ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବତୀ ଜଣକ ଦୌଡ଼ି ଦେଇ ଆତ୍ମହତ୍ୟା

ଯୁବତୀ ଜଣକ ଦୌଡ଼ି ଦେଇ ଆତ୍ମହତ୍ୟା

ବନ୍ଧୁଗାଁ ତା ୨୨/୩/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କେ ଯାଗୁଗୁଡା ପଞ୍ଚାୟତ କୁନ୍ତେଶୁ ଗ୍ରାମର ଜଣେ ଝିଅ ଆଜି ସକାଳେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। ନିଜ ପିତା ହିରୁ କଣ୍ଡାଗୋରୀ ବନ୍ଧୁଗାଁ ଥାନାକୁ ଆସି ନିଜ ଝିଅ ମାଳତୀ କଣ୍ଡାଗୋରୀ ଆତ୍ମହତ୍ୟା କରିଥିବା ଲିଖିତ ଭାବେ ଜଣାଇଥିଲେ। ବନ୍ଧୁଗାଁ ପୋଲିସ ଥାନା ତରଫରୁ ପିତାଙ୍କ ଲିଖିତ ଅଭିଯୋଗ ପାଇବା ପରେ ଏ ଏସ ଆଇ ବି ଟି ସାଧୁ କେଶ ହାତକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ପାଇଁ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ଜାଣିବାକୁ ମିଳିଛି। ପ୍ରାପ୍ତ ସୁଚନା ଅନୁଯାଇ ଯୁବତୀ ଜଣକ ସବୁଦିନ ପରି ଆଜି ଘରେ ରହି ଥିବା ଗାଇ ଗବର ନେଇ ଗାଁ ଠାରୁ ପ୍ରାୟ ୫୦୦ ମିଟର ଦୂରତା ରେ ଥିବା ନିଜ ଜମିକୁ ନେଇ ଥିଲେ। ଝିଅ ଟି ଯାଇ ଘରକୁ ଫେରିବା ବିଳମ୍ୱ ହେବାରୁ ବାପା ଜଣକ ନିଜ ଜମି ଆଡ଼କୁ ଝିଅ କୁ ଖୋଜିବାକୁ ଯାଇଥିଲେ ସେଠାରେ ନିଜ ପଣସ ଗଛରେ ଝିଅ ଦୌଡ଼ି ଦେଇ ଝୁଲୁଥିବା ଦେଖିବାକୁ ପାଇ ମୃତ୍ୟୁ ବରଣ କରି ଥିବା ଜାଣି ଗାଁ ଲୋକ ଙ୍କୁ ଖବର ଦେଇଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଭିଣେଇ କୁ ଶଳା ହତ୍ୟା କରିବା ଘଟଣା, ହତ୍ୟାରେ ବ୍ୟବହୃତ ଘାଗଡା ଜବତ ଶଳା ଗିରଫ 

masiha

ଝିମିରି ଖେଳରୁ ମହାଭାରତ

Sunil Chandra Nayak

କୁଚେଇଯୋର ଠାରେ ମାଓ ପୋଷ୍ଟର ଲଗାଇ ଉପସ୍ଥିତ ଜାହିର କଲେ ମାଓବାଦୀ

Leave a Comment

error: Content is protected !!