ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଡିଓ ଭାଇରାଲ୍ ହେବା ପରେ ଦୁଇ ଭଉଣୀ ପରସ୍ପର ବିରୋଧରେ ଦେଲେ ଏତଲା 

ଭିଡିଓ ଭାଇରାଲ୍ ହେବା ପରେ ଦୁଇ ଭଉଣୀ ପରସ୍ପର ବିରୋଧରେ ଦେଲେ ଏତଲା 

ନବରଙ୍ଗପୁର:(୧୯|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଗୋଟିଏ ଭିଡିଓ ଭାଇରାଲ୍ ହେବା ପରେ ଏକ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି l ଦୁଇ ଭଉଣୀ ପରସ୍ପର ବିରୋଧରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି l ପରିବାରର ସମ୍ମାନ ନିମନ୍ତେ ଦୁଇ ଭଉଣୀ ଏପରି ମୁହାଁ ମୁହିଁ ହେବାପରେ ସାଧାରଣରେ କୌତୁହଳ ବଢି ଯାଇଛି l ଜଣେ ମନ୍ଦିର ପୂଜକ ଙ୍କ ସହ ବିବାହିତା ମହିଳାଙ୍କ ବହୁ ଦିନରୁ ଅନୈତିକ ସମ୍ପର୍କ ରହିଥିଲା ତେଣୁ ପରିବାରର ସମ୍ମାନହାନି ହେଉ ଥିବାରୁ ଏହି ଅବୈଧ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବା ନେଇ ବିବାହିତା ମହିଳାଙ୍କ ସାନ ଭଉଣୀ ଅନେକ ଥର ଉଦ୍ୟମ କରି ସଫଳ ହୋଇ ପାରି ନ ଥିଲେ l ଗତ ଗୁରୁବାର ସକାଳ ପ୍ରାୟ ୫ ଟା ସମୟରେ ମନ୍ଦିର ପୂଜକ ଙ୍କୁ ଭେଟିବା ନିମନ୍ତେ ମହିଳା ଜଣକ ଯିବା ସମୟରେ ସାନ ଭଉଣୀ ନିଜ ସ୍ୱାମୀଙ୍କ ସହ ପିଛା କରି ଯାଇଥିଲେ l ଗାଁ ଠାରୁ କିଛି ଦୂରରେ ଥିବା ଜମିରେ ବଡ ଭଉଣୀକୁ ଅସଞ୍ଜତ ଅବସ୍ଥାରେ ଦେଖି ସାନ ଭଉଣୀ ତୁରନ୍ତ ନିଜ ଭିଣୋଇ କୁ ଖବର ଦେଇଥିଲେ ପତ୍ନୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ସୂଚନା ପାଇ ସ୍ଵାମୀ ପହଁଞ୍ଚି ପାଟିତୁଣ୍ଡ କରିଥିଲେ l ଆକ୍ରମଣ ସମ୍ଭାବନା ରହିଥିବାରୁ ସୁଯୋଗ ଦେଖି ମନ୍ଦିର ପୂଜକ ଘଟଣା ସ୍ଥଳରୁ ପଳାଇ ଯାଇଥିଲା l ଏହା ପରେ ମହିଳା ଙ୍କୁ ସ୍ଵାମୀ ଗାଳି ଗୁଳଜ କରି ପିଟିବା ଆରମ୍ଭ କରିଥିବା ବେଳେ ସାନ ଭଉଣୀ ଏବଂ ତାଙ୍କ ସ୍ଵାମୀ ସମ୍ପୂର୍ଣ୍ଣ ଘଟଣା ର ଭିଡିଓ କରିଥିଲେ lରାସ୍ତା ସାରା ପିଟି ପିଟି ସମ୍ପୃକ୍ତ ପୂଜାରୀ ଘରେ ନେଇ ଛାଡିଥିଲେ ମହିଳା ଙ୍କ ସ୍ଵାମୀ l ଏନେଇ ଉକ୍ତ ଗ୍ରାମରେ ବିବାଦର ସମାଧାନ ପାଇଁ ବୈଠକ ହୋଇଥିବା ସୂଚନା ମିଳିଛି l ତେବେ ମହିଳାଙ୍କୁ ମାରପିଟ ସମୟର ଭିଡିଓ ଭାଇରାଲ୍ ହେବା ପରେ ସମ୍ପୂର୍ଣ୍ଣ ଘଟଣାର ମୋଡ ବଦଳି ଯାଇଥିଲା l ସମ୍ମାନହାନି କରିଥିବା ନେଇ ସାନ ଭଉଣୀ ଏବଂ ତାଙ୍କ ସ୍ଵାମୀଙ୍କ ବିରୋଧରେ ସମ୍ପୃକ୍ତ ମହିଳା(ବଡ଼ଭଉଣୀ)ଥାନା ରେ ଏତଲା ୭୫/ ୧୭|୩|୨୪ ରେ ମାମଲା ରୁଜୁ କରିଥିବା ବେଳେ ୨୯୪,୩୨୩,୩୫୪,୫୦୬,୩୪ ଧାରା ଲାଗୁ ହୋଇଛି l ସେହିପରି ସାନ ଭଉଣୀ ମଧ୍ଯ ନିଜ ବଡ ଭଉଣୀ ଏବଂ ଭିଣୋଇ ଙ୍କ ବିରୋଧରେ ପାଲଟା ଏତଲା ୭୯/ ୨୦୨୪ ରେ ମାମଲା ରୁଜୁ କରିଥିବା ବେଳେ ୨୯୪,୩୨୩,୩୫୪, ୫୦୬,୩୪ ଧାରା ଲାଗୁ ହୋଇଛି ସମ୍ମାନ ପାଇଁ ଦୁଇ ଭଉଣୀ ଏମିତି ମୁହାଁ ମୁହିଁ ହୋଇ ଥିବାବେଳେ ଏହି ଘଟଣାର ମୂଳ କାରଣ ମନ୍ଦିର ପୂଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଷ ଖାଇ ବୃଦ୍ଧ ଙ୍କ ଆତ୍ମହତ୍ୟା 

Sunil Chandra Nayak

୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ

Sunil Chandra Nayak

ଟପ ମାଓ ନେତା ଦସ୍ରୁର ମୃତ୍ୟୁକୁ ଗ୍ରହଣ କରିପାରୁନି ମାଓ ସଂଗଠନ: କୋର୍ଟଚାଲାଣ କରିବାକୁ ଲାଗିଲା ମାଓ ପୋଷ୍ଟର

masiha

Leave a Comment

error: Content is protected !!