ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ହାଇସ୍କୁଲ ୧୯୭୧ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ 

ଜୁନାଗଡ଼ ହାଇସ୍କୁଲ ୧୯୭୧ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ 

ଜୁନାଗଡ଼, ୨୨/୩(ମ ନି ସ) ଜୁନାଗଡ଼ ହାଇସ୍କୁଲ ୧୯୭୧- ୭୬ ମସିହା ପୁରାତନ ଛାତ୍ରଙ୍କ ଏକ ବଂଧୁମିଳନ ସ୍ଥାନୀୟ ଓରିଅନ ହୋଟେଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଅନେକ ଛାତ୍ରଙ୍କ ଦେହାନ୍ତ ମଧ୍ୟ ହୋଇଯାଇଛି ଏଣୁ ଦିବଂଗତ ଆତ୍ମାର ସଦଗତି ପାଇଁ ନିରବ ପାର୍ଥନା କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ପୁରାତନ ଛାତ୍ର ରତନ ସାହୁ, ସରୋଜ କୁମାର ଦାସ,ବିରଞ୍ଚି ସାମନ୍ତରାୟ,ଲାଲୁପ୍ରସାଦ ଅଗ୍ରୱାଲ ପ୍ରମୁଖ।ତତ୍କାଳୀନ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପଢି ତାଙ୍କର ସୃତି ଚାରଣ ସହ ତାଙ୍କର ଠିକଣା ସଂଗ୍ରହ କରି ସମ୍ବର୍ଦ୍ଧନା କରାଯିବ ବୋଲି ମତ ପ୍ରକାଶ ପାଇଥିଲା ।ଆଗାମୀ ଦିନରେ ଏହି ବ୍ୟାଚର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ ରହିଥିବାରୁ ତାଙ୍କୁ ଏକତ୍ରିତ କରି ଏକ ପାରିବାରିକ ବନ୍ଧୁ ମିଳନ ଆୟୋଜନ କରିବା ସହ ତାଙ୍କର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯିବ ବୋଲି ପ୍ରସ୍ତାବ ଆଗତ ହୋଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ତରଡିପାଳ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ନବଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ 

Sunil Chandra Nayak

ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!