ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦନକାନନରେ ସିଂହୀ ରେବା ଠାରୁ ଜନ୍ମିତ ତିନି ଶାବକଙ୍କ ହେଲା ନାମକରଣ

ନନ୍ଦନକାନନରେ ସିଂହୀ ରେବା ଠାରୁ ଜନ୍ମିତ ତିନି ଶାବକଙ୍କ ହେଲା ନାମକରଣ

ବାରଙ୍ଗ: ରବିବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମିତ ତିନି ଏସୀୟ ସିଂହୀଙ୍କ ନାମକରଣ କରାଯାଇଛି। ପିସିସିଏଫ୍‌ ଏହି ୩ ଶାବକଙ୍କ ନାମ ଅମର, ଆକବର ଓ ଆନ୍ଥୋନୀ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର ଦିନ ଏସୀୟ ସିଂହ ରେବା ଗର୍ଭରୁ ୩ ଶାବକ ଜନ୍ମ ନେଇଥିଲେ। ତେଣୁ ସିଂହୀ ରେବାର ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ମାୟା ଓ ଶୁଭମ୍‌ର ୩ ଭାଇ ଭଉଣୀ ନନ୍ଦନକାନନରେ ଦୁନିଆର ନୂଆ ଆଲୋକ ଦେଖିଥିଲେ। ମା’ ଓ ଛୁଆମାନେ ସୁସ୍ଥ ଥିବା ଜଣାପଡ଼ିଛି। କିନ୍ତୁ ପ୍ରଥମ ଥର ଭଳି ଏଥର ବି ରେବା ଛୁଆମାନଙ୍କ ଯତ୍ନ ନେଉ ନଥିବା ଜଣାପଡ଼ିବା ପରେ ସେମାନଙ୍କୁ ଅଲଗା କରାଯାଇଛି। ଛୁଆମାନଙ୍କୁ ଲାଳନପାଳନ କେନ୍ଦ୍ରକୁ ଅଣାଯାଇ କେୟାର୍‌ଟେକର୍‌ଙ୍କ ତତ୍ତ୍ବାବଧାନରେ ରଖାଯାଇଛି।

ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ ନବଜାତ ସିଂହ ଶାବକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ରବିବାର ସେମାନଙ୍କୁ ଇନ୍‌କ୍ୟୁବେଟର୍‌ ଲାଇଟ୍‌ରେ ରଖିବାକୁ ପରାମର୍ଶ ଦେଇଥିଲେ। ସିଂହୀ ରେବା(୭) ଓ ସିଂହ ଜିତ୍(୮)ର ମିଳନରୁ ଗର୍ଭଧାରଣର ୧୦୮ ଦିନରେ ଏହି ୩ ଶାବକ ଜନ୍ମ ନେଇଛନ୍ତି।

ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

୫ଟି ସଚିବ ଭି କେ ପାଣ୍ଡିୟାନଙ୍କ ରାୟଗଡା ଜିଲ୍ଲା ଗସ୍ତ

ବ୍ରହ୍ମପୁରରେ ନାରୀ ଶକ୍ତି ବନ୍ଦନ, ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଲେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ଜିଲ୍ଲାର ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ 

Sunil Chandra Nayak

ଓଡ଼ିଆ ପକ୍ଷ ଅବସରରେ ଦେବାଳୟ ଓ ଐତିହ୍ୟ ସ୍ଥଳୀର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!