ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଂସାରିରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଶିଂସାରିରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଡାବୁଗାଁ, ୧୦/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ପୋଲିସ ପକ୍ଷରୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାର ଡାବୁଗାଁ ଥାନା ଅଧୀନ ଶିଂସାରି ଫାଣ୍ଡି ର ଶିଂସାରି ଓ ତୋରେଙ୍ଗା ଗ୍ରାମରେ ବୁଧବାର ଅପରାହ୍ନରେ ଫ୍ଲାଗମାର୍ଚ୍ଚ କରାଯାଇଛି | ଏଥିରେ ଡାବୁଗାଁ ଆଇଆଇସି ସୁନୀଲ କୁମାର ପ୍ରଧାନ, ଶିଂସାରି ଫାଣ୍ଡି ଅଧିକାରୀ ଶିଶିରକାନ୍ତ ଘୋଷ ଓ ସିଆରପିଏଫ ବାହିନୀ ଯୋଗ ଦେଇଥିଲେ | ଡାବୁଗାଁ ଥାନା ର ୨ ଟି ପଞ୍ଚାୟତ ପଡୋଶୀ ଛତିଶଗଡ ରାଜ୍ୟ ର ସୀମାକୁ ଲାଗିଛି | ଏଣୁ ସୀମାନ୍ତ ବର୍ତ୍ତୀ ଗ୍ରାମ ଗୁଡିକରେ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଇବାପାଇଁ ପୋଲିସ ର ଏହି ସବୁ ପ୍ରୟାସ ଜାରି ରହିବ ବୋଲି ଡାବୁଗାଁ ଥାନା ଆଇଆଇସି ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଇକ ଓ ସାଇକେଲ ଦୁର୍ଘଟଣା, ଜଣେ ମୃତ 

masiha

ଇ-ପଞ୍ଚାୟତ ସଭା ଉପରେ ତାଲିମ

Sunil Chandra Nayak

ରାମଜୀପୁଟ ବସୁଧା ଯୋଜନାର ପିଇବା ପାଣି ଯୋଗାଣ ସଂପୂର୍ଣ୍ଣ ଠପ୍ ଯୋଗୁଁ ଉତ୍କ୍ଷିପ୍ତ ଗ୍ରାମବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ରଖିଲେ  ଅଟକ, ଅତି ଶୀଘ୍ର ସମାଧାନ କରିବା ପ୍ରତିଶ୍ରୁତି ପରେ ଦୁଇ ଜଣଙ୍କୁ ଛାଡିଲେ 

Sunil Chandra Nayak

Leave a Comment

error: Content is protected !!