ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ସଂଘର୍ଷ ରେ ଉଦାହରଣ ସାଜିଲେ ପ୍ରେମା 

ଜୀବନ ସଂଘର୍ଷ ରେ ଉଦାହରଣ ସାଜିଲେ ପ୍ରେମା 

ରାୟଗଡ଼ା ,ସ୍ୱାମୀ ଦିବ୍ୟ।ଙ୍ଗ କିନ୍ତୁ ପରିବାର ର ସମସ୍ତ ବୋଝ ମୁଣ୍ଡାଇଛନ୍ତି ସ୍ତ୍ରୀ ପ୍ରେମା। କୁଲି କାମ କରି ନିଜର ପରିବାର ପ୍ରତିପୋଷଣ କରିବା ସହ ନିଜର ଦୁଇ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ଉଦ୍ୟମ କରି ଛନ୍ତି ପ୍ରେମ।। ୨୨ ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣା ରେ ସ୍ୱାମୀ ନରେନ୍ଦ୍ର କଣ୍ଡା ଗରି ନିଜର ଦୁଇ ହାତ କୁ ହରାଇ ବସିଲେ ଏପରି ସ୍ଥିତ ରେ ପରିବାର ସମସ୍ତ୍ର ବୋଝ ସ୍ରୀ ପ୍ରେମା ଉପରେ ପଡିଥିଲା ଏପରିକି ଆଦିବାସୀ ପରମ୍ପରା ଅନୁଯାୟୀ ଦିତୀୟ ବିବାହ କରିବାକୁ ପ୍ରେମା ଙ୍କ ପରିବାର ଚାପ ପକାଇ ଥିଲେ ମଧ୍ୟ ଛୋଟ ଛୋଟ ଦୁଇ ସନ୍ତାନ କୁ ଛାଡି ବାପ ଘର ପ୍ରସ୍ତାବ କୁ ପ୍ରତ୍ୟାଖାନ କରିଥିଲେ । ରାୟଗଡା ଜିଲ୍ଲା ଗାଜି ଗାଁ ପଞ୍ଚାୟତ ର ଜାଙ୍ଗେସୁ ଗ୍ରାମ ।ଏହି ଗ୍ରାମର ନରେନ୍ଦ୍ର ପରିବାର ହସ ଖୁସି ରେ ଚାଲୁ ଥିବା ବେଳେ ହଠାତ୍ ଦିନେ ଏହି ପରିବାରକୁ ବିପଦ ମାଡି ଆସିଲା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ସ୍ୱାମୀ ନରେନ୍ଦ୍ର ସବୁଦିନ ପାଇଁ ଅକାମୀ ହୋଇଗଲେ ଆଉ ପରିବାର ପ୍ରତିପୋଷଣ ତଥା ନିଜର ଛୋଟ ଛୋଟ ପିଲାଙ୍କୁ ଦୁନିଆ ଆଖିରେ ମଣିଷ କରିବା ପାଇଁ ଶପଥ ନେଇ ଥିଲେ ନିଜର ଅଳ୍ପ ଜମିରେ ଲେମନ ଗ୍ରାସ୍ ଚାଷ କରିବା ସହିତ ଅନ୍ୟ ଜମି ମାଲିକ ପାଖରେ କୁଲି  ମଜୁରି ଲାଗି ଅର୍ଥ ରୋଜଗାର କଲେ ଆଉ ପରିବାର  ଚଳ।ଇବା ସହ ନିଜ ପିଲା ମାନଙ୍କୁ ପାଠ ପଢାଇ ଥିଲେ ଆଜି ବଡ଼ ପୁଅ ରାୟଗଡା କଲେଜ ରେ ଡ୍ରିଗ୍ରି ପଢ୍ମ ଥିବା ବେଳେ ସାନ ପୁଅ କଳା ପ୍ରଥମ ବର୍ଷ ର ଛାତ୍ର ଅଟେ ।ମାଙ୍କ ପ୍ରେରଣା ତଥା ଅସୀମ ସାହସ ପାଇଁ ଦୁଇ ପୁଅ ସମାଜ ରେ ଗୋଡ଼ ଟେକି ଚାଲି ପାରୁ ଥିଲା ବେଳେ ମା ଆମ ପାଇଁ ଦେବୀ ବୋଲି ଦୁଇ ପୁଅ କହିଛନ୍ତି। ମୋ ସ୍ରୀ ବିପଦ ବେଳେ ମୋତେ ଛାଡି ନ ଯାଇ ମୋର ସେବା ଶୁଶୁଷ୍ରା କରିବା ଏବଂ ମଜୁରୀ ଯାଇ ମୋର ଦୁଇ ପୁଅ କୁ ମଣିଷ କରି ଥିବାରୁ ଏପରି ସ୍ରୀ ସମସ୍ତ ଙ୍କ ଭାଗ୍ୟ ରେ ମିଳୁ ବୋଲି ସ୍ୱାମୀ ନରେନ୍ଦ୍ର କହିଛନ୍ତି। ଜଣେ ସ୍ରୀ ସ୍ୱାମୀ ଅକାମି ହୋଇ ଗଲେ ମଧ୍ୟ ଧର୍ଯ୍ୟ ର ସହିତ ନିଜର ଭାଙ୍ଗି ଯାଇଥିବା ସଂସାର କୁ ସୁରଖୁର ରେ ଚଳ।ଇ  ଆସି ଥିବାରୁ ସେ ଆମ ମାନଙ୍କ ନିକଟରେ ଧନ୍ୟ ତଥା ପ୍ରେରଣା ବୋଲି ଗ୍ରାମର ବିଜୟ କଣ୍ଡା ଗରି କହିଛନ୍ତି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ପରିବେଶ ଦିବସରେ ପ୍ଲାଷ୍ଟିକ ମୁକ୍ତ ପାଇଁ ଆହ୍ୱାନ । ଗଛ ଲଗାଇବା ,ପ୍ଲାଷ୍ଟିକ ହଟେଇବା

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

Sunil Chandra Nayak

ତୃତୀୟ ପର୍ଯ୍ୟାୟ ୧୧ ତମ କୃଷି ଜନଗଣନା ସମ୍ଭନ୍ଧିୟ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ

Leave a Comment

error: Content is protected !!