ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଇଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୱାର୍ଡମେମ୍ବରଙ୍କ ଧାରଣା

ପିଇଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୱାର୍ଡମେମ୍ବରଙ୍କ ଧାରଣା
ବିଡ଼ିଓଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ
ବଦଳି ନହେଲେ ପୁଣି ଆନ୍ଦୋଳନ ଚେତାବନୀ

ବସ୍ତା ,29/2 ବସ୍ତା ବ୍ଲକ ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତର ପିଇଓ ରଞ୍ଜିତା ଶତପଥିଙ୍କ ମନମୁଖୀ କାର୍ଯ୍ୟ, ପକ୍ଷପlତିତା ଓ ଦୁର୍ବ୍ୟବହାର ବିରୋଧରେ ଗୁରୁବାର ନାଏବ ସରପଞ୍ଚ ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ୱାର୍ଡମେମ୍ବର ରଶ୍ମିତା ପଣ୍ଡା, ପୂଜା ସିଂ, ଆରତୀ ବେହେରା, ଲକ୍ଷ୍ମୀମଣି ସିଂ, ଫକୀର ମୋହନ ପ୍ରଧାନ ପ୍ରମୁଖ ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ l ସରପଞ୍ଚ ସଂଯୁକ୍ତା ନାୟକ ଓ ସମିତି ସଭ୍ୟ ହମିଦ ଖାନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେହେଁ ଆନ୍ଦୋଳନକାରୀ ୱାର୍ଡମେମ୍ବରମାନେ ପିଇଓ ଶତପଥିଙ୍କ ବଦଳି ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ l ଶେଷରେ ଏମପି ପ୍ରତିନିଧି ପ୍ରଦୀପ ପଣ୍ଡା, ସମବାୟ ସମିତି ସଭାପତି ଦେବାଶିଷ ମହାପାତ୍ର, ପୂର୍ବତନ ସମିତି ସଭାପତି ହରେନ୍ଦ୍ର କୁମାର ଦାସ ପହଞ୍ଚି ଆଲୋଚନା କରିଥିଲେ l ବିଡ଼ିଓ ମୋହିନୀ କୁମାର ନାଏକଙ୍କୁ ଅଭିଯୋଗ ସମ୍ପର୍କରେ ଅବଗତ କରାଯାଇଥିଲା l ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ ଫୋନ ଯୋଗେ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା l 7 ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରାନଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l

      ଗୁରୁବାର ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଥିଲା l ଅଭିଯୋଗକାରୀ ୱାର୍ଡମେମ୍ବରମାନେ ପିଇଓଙ୍କ ମନମୁଖୀ ଓ ପକ୍ଷପlତିତା କାର୍ଯ୍ୟ ସମ୍ପର୍କରେ ବୈଠକରେ ଆଲୋଚନା କରିଥିଲେ l ପିଇଓ ଜଣେ ସରକାରୀ ଅଧିକାରୀ ହୋଇ ଦଳୀୟ କର୍ମୀଙ୍କ ବାଇକରେ ବସି ଅଫିସ ଓ ୱାର୍ଡକୁ ଯିବା ଆସିବା କରିବା, ସରପଞ୍ଚ ସଂଯୁକ୍ତା ନାୟକ ଅଧିକାଂଶ ଦିନ ପଞ୍ଚାୟତରେ ଅନୁପସ୍ଥିତ ରହୁଥିବାବେଳେ ସରପଞ୍ଚଙ୍କ ଶ୍ୱଶୁର ନାରାୟଣ ନାୟକ ପଞ୍ଚାୟତରେ ଭତ୍ତା ବାଣ୍ଟିବା ଓ ଅଫିସ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ପିଇଓ ପ୍ରଶ୍ରୟ ଦେବା, ବିଭିନ୍ନ ୱାର୍ଡରେ ୱାର୍ଡମେମ୍ବରଙ୍କୁ ନ ଜଣାଇ ପିଇଓ ନିଜ ଇଚ୍ଛାରେ କାର୍ଯ୍ୟ କରିବା, ବିଭିନ୍ନ ସମୟରେ ପଞ୍ଚାୟତ ବୈଠକକୁ ନୋଟିସ ନଦେଇ ସରପଞ୍ଚଙ୍କ ଶ୍ୱଶୁରଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପକୁ ତାଲିକାଭୁକ୍ତ ଓ ଭତ୍ତା ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ କରିଥିଲେ l ପିଇଓ ରଞ୍ଜିତା ଶତପଥି ୱାର୍ଡମେମ୍ବର ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି l ପ୍ରତିବାଦରେ ସେମାନେ ଧାରଣାରେ ବସିଥିଲେ l କୌଣସି ସମାଧାନ ହୋଇନପାରିବାରୁ କିଛି ସମୟ ପରେ ସରପଞ୍ଚ ଓ ପିଇଓ ଅଫିସରୁ ପଳାଇଥିଲେ l ଏ ସମ୍ପର୍କରେ ପିଇଓ ଶତପଥିଙ୍କୁ ପଚରାଯିବାରୁ ସେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ l ଛୁଆର ଦେହ ଭଲ ନାହିଁ ବୋଲି ସରପଞ୍ଚ ଘରକୁ ପଳାଇଥିଲେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବନ୍ଦେ ମାତରଂ ଜାତୀୟ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

Sunil Chandra Nayak

ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ: ଉଦ୍ଘାଟନୀ ସମାରୋହ 

masiha

ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

Leave a Comment

error: Content is protected !!