ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପଞ୍ଚାୟତ କାର୍ଯ୍ୟାଳୟ ରେ ପଶି ମହିଳା କର୍ମଚାରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଘଟଣାରେ ଯୁବକ ଗିରଫ

ପଞ୍ଚାୟତ କାର୍ଯ୍ୟାଳୟ ରେ ପଶି ମହିଳା କର୍ମଚାରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଘଟଣାରେ ଯୁବକ ଗିରଫ

ବସ୍ତା,୨୧/୦୩ ବସ୍ତା ଥାନା ଅମର୍ଦ୍ଦାରୋଡ ଫାଣ୍ଡି ପୁରୁଷୋତ୍ତମପୁର ପଞ୍ଚାୟତ କାର୍ଯ୍ୟାଳୟ ରେ ଅତର୍କିତ ଭାବେ ପଶି ମହିଳା ସରପଞ୍ଚ ଓ ଅଧିକାରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଜଣେ ଯୁବକ ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ପୋଲିସ। ସୂଚନାରୁ ପ୍ରକାଶ ଗତ କାଲି ଏହି ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ଓ ଗ୍ରାମ ରୋଜଗାର ସେବିକା ବୃଦ୍ଧ ବୃଦ୍ଧା ଙ୍କୁ ଭତ୍ତା ବାଣ୍ଟୁଥିବା ବେଳେ ଏହି ପଞ୍ଚାୟତ ପଣିସାପଡ଼ା ଗ୍ରାମର ଯୁବକ ଗୌରମୋହନ ପାତ୍ର (୩୪) ନିଶାଶକ୍ତ ଅବସ୍ଥାରେ ଆସି ସରପଞ୍ଚ ସଂଘମିତ୍ରା ବେହେରା ଓ ଗ୍ରାମ ରୋଜଗାର ସେଵିକା ସୁଚରିତା ସାହୁଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ବୃଦ୍ଧ ବୃଦ୍ଧା ଙ୍କୁ ବାଣ୍ଟିବାକୁ ଥିବା ଟଙ୍କା ଛଡାଇଥିଲେ। ଯୁବକଙ୍କ ନିକଟରୁ ନିଜ ସହିତ ଭତ୍ତା ଟଙ୍କାକୁ ସୁରକ୍ଷିତ ରଖିବାକୁ ସରପଞ୍ଚ ଓ ଜି ଆର୍ ଏସ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ପଶି ଚାବି ମାରିଥିବା ସହିତ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଵାରୁ ଯୁବକ ଜଣକ ଏକ ଭୁଜାଲିରେ ପୋଲିସ କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ପରେ ପୋଲିସ ଯୁବକକୁ କୌଶଳ ପୂର୍ବକ ପଠାଇ ଥାନାକୁ ଆଣି ଥିଲେ। ଏନେଇ ବସ୍ତା ଥାନାରେ ଶୁକ୍ରବାର ଅପରାହ୍ନ ସମୟରେ କେସ ନମ୍ୱର୍ ୫୪/୨୪ ରେ ଏକ ମାମଲା ରୁଜୁ କରିବା ସହିତ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଚୋରୀ କରିବା ଅଭିଯୋଗରେ ୩ ଯୁବକ ଗିରଫ 

masiha

ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ 

ଅବକାରୀ ଧର ପଗଡ ରେ ଦୁଇ ଜଣ ଆସାମୀ କୋର୍ଟ ରେ କରାଗଲା ହାଜର 

masiha

Leave a Comment

error: Content is protected !!