଗୁହାରି 

ଘର ଡିହ ପଟ୍ଟା ପାଇବା ପାଇଁ ରାମଚନ୍ଦ୍ରପୁର ଗ୍ରାମବାସୀ ତହସିଲଦାରଙ୍କ ନିକଟ ରେ ଗୁହାରି 

ବନ୍ଧୁଗାଁ ତା ୨୬/୨/୨୪ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ସମସ୍ତ ପରିବାର ଘର ଡିହ ପଟ୍ଟା ପାଇବା ପାଇଁ ତହସିଲ କାର୍ଯ୍ୟଳୟ ରେ ପହଞ୍ଚି ଲିଖିତ ଭାବେ ତହସିଲଦାର ଙ୍କୁ ଦେଇଛନ୍ତି। ଆଜକୁ ପ୍ରାୟ ୧୫ ବର୍ଷ ହେଉଛି ଅନେକ ଥର ୫୦ ଘର ପରିବାର ଘର ପଟ୍ଟା ଖଣ୍ଡିକ ପାଇବା ପାଇଁ ଲିଖିତ ଭାବେ ଜଣାଇ ଆସୁଥିଲେ ମଧ୍ୟ ତହସିଲଦାର ଆସୁ ନ ଥିଲେ। ଆଜି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଅନେକ ଅଧିକାର ପାଇବା ପାଇଁ ଲଢେଇ କରି ଆସୁଥିବା ଚାଷୀମୂଲିଆ ଆଦିବାସୀ ସଂଘର ଜିଲ୍ଲା ସଭାନେତ୍ରୀ ପାଇଡାମା କଣ୍ଡାଗୋରି, ସମ୍ପାଦିକା ସୁରାମା ପିଡ଼ିକା, ସୁବାରାଉ କେଣ୍ଡ୍ରୁ କା,ଆଦାନା କାଡ୍ରାକା ଓ ସମସ୍ତ ଗ୍ରାମବାସୀ ଘର ଡିହ ପଟ୍ଟା ଚିହ୍ନଟ କରି ଦେବା ପାଇଁ ଲିଖିତ ଭାବେ ଜଣାଇଥିଲେ।ରାମଚନ୍ଦ୍ରପୁର ଗ୍ରାମବାସି ଏସ ଟି ଏମ ନାମକ ଟେକ ପ୍ଲାଣ୍ଟ କମ୍ପାନୀ କ୍ରୟ କରି ଥିବା ଜମି ରେ ଆଜକୁ ପ୍ରାୟ ୨୫ ବର୍ଷ ହେଉଛି ଘର କରି ବସବାସ କରି ଆସୁଛନ୍ତି। ସେହି ଜମିର ଘର ଡିହ ପଟ୍ଟା ପାଇବା କଷ୍ଟ କର ଥିବା ବେଳେ ଗାଁ ର ଅଳ୍ପ ଦୂର ରେ ସରକାରୀ ଜମି ଥିବା ସ୍ଥାନୀୟ ରାଜସ୍ୱ ଅଧିକାରି ଙ୍କ ଦ୍ଵାରା ଚିହ୍ନଟ କରାଯାଇଥିଲା। ଉକ୍ତ ଚିହ୍ନଟ ସରକାରୀ ଜମିକୁ ଆମ ୫୦ ଟି ପରିବାର ଙ୍କୁ ଦେବା ପାଇଁ ତହସିଲଦାର ଶ୍ରୀମତୀ ସୋନାଲି ପାତ୍ର ଙ୍କୁ ଉପସ୍ଥିତ ରହିବା ପାଇଁ ଜଣାଇ ଥିଲେ। ଆମେ ଆଜି ଆମ ପରି ଜଣେ ମହିଳା ତହସିଲଦାର ମେଡ଼ମ ଙ୍କୁ ପାଇଛୁ ତୁମେ ଆମକୁ ପଟ୍ଟା କରି ଦିଆ, ତମ ନାମ ହେଲେ ଥିବ ବୋଲି ସୁରମା ପିଡ଼ିକା କହି ଥିଲେ। ଯଦି ବିଳମ୍ବ କରାଯିବ ତାହା ହେଲେ ଆମେ ଆମ ସଙ୍ଗର ଶତାଧିକ ଲୋକ ଆସି ପୁନର୍ବାର ଅଫିସ କୁ ଆସି ଲଢ଼େଇ କରିବୁ। ଗ୍ରାମବାସୀ ଆଜକୁ ୧୫ ବର୍ଷ ହେଉଛି ଲିଖିତ ଭାବେ ତହସିଲଦାର ଙ୍କୁ ଦେଇ ଆସୁଥିଲେ ମଧ୍ୟ ଆମ ଆଦିବାସୀ ମାନଙ୍କ ଦାବିକୁ କିଏ ମଧ୍ୟ ଶୁଣୁ ନାହାନ୍ତି। ଯଦି ଏଥର ଏହି ୧୦ ଦିନ ମଧ୍ୟରେ ତହସିଲଦାର ନ ଆସନ୍ତି ଆମ ଦାବିକୁ ନ ଶୁଣନ୍ତି ଆମେ ଚାଷୀମୂଲିଆ ଆଦିବାସୀ ସଂଘ ର ସହଯୋଗ ନେଇ ଜୋରଦାର ଲଢ଼େଇ କରିବାକୁ  ଗଣମାଧ୍ୟମ ଙ୍କୁ ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

କଠୋର ପରିଶ୍ରମ ହିଁ ସଫଳତା ଦେଇଥାଏ କଳାହାଣ୍ଡି ଶିକ୍ଷା ବିଭାଗ ତରଫରୁ ଶ୍ରେଷ୍ଠ କୃତୀ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା

masiha

ପୋଖରୀ କୁ ଗାଧୋଇବା କୁ ଯାଇ ଶିଶୁ କନ୍ୟା ମୃତ : ଅପମୃତ୍ୟୁ ମାମଲା ରୁଜୁ

Sunil Chandra Nayak

ନବରଙ୍ଗପୁର ରେ ଭିଜନ-୨୦୩୬ ଓ ୨୦୪୭ କାର୍ଯକ୍ରମ 

masiha

Leave a Comment

error: Content is protected !!