ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

ଡାବୁଗାଁ, ୧୫/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଭୈରବ ସ୍ନାତକ ମହାବିଦ୍ୟାଳୟ ଓ ଡାବୁଗାଁ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପୋଲିଂ ଅଧିକାରୀ ମାନଙ୍କୁ ନେଇ ୪ ଦିନ ହେଲା ଚାଲିଥିବା ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି | ଏଥିରେ ୨ ସ୍ଥାନରେ ୯ ଟି କୋଠରିରେ ପ୍ରତ୍ୟେକ କୋଠରିରେ ୫୪ ଜଣ ଲେଖାଏଁ ୪୮୬ ଜଣ ପ୍ରତିଦିନ ତାଲିମ ନେଇଥିଲେ | ଏଥିରେ ନିର୍ବାଚନ ସମୟରେ ଇଭିଏମ ମେସିନ ପରିଚାଳନା ଓ ନିର୍ବାଚନୀ ସମ୍ବନ୍ଧୀୟ କାଜଗପତ୍ର କାର୍ଯ୍ୟ ପରିଚାଳନା ଉପରେ ତାଲିମ ଦିଆଯାଇଥିଲା | ଏଥିରେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଡାବୁଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକରୁ ମୋଟ ୧୯୪୪ ଜଣ ପୋଲିଂ ଅଧିକାରୀ ତାଲିମ ନେଇଥିଲେ | ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରିଜାଇଡିଂ, ୧ମ ପୋଲିଂ, ୨ୟ ପୋଲିଂ, ୩ୟ ପୋଲିଂ, ୪ର୍ଥ ପୋଲିଂ ଓ ୫ ମ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଥିଲା | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, କୋଷାଗୁମୁଡା ବିଡିଓ ଆଶିଷ ରଞ୍ଜନ ତ୍ରିପାଠୀ, କୋଡିଗାଁ ତହସିଲଦାର ସୁବ୍ରତ ବେହେରା, ପାପଡାହାଣ୍ଡି ବିଡିଓ କପିଳଦେବ ସାହୁ, ତହସିଲଦାର ତପନ ନାୟକ, ସେକ୍ଟର ଅଧିକାରୀ, ୪ ଜଣ ଅଧ୍ୟାପକ ମାନେ ତାଲିମ ଦେଇଥିଲେ | ଡାବୁଗାଁ ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପରିଚାଳନା କରିଥିବା ବେଳେ ବ୍ଲକ ର କର୍ମଚାରୀ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାୟଗଡ଼ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ

masiha

ଇସ୍ପାତ ସାହିତ୍ୟ ସଂସଦରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ରାଉରକେଲାରେ ୨୫ତମ ସିଆଇଆଇ ଏଣ୍ଟରପ୍ରାଇଜ୍-ଓଡିଶା ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!