ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫସଲ ଉଜାଡି ଦେଲା କାଣ୍ଡବିନ୍ଧା ପୋକ । ଅମଳ ସମୟରେ ନଷ୍ଟ ହୋଇଗଲା ଏକର ଏକର ଫସଲ । ଆଜି ଅଭିଯୋଗ ଆଣିଲେ ଚାଷୀ 

ଫସଲ ଉଜାଡି ଦେଲା କାଣ୍ଡବିନ୍ଧା ପୋକ । ଅମଳ ସମୟରେ ନଷ୍ଟ ହୋଇଗଲା ଏକର ଏକର ଫସଲ । ଆଜି ଅଭିଯୋଗ ଆଣିଲେ ଚାଷୀ 

 ବସ୍ତା,14/04 : ଫସଲ ଉଜାଡି ଦେଉଛି କାଣ୍ଡବିନ୍ଧା ପୋକ । ଅମଳ ସମୟରେ ସୁନାର ଫସଲ ନଷ୍ଟ ହେଉଥିବା ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ବାଲେଶ୍ୱର ବସ୍ତା ବ୍ଲକ ବରୁଣଗଡିଆ ଝିଞ୍ଜିପୁରାରେ ଚଳିତ ରବି ଋତୁରେ ପାଖାପାଖି ଶହେ ହେକ୍ଟର ଜମିରେ ଧାନଚାଷ କରାଯାଇଛି । ଗାଁର ୮୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରନ୍ତି । ରବି ଋତୁରେ ଚାଷ କାର୍ଯ୍ୟରେ ଅଧିକ ଖର୍ଚ୍ଚ ହେଉଥିବାରୁ ଲୋକେ ଧାର କରଜ କରି ଚାଷ କରିଛନ୍ତି । ହେଲେ ସେଥିରେ ଦାଉ ସାଧୁଛି ରୋଗ ପୋକ ।ଏହା କେଉଁ ପ୍ରକାର ରୋଗ ଜଣା ନଥିଲେବି କା଼ଣ୍ଡବିନ୍ଧା ରୋଗ ବା ଷ୍ଟେମ୍ବର ରୋଗ ବୋଲି ମଧ୍ୟ କୁହାଯାଉଛି । ଯାହା ଫଳରେ ଧାନ କେଣ୍ଡା ସବୁ ଶୁଖି ଯାଇ ଫସଲ ନଷ୍ଟ ହେବାରେ ଲାଗିଛି । ଏକର ପିଛା ୨୦ ରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଅମଳର ଆଶା ରଖିଥିଲା ଚାଷୀ । ହେଲେ ଏହି କାଣ୍ଡ ବିନ୍ଧା ପୋକ ସବୁ ଉଜାଡି ଦେଇଛି । ବିଭିନ୍ନ ରାସାୟନିକ ପ୍ରୟୋଗ କରି ମଧ୍ୟ କୌଣସି ଲାଭ ମିଳୁନି ।ଝିଞ୍ଜିପୁରାରେ ଚଳିତ ରବି ଋତୁରେ ପାଖାପାଖି ଶହେ ହେକ୍ଟର ଜମିରେ ଧାନଚାଷ କରାଯାଇଛି । ହେଲେ କାଣ୍ଡ ବିନ୍ଧାରୁ ନେଇ ଚକଡା ପୋକ ପର୍ଯ୍ୟନ୍ତ ଦାଉ ସାଧୁଛନ୍ତି । ଗ୍ରାମର ପ୍ରାୟ ଲୋକ ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ ଏବେ ଧାର କରଜ କିଭଳି ସୁଝିବେ ଓ ପରିବାର କିଭଳି ଚଳାଇବେ ସେ ନେଇ ପଡିଛନ୍ତି ଚିନ୍ତାରେ । ଏନେଇର ବିବାର ଅପରାହ୍ନ 4 ଟା ସମୟରେ ଅଭିଯୋଗ ଆଣିଛନ୍ତି ଚାଷୀ । ତେବେ ଅମଳ ସମୟରେ ଚାଷ କ୍ଷତିଗ୍ରସ୍ତ ହେଉଥିବାର କୃଷି ବିଭାଗ ଏହାର ଅନୁଧ୍ୟାନ କରି କ୍ଷତିପୂରଣର ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତି ଚାଷୀ ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାନପୋଷ ଇକୋ କ୍ଲବ୍‌ ପକ୍ଷରୁ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ ସଚେତତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!