ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାତି ଆଦିବାସୀ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଉଦଘାଟିତ

ଜନଜାତି ଆଦିବାସୀ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଉଦଘାଟିତ

ନବରଙ୍ଗପୁର:( ୪|୨) ନବରଙ୍ଗପୁର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ୪ ତାରିଖ ଠାରୁ ୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜନଜାତି ଆଦିବାସୀ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ଏହି ମହୋତ୍ସବରେ ସୁନାମଧନ୍ୟ ଧାବିକା ଦୂତି ଚାନ୍ଦ ଯୋଗ ଦେଇ ପ୍ରଥମ ଦିନ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ବିଶାଳ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆନୁଷ୍ଠାନିକ ଭାବରେ ଧାବିକା ଦୂତି ଚାନ୍ଦ ପତାକା ଦେଖାଇ ଦୌଡ ପ୍ରତିଯୋଗୀତା ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଓଡ଼ିଶା ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ଉପେଦେଷ୍ଟା ପ୍ରଦୀପ ମାଝୀ, ଜିଲ୍ଲାପାଳ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର କମଳ ଲୋଚନ ମିଶ୍ର, ପରିଷଦ ର ନବରଙ୍ଗପୁର ଜିଲ୍ଲାର ଅଧକ୍ଷ ଉପେନ୍ଦ୍ର ଗଣ୍ଡ, ଉପାଧ୍ୟକ୍ଷା ଭାନୁମତୀ ପୂଜାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ବିଜେଡି ନେତ୍ରୀ ମଞ୍ଜୁଳା ମାଝୀ, କୌଶଲ୍ୟା ପ୍ରଧାନୀ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ , ନବୀନ ଚନ୍ଦ୍ର ନାୟକ, ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ ପ୍ରମୁଖ ଉପସ୍ଥିତ ଥିଲେ। ଏଇ ସମସ୍ତ କାର୍ଯ୍ୟକ୍ରମ ବରିଷ୍ଠ ଶିକ୍ଷକ ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଉନ୍ନୟନ ପରିଷଦ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ପି. ନବ କିରଣ, କ୍ରୀଡ଼ା ଶିକ୍ଷକ କାଳି କିଙ୍କର ପଟ୍ଟନାୟକ, ଯୋଗେଶ କୁମାର, ଫିରଜ୍ ହିଆଲ୍ , ତୁଷାର କାନ୍ତି ଖୋସଲା ପ୍ରମୁଖ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବ୍ଲକ ସ୍ତରୀୟ ଉଭୟ ପୁରୁଷ ଓ ମହିଳା ବର୍ଗର କ୍ରିକେଟ , ଫୁଟବଲ, ଭଲିବଲ, କେଭେଲିନ ଥ୍ରୋ, ଆର୍ଚେରୀ ଦୌଡ ପ୍ରତିଯୋଗତା ରେ ଯେଉଁ ମାନେ ବିଜୟ ଲାଭ କରି ଜିଲ୍ଲା ସ୍ତରକୁ ଆସିଛନ୍ତି, ସେମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ନବରଙ୍ଗପୁର ସଦର ମହକୁମାର ବିଭିନ୍ନ ଖେଳ ପଡ଼ିଆରେ ଅନୁଷ୍ଠିତ ହେଉଛି। ଉକ୍ତ ପ୍ରତିଯୋଗିତାର ସମସ୍ତ ସଫଳ କ୍ରୀଡାବିତ ମାନଙ୍କୁ ଆସନ୍ତା ୬ ତାରିଖରେ ମଣ୍ଡେଇ ମଞ୍ଚରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ଉଦଯାପନୀ ସମାହାରରେ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଓଲିଉଡ ର ସୁନାମଧନ୍ୟ କଳାକାର ମାନେ ଆସିବାର କାର୍ଯ୍ୟକ୍ରମ ରହିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅବସର ନେଲେ ବୃନ୍ଦାବନ 

masiha

ପାପଡ଼ାହାଣ୍ଡି ଠାରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

କୋକସରା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ପଦୋନ୍ନତି ପାଇଥିବା ଗ୍ରେଡ ୪ ଗ୍ରାଜୁଏଟ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!