ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଷ ପିଇ ଯୁବକ ର ଆତ୍ମହତ୍ୟା

ବିଷ ପିଇ ଯୁବକ ର ଆତ୍ମହତ୍ୟା

ଡାବୁଗାଁ, ୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଟିପାଗୁଡା ଗ୍ରାମରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ ଥାନାରେ ଅବିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଟିପାଗୁଡା ଗ୍ରାମର କାଶୀନାଥ ଭତ୍ରା ଙ୍କ ପୁଅ ରାଜମନ ଭତ୍ରା (୩୮) ବୁଧବାର ସକାଳ ୫ ଘ. ସମୟରେ ବିଷ ପିଇ ଦେଇଥିଲେ | ବିଷ ପିଇବାର କିଛି ସମୟ ପରେ ଘରେ ବାନ୍ତି କରିଥିଲେ | ତାଙ୍କ ସ୍ତ୍ରୀ ପଚାରିବାରୁ ବିଷ ପିଇ ଦେଇଛି ବୋଲି କହିଥିଲେ | ବିଷ ପିଇଥିବା କଥା ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ପୂର୍ବାହ୍ନ ପ୍ରାୟ ୯ ଘ. ସମୟରେ ରାଜମନ ଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକଙ୍କ ସାନବାପା ନୀଲମ ଭତ୍ରା ମଧ୍ୟାନ୍ନରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିବା ସହ ପାଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଠିକାଦାରଙ୍କ ବିଲ୍ ଆତ୍ମସାତ୍ କରି ଚାଲିଗଲେ ନିର୍ବାହି ଅଧିକାରି,ବିଡ଼ିଓଙ୍କ ପରେ ଥାନାର ଦ୍ୱାରସ୍ତ ହେଲେ କଣ୍ଟ୍ରାକଟର

Sunil Chandra Nayak

ଷ୍ଟେଟ ବ୍ୟାଙ୍କ ଏଟିଏମ ରୁ ଟଙ୍କା ଲୁଟ, ଘଟଣା ବର୍ତ୍ତମାନ ସୁଦ୍ଧା  ପୁଲିସର ହାତ ଖାଲି

masiha

କଲର୍ଭଟ ତଳୁ ଏଟିଏମ ରୁ ଚୋରୀ ରେ ବ୍ୟବହୃତ ସାମଗ୍ରୀ ଜବତ

Sunil Chandra Nayak

Leave a Comment

error: Content is protected !!