ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରୋଇ ବିଦ୍ୟୁତ ବିତରଣ କମ୍ପାନୀର ମନୋମୁଖୀ : ବିପଦଶଙ୍କୁଳ ସ୍ଥିତିରେ ବିଦ୍ୟୁତ ଖମ୍ବ ରଖି ଚୁପ

ଘରୋଇ ବିଦ୍ୟୁତ ବିତରଣ କମ୍ପାନୀର ମନୋମୁଖୀ : ବିପଦଶଙ୍କୁଳ ସ୍ଥିତିରେ ବିଦ୍ୟୁତ ଖମ୍ବ ରଖି ଚୁପ

ତେନ୍ତୁଳିଖୁଣ୍ଟି ୧/୦୩/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ରେ ପ୍ରକଳ୍ପ କଲୋନୀ ର କ୍ୱାଟର କୁ ବିଦ୍ୟୁତସେବା ଓଡିଶା ବିଦ୍ୟୁତ ନିଗମ ସିଧାସଳଖ ଯୋଗାଇ ଦେଉଥିଲା, କିନ୍ତୁ ବିଗତ କିଛିବର୍ଷ ହେଲା ବିଦ୍ୟୁତ ସେବା ବିଦ୍ୟୁତ ବିତରଣ କମ୍ପାନୀ ହାତକୁ ଟେକି ଦେଇ ନିଘୋଡ଼ ନିଦ୍ରା ରେ ଶୋଇଛି ପ୍ରକଳ୍ପ । କର୍ପୋରେଟ ରେସ୍ପୋନସିବିଲିଟି ପାଣ୍ଠି ରୁ ଆଞ୍ଚଳିକ ବିକାଶ ପାଇଁ ଟଙ୍କା ଟିଏ ଦେଉନ ଥିବା ବେଳେ ପ୍ରକଳ୍ପ କର୍ତ୍ତୃପକ୍ଷ ମଧ୍ୟ କଲୋନୀ ରାସ୍ତା ର ରକ୍ଷଣା ବେକ୍ଷଣ କରୁନିକି ସେଥିପାଇଁ ଅର୍ଥ ନିଗମ ଠାରୁ ଆଣିପାରୁନଥିବା ବେଳେ ପ୍ରକଳ୍ପ ଦ୍ବାରା କରା ଯାଇଥିବା ବ୍ୟବସ୍ଥା ରୁ ଅନ୍ୟ ଅଞ୍ଚଳ କୁ ବିଦ୍ୟୁତ ଦେବା ପାଇଁ ଘରୋଇ ବିଦ୍ୟୁତ କମ୍ପାନୀ କାର୍ଯ୍ୟକ୍ରମ ଆରମ୍ଭ କରୁଛି। ଆଧୁନିକତା କୁ ତ ଧ୍ୟା ନ ଦେଉନି କି ଭବିଷ୍ୟତ ଚିନ୍ତା ନ କରି ନିଜ ଇଛା ଅନୁସାରେ ପ୍ରକଳ୍ପ କଲୋନୀ ଓ ପ୍ରକଳ୍ପ ମୁଖ୍ୟରାସ୍ତା ମଧ୍ୟ ଦେଇ 11 କେ ଭି ବିଦ୍ୟୁତ ତାର ନେବା ପାଇଁ ଖୁଣ୍ଟ ପୋତା ଚାଲିଛି ବିଦ୍ୟୁତ ତାର ବାନ୍ଧିବା ପାଇଁ ବୃକ୍ଷ କାଟିବା ସମ ୟ ରେ କଲୋନୀ ମଧ୍ୟ ରେ ଥିବା ବିଦ୍ୟୁତ ପୋଲ ଭାଙ୍ଗି ଯାଇଥିଲା । ଠିକା ନେଇଥିବା ଏଜେନ୍ସିର କାର୍ଯ୍ୟ କେହି ଅଧିକାରୀ ତଦାରଖ କରୁ ନ ଥିବା ରୁ ଏଜେନ୍ସି ମନୋମୁଖୀ ଚାଲିଛି। ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ର ମଧ୍ୟରେ ଥିବା ବିଦ୍ୟୁତ ପୋଲ ଭାଙ୍ଗି ଯିବା ପରେ ଅନ୍ୟ ଏକ କଂକ୍ରିଟ ପୋଲ ଆଣି ପୋତିଲେ କିନ୍ତୁ ପୋତିବାବେଳେ କଂକ୍ରିଟ କରି ନ ଥିବା ବେଳେ ପୁରୁଣା ପୋଲ ରେ ଥିବା ବିଦ୍ୟୁତ ତାର ଓ ଷ୍ଟ୍ରିଟ ଲାଇଟ ତିନି ଦିନ ହେଲାଣି ସେଇ ପୁରୁଣା ରେ ରହିଛି। ପୁରୁଣା ପୋଲ ଓ ନୂତନ ପୋଲ କୁ ଭରସା କେଇ ଖଣ୍ଡ କାଠ ଓ ତାର । ଏଭଳି ବିପଦଶଙ୍କୁଳ ସ୍ଥିତି ରେ ଛାଡି ଏଜେନ୍ସି ତାର କାମ ଆଗକୁ ନେଇ ଚାଲିଛି।  

  ବୃକ୍ଷ କାଟି ଏଭଳି ସ୍ଥିତି ରେ 11 କେ ଭି ବିଦ୍ୟୁତ ତାର କଲୋନୀ ମଧ୍ୟ ଦେଇ ଯିବ ଏବଂ କେଇ ଖଣ୍ଡ କାଠ ଭରସା ରେ ଥିବା ବିଦ୍ୟୁତ ପୋଲ ବର୍ଷା ଦିନରେ କଲୋନୀ ବାସିନ୍ଦା ଙ୍କ ଜୀବନ ପ୍ରତି ବିପଦ ସମ୍ଭାବନା ରହିଛି । ଏଣୁ ତୁରନ୍ତ ବିପଦମୁକ୍ତ ବିଦ୍ୟୁତ ସେବା ଯୋଗାଇବାକୁକଲୋନୀ ବାସୀ ଦାବୀ କରିଛନ୍ତି। ଏ ନେଇ ବିଦ୍ୟୁତ ବଣ୍ଟନ କମ୍ପାନୀ ର ଯନ୍ତ୍ରୀ ଭରତ ତଣ୍ଡି ଙ୍କୁ ପଚାରିବାରୁ କହିଲେ କାମ ନେଇ ଥିବା ଏଜେନ୍ସି ସେହି ତ୍ରୁଟି ସମାଧାନ କରିବ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ତୁଳସୀଡୁଙ୍ଗରି ଠାରେ ପଞ୍ଚମ ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି 

Sunil Chandra Nayak

ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଠାରେ ବାଣିଜ୍ୟ ମେଳା-୨୦୨୫ ଉଦଘାଟିତ.

Sunil Chandra Nayak

ଜିଲା ପ୍ରଶାସନ ତରଫରୁ ୱାକାଥନ ଜରିଆରେ ମତଦାନ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!