ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବତୀ ଜଣକ ଦୌଡ଼ି ଦେଇ ଆତ୍ମହତ୍ୟା

ଯୁବତୀ ଜଣକ ଦୌଡ଼ି ଦେଇ ଆତ୍ମହତ୍ୟା

ବନ୍ଧୁଗାଁ ତା ୨୨/୩/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କେ ଯାଗୁଗୁଡା ପଞ୍ଚାୟତ କୁନ୍ତେଶୁ ଗ୍ରାମର ଜଣେ ଝିଅ ଆଜି ସକାଳେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। ନିଜ ପିତା ହିରୁ କଣ୍ଡାଗୋରୀ ବନ୍ଧୁଗାଁ ଥାନାକୁ ଆସି ନିଜ ଝିଅ ମାଳତୀ କଣ୍ଡାଗୋରୀ ଆତ୍ମହତ୍ୟା କରିଥିବା ଲିଖିତ ଭାବେ ଜଣାଇଥିଲେ। ବନ୍ଧୁଗାଁ ପୋଲିସ ଥାନା ତରଫରୁ ପିତାଙ୍କ ଲିଖିତ ଅଭିଯୋଗ ପାଇବା ପରେ ଏ ଏସ ଆଇ ବି ଟି ସାଧୁ କେଶ ହାତକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ପାଇଁ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ଜାଣିବାକୁ ମିଳିଛି। ପ୍ରାପ୍ତ ସୁଚନା ଅନୁଯାଇ ଯୁବତୀ ଜଣକ ସବୁଦିନ ପରି ଆଜି ଘରେ ରହି ଥିବା ଗାଇ ଗବର ନେଇ ଗାଁ ଠାରୁ ପ୍ରାୟ ୫୦୦ ମିଟର ଦୂରତା ରେ ଥିବା ନିଜ ଜମିକୁ ନେଇ ଥିଲେ। ଝିଅ ଟି ଯାଇ ଘରକୁ ଫେରିବା ବିଳମ୍ୱ ହେବାରୁ ବାପା ଜଣକ ନିଜ ଜମି ଆଡ଼କୁ ଝିଅ କୁ ଖୋଜିବାକୁ ଯାଇଥିଲେ ସେଠାରେ ନିଜ ପଣସ ଗଛରେ ଝିଅ ଦୌଡ଼ି ଦେଇ ଝୁଲୁଥିବା ଦେଖିବାକୁ ପାଇ ମୃତ୍ୟୁ ବରଣ କରି ଥିବା ଜାଣି ଗାଁ ଲୋକ ଙ୍କୁ ଖବର ଦେଇଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଶିଶୁ ଶ୍ରମିକ ଆଇନର ଖୋଲାଖୋଲି ଉଲ୍ଲଂଘନ , ତେଲ ମିଲ୍ ମାଲିକଙ୍କ ବେଆଇନ କାରବାର , ମେସିନରେ ପଡ଼ି ଶିଶୁ ଶ୍ରମିକଙ୍କ ହାତ କଟିଲା

Sunil Chandra Nayak

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ପୁଲିସ କର୍ମୀଙ୍କ ଗୁଳିମାଡ଼: ଅଭିଯୁକ୍ତଙ୍କୁ କାବୁ କଲା ପୁଲିସ, କାରଣ ଅସ୍ପଷ୍ଟ

Sunil Chandra Nayak

ଆନ୍ତଃରାଜ୍ୟ ଆପ୍ ଆଧାରିତ ସାଇବର ଠକେଇ ସିଣ୍ଡିକେଟ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!