ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୦୫/୪/୨୪- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ଗତ ତା ୩୧/୩/୨୪ ରିଖ ରବିବାର ଦିନ ଗଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ପ୍ରତି ରବିବାର ଦିନ ହୋଇଥାଏ । ଏଥର ପ୍ରତିଯୋଗୀ ମାନଙ୍କ ପାଇଁ ପ୍ରବନ୍ଧ ରଖାଯାଇଥିଲା । ଯାହାର ପ୍ରସଙ୍ଗ – ” ଓଡ଼ିଆ ଜାତିପ୍ରାଣ ମଧୁସୂଦନ ” ଥିଲା । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ଲେଖିକା ମାନେ ଅତି ଆଗ୍ରହର ସହିତ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ (୧) ଟି ଏସ ତମନ୍ନା, ଭାଲିଆଡିହା, ମୟୂରଭଞ୍ଜ (୨) ସୁଜାତା ପଣ୍ଡା, ଆସ୍କା, ଗଞ୍ଜାମ (୩) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୪) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ଭଦ୍ରକ (୫) ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା (୬) ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ, କେନ୍ଦ୍ରାପଡା (୭) ସରୋଜିନୀ ପତି, ରସଲପୁର, ଯାଜପୁର (୮) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ ପ୍ରମୁଖ ସାମିଲ ଥିଲେ । ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଡଃ ତାନଶ୍ରୀ ପାଣିଗ୍ରାହୀ ଯିଏ କି ଜଣେ ସୁ ସାହିତ୍ୟିକା, ସୁବକ୍ତା,ସୁ ସଂଯୋଜିକା ଏବଂ ସୁ ଶିକ୍ଷୟିତ୍ରୀ ଭାବେ ପରିଚିତ । ସେ ମଧ୍ୟ ସାରସ୍ୱତ ସାହିତ୍ୟ ଜଗତରେ ଜଣେ ଉଦିୟମାନ ଉଜ୍ଜ୍ୱଳ ତାରକା । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ମଞ୍ଚାସୀନ ହୋଇ ସାହିତ୍ୟର ବିକାଶ କରିଚାଲିଛନ୍ତି । ତାଙ୍କର ସୁନ୍ଦର ସଂଯୋଜନା ଓ ସମୀକ୍ଷା ସମସ୍ତଙ୍କୁ ତୃପ୍ତ କରିଥାଏ । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ଏବଂ ସକ୍ରିୟ ମଧ୍ୟ । ଶ୍ରୀମତୀ ପାଣିଗ୍ରାହୀଙ୍କ ବହୁ ଶିକ୍ଷଣୀୟ ଉପଦେଶ ଓ ପରାମର୍ଶ ସାହିତ୍ୟ ସମାଜ ପ୍ରତି ପଥପ୍ରଦର୍ଶକ ହୋଇଥାଏ । ତେଣୁ ତାଙ୍କର ସୁଚିନ୍ତିତ ସମୀକ୍ଷାରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ ପ୍ରଥମ, ଉପେନ୍ଦ୍ର କୁମାର ବସ୍ତିଆ ଦ୍ୱିତୀୟ ଓ ସଂଯୁକ୍ତା ସାହୁଙ୍କୁ ତୃତୀୟ ସ୍ଥାନ ମିଳିଛି । ଶିକ୍ଷାର ଶେଷ ନଥାଏ । ଶିକ୍ଷା ଜୀବନର ମାନଦଣ୍ଡ । ତେଣୁ ପ୍ରତ୍ୟେକ ମଣିଷ ଦୈନନ୍ଦିନ ଜୀବନରେ କାହାରି ଠାରୁ କିଛି ନା କିଛି ଶିକ୍ଷା ଗ୍ରହଣ କରିଥାଏ । ତାହା ଲେଖା ମାଧ୍ୟମରେ ହେଉ କିମ୍ବା ଉପଦେଶ ମାଧ୍ୟମରେ ହେଉ । ସାହିତ୍ୟ ସାଧକ/ସାଧିକା ମାନଙ୍କୁ ମୋର ଅନୁରୋଧ ଯେହେତୁ ଆପଣ ମାନେ ସାହିତ୍ୟ ସାଧନା କରୁଛନ୍ତି ନିଜର ସାହିତ୍ୟ ଜ୍ଞାନ ବୃଦ୍ଧି ଓ ଆତ୍ମସନ୍ତୋଷ ପାଇଁ ତେଣୁ ସର୍ବଦା ସାଧନା ଜାରି ରଖନ୍ତୁ । ଭାଙ୍ଗି ପଡନ୍ତୁ ନାହିଁ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ନିରବଚ୍ଛିନ୍ନ ଭାବେ ସାଧନାକୁ ତ୍ବରାନ୍ବିତ କରିବା ଉଚିତ୍ । ଆଜି ସ୍ଥାନ ମିଳିନାହିଁ ହୁଏତ କାଲି ମିଳିପାରେ ! ସମସ୍ତ ପ୍ରତିଯୋଗୀଙ୍କୁ ଯଥାମାନ୍ଯ ସମ୍ମାନ ଓ ଶୁଭେଚ୍ଛା, ସମସ୍ତଙ୍କ କଲମ ମୁନରେ ଭଗବାନ ଶକ୍ତି ଦିଅନ୍ତୁ, ସୁନ୍ଦର ଲେଖନ୍ତୁ ଓ ଆଗକୁ ବଢନ୍ତୁ ବୋଲି ସମ୍ପାଦକ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସଞ୍ଜିବନୀ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ     

masiha

ସହିଦ୍ ରଘୁ ସର୍ଦ୍ଦାର ଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଅର୍ପଣ 

masiha

ପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ କଲେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର.

masiha

Leave a Comment

error: Content is protected !!