ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିର ଯୁବ ସମାବେଶ ଓ ମିଶ୍ରଣ ପର୍ଵ, କଂଗ୍ରେସ ଓ ବିଜେପିର ଶତାଧିକ କର୍ମକର୍ତ୍ତାଙ୍କ ଯୋଗଦାନ

ବିଜେଡିର ଯୁବ ସମାବେଶ ଓ ମିଶ୍ରଣ ପର୍ଵ, କଂଗ୍ରେସ ଓ ବିଜେପିର ଶତାଧିକ କର୍ମକର୍ତ୍ତାଙ୍କ ଯୋଗଦାନ

କୋକସରା,୧୨/୪ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ବଜାର ପଡ଼ିଆରେ ବିଜୁ ଜନତା ଦଳ ପକ୍ଷରୁ ଗୁରୁବାର ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେପିର ବରିଷ୍ଠ ଶତାଧିକ କର୍ମକର୍ତ୍ତା ଓ ଶତାଧିକ ଯୁବକ ମାନେ ବିଜେଡିରେ ଯୋଗଦାନ କରିଛନ୍ତି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ପୂଜାର୍ଚ୍ଚନା କରିବା ପରେ ଜଗନ୍ନାଥ ମନ୍ଦିର ଠାରୁ ବଜାର ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଯୁବ ଶୋଭାଯାତ୍ରାରେ ବାହାରି ପହଞ୍ଚିବା ପରେ ବିଧାୟକ ପ୍ରାର୍ଥୀ ଶ୍ରୀ ସିଂଦେଓଙ୍କୁ କର୍ମକର୍ତ୍ତା ମାନେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଯୁବ ସମାବେଶର ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଯୁବ ସଭାପତି ହେମନ୍ତ କୁମାର ମାଝୀ ସ୍ୱାଗତ ଅଭିଭାଷଣ ରଖିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମାବେଶରେ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ,ବିଧାୟକ ମୋୖଷଧି ବାଗ, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ନିଆଲ, ଓମଫେଡ ରାଜ୍ୟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ଯୁବନେତା ଡାକେଶ୍ୱର ଲହଜଳ, ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ଧର୍ମଗଡ ବ୍ଲକ ବିଜେଡି ସଭାପତି ଟିକମନ ବାରିକ, ପ୍ରଦୀପ ଦାସ, ଦୁର୍ଗା ନାଏକ, ଧବଳେଶ୍ବର ନାଗ ଓ ଅନେକ ପଞ୍ଚାୟତର ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ୨୨ ପଞ୍ଚାୟତରୁ ଆସିଥିବା ଯୁବଗୋଷ୍ଠୀଙ୍କୁ ସଂଗଠିତ ହୋଇ ତୃଣମୂଳ ସ୍ତରରେ ବିଜେଡି ଦଳକୁ ବିପୁଳ ସମର୍ଥନରେ ବିଜୟୀ କରାଇବାକୁ ଗୁରୁମନ୍ତ୍ର ଦେଇଥିଲେ। ଏହି ସମାବେଶରେ କଂଗ୍ରେସର ଜିଲ୍ଲା ସାଧାରଣ ସମ୍ପାଦକ ଓ ପୂର୍ବତନ ବ୍ଲକ ସଭାପତି ରାଜେନ୍ଦ୍ର ନାଏକ, ପୂର୍ବତନ କୋକସରା ବ୍ଲକ ସଭାପତି କଂଗ୍ରେସ ଘନଶ୍ୟାମ ଜାଲ, ବ୍ଲକ କଂଗ୍ରେସ ଉପ ସଭାପତି ହରେକୃଷ୍ଣ ନାଏକ, କଂଗ୍ରେସ ଯୁବ ମିଡିଆ ସେଲ ସଭାପତି ଗଣେଶ ଭାଟି, ସୁଦାମ ଚରଣ ମାଝୀ, ରତନ ନାଏକ, ମନ୍ମଥ ମାଝୀ ଓ ବିଜେପି କୋକସରା ମଣ୍ଡଳ ଉପ ସଭାପତି ରଜନୀକାନ୍ତ ପଣ୍ଡା, ସମେତ ଶତାଧିକ ଯୁବକ ମାନେ ବିଜେଡି ଦଳରେ ସାମିଲ ହୋଇଥିଲେ। ଦଳ ପକ୍ଷରୁ ଯୋଗ ଦେଇଥିବା କଂଗ୍ରେସ ଓ ବିଜେପିର କର୍ମକର୍ତ୍ତାଙ୍କୁ ସ୍ୱାଗତ କରାଯାଇଛି। ମଞ୍ଚ ସଂଯୋଜନା ପଙ୍କଜମୁଖ ଚୌଧୁରୀ ସହଯୋଗ କରିଥିବା ବେଳେ ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କୋକସରା ବିଜେଡି ଦଳର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଲ୍ଲା ସାଂଗଠନିକ ଉପ ସଭାପତି ହେଲେ ଯୁବ ନେତା ଅଜିତ ପୁରୋହିତ 

ଚନ୍ଦାହାଣ୍ଡି ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ବାବୁଙ୍କ ଜନ୍ମଦିନ ପାଳିତ

Sunil Chandra Nayak

ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!