ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱାର୍ଡ ମେମ୍ବର ସଂଘ ପକ୍ଷରୁ 5 ଦଫା ଦାବି ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ୱାର୍ଡ ମେମ୍ବର ସଂଘ ପକ୍ଷରୁ 5 ଦଫା ଦାବି ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ବସ୍ତା,15/03 :ବସ୍ତା ବ୍ଲକ ୱାର୍ଡ ମେମ୍ବର ସଂଘ ପକ୍ଷରୁ 5 ଦଫା ଦାବି ନେଇ ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କରା ଯାଇଛି, ରାଜ୍ୟ ସରକାର ସବୁ ବର୍ଗର ଜନପ୍ରତିନୀଧି,ସରକାରୀ କର୍ମଚାରୀ,ମାନଙ୍କ ଅହେତୁକ ଦରମା ଏବଂ ଶ୍ରମିକ ମାନଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି,ମାତ୍ର ତୃଣମୁଳ ସ୍ତରରେ କାର୍ଯ୍ୟ କରୁଥିବା ୱାର୍ଡ ମେମ୍ବର ମାନଙ୍କ ଦରମା ମାତ୍ର 240 ଟଙ୍କା ବୃଦ୍ଧି କରିଛନ୍ତି,ଯାହା ଏହି ମହଙ୍ଗା ଯୋଗରେ ସମୁଦ୍ରକୁ ସଙ୍ଖେ ସଦୃଶ,ତେଣୁ ଏହାର ପ୍ରତିବାଦ କରି ଶୁକ୍ରବାର ଅପରାହ୍ନ ସମୟରେ ବସ୍ତା ୱାର୍ଡ ମେମ୍ବର ସଂଘ ପକ୍ଷରୁ ରାଜ୍ଯ ସରକାର ଙ୍କ ଉଦ୍ଯେଶରେ ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି, ୱାର୍ଡ ମେମ୍ବର ମାନଙ୍କ ପାରିତୋଷିକ ରାଶି ମାସକୁ 5 ହଜାର ଟଙ୍କା,ସିଟିଂ ଫି 1 ହଜାର ଟଙ୍କା,ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ତାଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ,କୌଣସି ରୋଗ ହେଲେ ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ ଏବଂ କାର୍ଯ୍ୟକାଳ ସମାପ୍ତି ପରେ ଅବସର କାଳିନ ଭତ୍ତା ବ୍ୟବସ୍ଥା ଆଦି ଦାବି କରିଛନ୍ତି,ଯଦି ସରକାର ଏହି ଦାବି ପୁରଣ ନକରନ୍ତି ତାହାହେଲେ ଆଗାମୀ ସାଧାରଣ ନିର୍ବାଚନରେ ସହଯୋଗ କରିବେ ନାହିଁ ଏବଂ ମତଦାନରୁ ବିରତ ରହିବେ ବୋଲି ଚେତାବନି ଦେଇଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଆଧାର କାର୍ଡ ନଥିବାରୁ ବୈଶାଖୀ ହରିଜନ ଙ୍କୁ ମିଳୁନି ପେନସନ

masiha

ଗାଁ ସାଥୀ(ମେଟ)ମାନଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୩ ଅନୁଷ୍ଠିତ 

masiha

Leave a Comment

error: Content is protected !!