ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୋର ସନ୍ଦେହରେ ଯୁବକଙ୍କୁ ଥାନାରେ ଜିମାଦେଲେ ଲୋକ

ଚୋର ସନ୍ଦେହରେ ଯୁବକଙ୍କୁ ଥାନାରେ ଜିମାଦେଲେ ଲୋକ

ବସ୍ତା,31/03: ବସ୍ତା ଥାନା ବାହାର୍ଦ୍ଦା ବଜାରରେ ଗୋଟିଏ ଦୋକାନରୁ ଚୋରି କରିଥିବା ସନ୍ଦେହରେ ବାହାର ରାଜ୍ୟର ସନ୍ଦିଗ୍ଧ ଯୁବକକୁ ସ୍ଥାନୀୟ ଲୋକ ମାଡ଼ ମାରି ଥାନାରେ ଜିମା ଦେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ରବିବାର ଅପରାହ୍ନ ସମୟରେ ବାହାର୍ଦ୍ଦା ବଜାରରେ ଜଣେ ଯୁବକ ସନ୍ଦିଘ୍ଡ ଭାବେ ବୁଲାବୁଲି କରିବା ସହିତ ଗୋଟିଏ ଦୋକାନରୁ ଚୋରି ଉଦ୍ୟମ କରିଥିଲେ। ପରେ ସ୍ଥାନୀୟ ଲୋକ ଜାଣି ତାଙ୍କୁ ଧରିବା ସହିତ ତାଙ୍କର ପରିଚୟ ମାଗିଥିଲେ। ମାତ୍ର ଯୁବକ ଜଣକ ପ୍ରଥମେ ନିଜକୁ ପାଗଳ ଅଭିନୟ କରିଥିବା ବେଳେ ନିଶା ଶକ୍ତ ଥିବା ଜାଣି ସ୍ଥାନୀୟ ଲୋକ ମାଡ଼ ମାରିଥିଲେ। ପରେ ସେ ହିନ୍ଦୀ ଭାଷାରେ କଥା ବାର୍ତ୍ତା କରୁଥିବା ବେଳେ କାହିଁକି ଏଠାକୁ ଆସିଛନ୍ତି ତାହା ଜାଣିବାକୁ ଚେଷ୍ଠା କରିଥିଲେ। ମାତ୍ର ଯୁବକ ଏଣୁ ତେଣୁ କହିଵା ସହିତ ନିଜର ପରିଚୟ ଦେଇନଥିଲେ। ଶେଷରେ ସ୍ଥାନୀୟ ଲୋକ ଯୁବକଙ୍କୁ ଥାନାରେ ଜିମା ଦେଇଥିଲେ। ପୋଲିସ ସଂପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କାନଭାସ ଆୟୋଜିତ ୧୦ମ ରାଉରକେଲା ଦିବସ ଆସନ୍ତା ୧୧ ଓ ୧୨ରେ …..

Sunil Chandra Nayak

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ପ୍ରକୃତି ମିତ୍ର ସମ୍ମାନ ପାଇବେ

Sunil Chandra Nayak

ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ l ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ 

Sunil Chandra Nayak

Leave a Comment

error: Content is protected !!