ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ

ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ

ନବରଙ୍ଗପୁର :(ରବି ନାରାୟଣ ମହାନ୍ତି) ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଜିଲ୍ଲା ଶାଖା ଆନୁକୂଲ୍ୟରେ ସ୍ଥାନୀୟ ସାଇ କେୟାର ଶିକ୍ଷାନୁଷ୍ଠାନ ପରିସରରେ ଉତ୍କଳ ଦିବସ ସମାରୋହର ସହ ପାଳିତ ହୋଇଯାଇଛି। ଶ୍ରୀ ଜଗନ୍ନାଥଙ୍କ ନିକଟରେ ଓ ଉତ୍କଳର ବରପୁତ୍ରମାନଙ୍କ ନିକଟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ବବିତା ସର ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଡଃ ବିଜୟ କୁମାର ମିଶ୍ର, ବରେଣ୍ୟ ଅତିଥି ଭାବେ ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ କୁମାର ରାଉତ, ବରିଷ୍ଠ କବି ନାରାୟଣ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଶିବାନୀ ଗୁହା, ଶ୍ରୀ କୁମୁଦ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ “ଓଡ଼ିଆ ଭାଷା ଓ ଏହାର ସୁରକ୍ଷା” ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ନିରଂଜନ ମିଶ୍ର, ଜାତୀୟ ରାଜପଥ ଭୂ-ଅର୍ଜନ ଅଧିକାରୀ ଶ୍ରୀମତୀ ହେମଲତା ମାଝୀ, ଆଇନଜୀବୀ ଶ୍ରୀ ସମରେଶ ଗନ୍ତାୟତ, ଆଇନଜୀବୀ କିଶୋର ପଟ୍ଟନାୟକ, ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗର ସଦସ୍ୟା ସାଲମା ବାନୋ ପ୍ରମୁଖ ଓଡ଼ିଆ ଭାଷା ର ସୁରକ୍ଷା ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଡଃ ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସାଇ କେୟାର ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସମ୍ମିଳନୀର ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନ ରେ ରାମ ପ୍ରସାଦ ପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର କବି ଓ କବୟିତ୍ରୀ ମାନଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। “ମୋ ଚେତନାର ଭାଷା ଓଡ଼ିଆ” ସମ୍ବନ୍ଧୀୟ କବିତା ଗୁଡ଼ିକ କବି ଓ କବୟିତ୍ରୀ ମାନେ ପାଠ କରିଥିଲେ। ଅନୁଷ୍ଠାନ ର ଜିଲ୍ଲା ସଂଯୋଜିକା ସ୍ୱର୍ଣ୍ଣଲତା ପଟ୍ଟନାୟକ କବିତା ପାଠୋତ୍ସବ ସଭାର ମଞ୍ଚ ପରିଚାଳନା କରିଥିଲେ ଓ ସୁନନ୍ଦିନୀ ତ୍ରିପାଠୀ କବିତା ପାଠୋତ୍ସବ ର ସୁନ୍ଦର ସଂଯୋଜନା କରିଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା କବି ଓ କବୟିତ୍ରୀ ସେମାନଙ୍କ ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବରେଣ୍ୟ ଅତିଥି ଭାବେ କବି ଶ୍ରୀ ପର୍ଶୁରାମ ସାହୁ, ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଶ୍ରୀମତୀ ଜେମାମଣି ବିଷୋୟୀ, ସମ୍ମିଳନୀ ର ଉପାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହା ସଂଘ ର ରାଜ୍ୟ ସଭାପତି ଶ୍ରୀ ରମଣୀ ରଞ୍ଜନ ତ୍ରିପାଠୀ, ରାଜ୍ୟ ଅମଲା ସଂଘ ର ସଭାପତି ଶ୍ରୀ ତ୍ରିପତୀ ବାଲାଜୀ ସାହୁ, ଆଦିବାସୀ ଭାଷା ଓ ସଂସ୍କୃତି ଗବେଷକ ଶ୍ରୀ ସାଇମନ ବିଡିକା, ସହକାରୀ ଜିଲ୍ଲାପାଳ ଶ୍ରୀ ଆଶୁତୋଷ ପାତ୍ର, ଜିଲ୍ଲା ଜରୁରୀକାଳୀନ ବିଭାଗ ପ୍ରକଳ୍ପ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ପଟ୍ଟନାୟକ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ଶେଷରେ ଟେଲି ନିର୍ଦ୍ଦେଶକ ଶ୍ରୀ ମନୋଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ସମ୍ମିଳନୀ ର ସମ୍ପାଦକ ଶ୍ରୀ ଦୁର୍ଗା ପାଢ଼ୀ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ଆଇନଜୀବୀ କିଶୋର ପଟ୍ଟନାୟକ, ଜିଲ୍ଲା ସଂଯୋଜିକା ସ୍ୱର୍ଣ୍ଣଲତା ପଟ୍ଟନାୟକ, ତ୍ରିପତୀ ବାଲାଜୀ ସାହୁ, ପି. ରବିକାନ୍ତ ରଘୁରାମ, ପ୍ରଭଞ୍ଜନ ତ୍ରିପାଠୀ, ସାଇ ବାସନ୍ତୀ ଲତା ଜେନା, ଆଇନଜୀବୀ ଶ୍ରୀନିବାସ ପାତ୍ର, କେୟାର ଶିକ୍ଷାନୁଷ୍ଠାନ ର ତୁଳସୀ ଦାସ ଗୌଡ଼, ଗାୟତ୍ରୀ ବିଷୋୟୀ ଓ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ। ଶ୍ରୀମତୀ ସନ୍ତୋଷୀ ପଣ୍ଡାଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କବି ହର ପ୍ରସାଦ ଦାଶ, କବୟତ୍ରୀ ପ୍ରଭାସିନୀ ମହାନ୍ତି, କପିଳ ଚନ୍ଦ୍ର ମହାନ୍ତି, ମନିଷା ସରକାର, ବିଷ୍ଣୁ ପ୍ରିୟା କରସୁଧା ପଟ୍ଟନାୟକ, ଶିବ ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପାଳିତ ହେବା ସହ ଜିଲ୍ଲା ର ସମସ୍ତ ବ୍ଲକ ରେ ସମ୍ମିଳନୀ ତରଫରୁ ଉତ୍କଳ ଦିବସ ପାଳିତ ହୋଇଥିଲା ।

Related posts

ଟଳି ଯାଇଛି ବାତ୍ୟା ” ଦାନା ” ହେଲେ ଘର ଉପରୁ ହଟିନି ଗଛ

masiha

୭୫ତମ ଜାତୀୟ ସେନାଦିବସ ପାଳିତ

Sunil Chandra Nayak

ରାଇଘର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!