ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାତ୍ମା ଜ୍ୟୋତିଭା ଫୁଲେ ଜନ୍ମ ଜୟନ୍ତୀ ପାଳିତ

ମହାତ୍ମା ଜ୍ୟୋତିଭା ଫୁଲେ ଜନ୍ମ ଜୟନ୍ତୀ ପାଳିତ

ଜୁନାଗଡ଼,୧୨/୪(ମ ନି ସ) ଜୁନାଗଡସ୍ଥିତ ଲଙ୍କେଶ୍ଵରୀ କ୍ଲବରେ ପଣ୍ଡରାମାଲି ଯୁବ ବାହିନୀ କଳାହାଣ୍ଡି ଓ ଲଙ୍କେଶ୍ଵରୀ କ୍ଲବର ମିଳିତ ଉଦ୍ୟମରେ ଭାରତୀୟ ସାମାଜିକ କାର୍ଯ୍ୟକର୍ତ୍ତା ଚିନ୍ତକ ତଥା ଜାତି ବିରୋଧୀ ସାମାଜିକ ସଂସ୍କାରକ, ନାରୀ ଶିକ୍ଷାର ଆବାହକ ତଥା ଲେଖକ ମହାତ୍ମା ଜ୍ୟୋତିବା ରାଓ ଫୁଲେଙ୍କ ୧୯୬ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆମର ପଣ୍ଡରାମାଳି ଯୁବବାହିନୀ ସଭାପତି ଦୁର୍ଗା ପ୍ରସାଦ ନାଏକ , ମାଲି ସମାଜ ସଭାପତି ଶ୍ରୀଯୁକ୍ତ ଇଶ୍ଵର ପୂଝାରୀ, ବିଜୟ ପୂଝାରୀ, ଉପେନ୍ଦ୍ର ପୂଝାରୀ , ମୋହନ ପୁଝାରୀ,ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ,ଓ ଯୀଶୁ ଗୋପାଳ, ଲୋକେଶ ନାଏକ, ରାଜା ମହାଳିକ,ସୁରେନ୍ଦ୍ର ସାହୁ, ମୁକେଶ ଭଣ୍ଡାରଘରୀଆ ,ମୋହନ ପୁଝରୀ ଓ ଲଙ୍କେଶ୍ଵରୀ କ୍ଲବର ସଦସ୍ୟ ବୃନ୍ଦ, ଓ ପଣ୍ଡରାମାଳି ଯୁବବାହିନୀର ସକ୍ରୀୟ ସଦସ୍ୟବୃନ୍ଦ ଉପସ୍ଥିତ ରହି ମହାତ୍ମା ଜ୍ୟୋତିଭା ଫୁଲେଙ୍କ ଶୃତି ଚାରଣ କରି ସମାଜ ସଂସ୍କାରରେ ତାଙ୍କର ଅବଦାନ ବିଷୟରେ ଚିନ୍ତନ କରି ବାର୍ତ୍ତା ଦେଇଥିଲେ। ଆଜି ନାରୀ ଶିକ୍ଷ୍ୟା ଓ ଦଳିତଙ୍କ ପାଇଁ ମହାତ୍ମା ଫୁଲେ ଯେଉଁ ଯୁଗନ୍ତ କାରୀ ଅବଦାନ ରହିଛି ତାଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ପ୍ରତିଶୃତି ବଦ୍ଧ ହୋଇ ଥିଲେ।ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ଦଶୀପୁରରେ ପାନୀୟ ଜଳ ସମସ୍ୟା ଛବିଶି ଦିନରେ ପହଞ୍ଚିଲା

masiha

ଭାରତୀୟ ଭାଷା ଉତ୍ସବ ପାଳନ

masiha

ଧର୍ମଗଡ ଠାରେ ୭୭ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!