ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା ନିର୍ବାଚନ ମଣ୍ଡଳୀ ପୁନଃ ଘୋଷଣା ଏବଂ ନୂତନ ଵହଳଦା ଏନଏସି ଘୋଷଣା ଦାବିରେ ବିଜେପି ତରଫରୁ ୧୨ ଘଣ୍ଟିଆ ବନ୍ଦ ସଂପୂର୍ଣ୍ଣ ସଫଳ

ଵହଳଦା ନିର୍ବାଚନ ମଣ୍ଡଳୀ ପୁନଃ ଘୋଷଣା ଏବଂ ନୂତନ ଵହଳଦା ଏନଏସି ଘୋଷଣା ଦାବିରେ ବିଜେପି ତରଫରୁ ୧୨ ଘଣ୍ଟିଆ ବନ୍ଦ ସଂପୂର୍ଣ୍ଣ ସଫଳ

 ମୟୂରଭଞ୍ଜ – ୬/୦୩ ( ମସିହା )ଅତୀତରେ ମୟୂରଭଞ୍ଜ ଜିଲ୍ଲାରେ ୧୦ ଟି ନିର୍ବାଚନ ମଣ୍ଡଳୀ ଥିଲା କିନ୍ତୁ ସୀମା ନିର୍ଦ୍ଧାରଣ ପରେ ୨୦୦୯ ରେ ୯ ଟି ନିର୍ବାଚନ ମଣ୍ଡଳୀ କରାଯାଇଥିଲା ।ସେଥିରୁ ବହଳଦା ନିର୍ବାଚନ ମଣ୍ଡଳୀ ଉଛେଦ କରାଯାଇଥିଲା ।କିନ୍ତୁ ଓଡ଼ିଶାରେ ଯେଉଁ ୧୪୭ ଟି ବିଧାନସଭା ଥିଲା ତାହା ସେତିକି ହିଁ ଅଛି ।୨୦୦୪ ରେ ଶେଷ ବିଧାୟକ ଥିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରହଲ୍ଲାଦ ପୂର୍ତ୍ତି ।ଏହାକୁ ନେଇ ବହଳଦା,ଯାମଦା ଏବଂ ତିରିଂ ଅଂଚଳ ବାସୀଙ୍କ ବହଳଦା ନିର୍ବାଚନ ମଣ୍ଡଳୀ ଉଛେଦ ନେଇ ଆଜିଯାଏଁ ଅସନ୍ତୋଷ ରେ ଅଛନ୍ତି । ସେହିଭଳି ନିକଟରେ ରାଜ୍ୟ ସରକାର ୩୪ ଟି ଏନଏସି ଘୋଷଣା କରିଥିବାବେଳେ ସବୁ ଭିତ୍ତିଭୂମି ଥାଇ ଵହଳଦାକୁ ଏନଏସି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ତେଣୁ ଏହାକୁ ନେଇ ବିଜେପି ତରଫରୁ ଆଜି ୧୨ ଘଣ୍ଟିଆ ଵହଳଦା ବନ୍ଦ ଡାକରା ଦିଆଯାଇଥିଲା ।ଵହଳଦାର ଦୋକାନ ବଜାର ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ,ବ୍ଳକ,ପରୀକ୍ଷା ହେଉ ନଥିବା ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଥିଲା ।ବନ୍ଦରେ ପୂର୍ବତନ ସରପଂଚ ଗୌତମ ହେମ୍ବ୍ରମ,ବିଜେପି ମଣ୍ଡଳ ସଭାପତି ଶ୍ରୀକାନ୍ତ ମହାନ୍ତ,ଦଶରଥ ମଣ୍ଡଳ,ଗୋପାଳ ସାହୁ,ମଣ୍ଡଳ ସଭାପତି ମାଧବ ଚନ୍ଦ୍ର ମହାପାତ୍ର,ସୁନିଲ ମହାନ୍ତ ,ଶୁଭ୍ରଜିତ ପାଲ,ରାଜେଶ ପାଲ, ପବିତ୍ର ମଲ୍ଲିକ,ରାଜ କିଶୋର ପଣ୍ଡା,ଵାସ୍ତା ସୋରେନ, ଘାସିରାମ ମୁର୍ମୁ,ବାଘରାୟ ହେମ୍ବ୍ରମ,କନ୍ଦା ହେମ୍ବ୍ରମ,ଯମୁନା ହେମ୍ବ୍ରମ,ଧନୁରାମ ହେମ୍ବ୍ରମ,ବେଢ଼ା ସୋରେନ ଏବଂ ଅନ୍ୟମାନେ ଵନ୍ଦପାଳନରେ ନେତୃତ୍ବ ନେଇଥିଲେ ।ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଥିଲା ।ଵହଳଦାବାସୀ ତାଙ୍କ ନ୍ଯାୟୋଚିତ ଦାବି ପ୍ରତି ଶାନ୍ତିପୂର୍ଣ୍ଣ ଭାବେ ପୂର୍ଣ୍ଣ ସମର୍ଥନ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍

Related posts

ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

masiha

ନୂଆପଡ଼ାରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ l ଯୁବାବର୍ଗ ଚାକିରି ପଛରେ ନ ଗୋଡ଼ାଇ ଉଦ୍ୟୋଗୀ ହେବାକୁ ଜିଲ୍ଲାପାଳଙ୍କ ଆହ୍ବାନ 

Sunil Chandra Nayak

ଦୁବୁଲାବେଡା ଠାରେ ୫୨ତମ କୃଷି ଭିତ୍ତିକ ଟୁସୁ ମେଳା ଧୁମଧାମ ରେ ପାଳିତ

masiha

Leave a Comment

error: Content is protected !!