ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଇ. ମହାକୁଡ

ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଇ. ମହାକୁଡ

ବାଲେଶ୍ଵର,୧୭/୪/୨୪- ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ଅନ୍ତର୍ଗତ ସାରୁଗାଁ ପଞ୍ଚାୟତ ନୁଆଗାଁବଡ଼ ନିବାସୀ ବୈକୁଣ୍ଠ ପଣ୍ଡା ଓ ରେବତୀ ପଣ୍ଡାଙ୍କ କନିଷ୍ଠ ପୁତ୍ର ବିଶ୍ୱଜିତ ପଣ୍ଡା ଭାରତ ବର୍ଷର ସର୍ବଶ୍ରେଷ୍ଠ ପରୀକ୍ଷା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (UPSC) ରେ ସର୍ବ ଭାରତୀୟ ସ୍ତରରେ AIR-343 (IPS CADOR) ରାଙ୍କ ରଖି କୃତକାର୍ଯ୍ୟ ହୋଇ ଖଇରା ବ୍ଲକ ତଥା ବାଲେଶ୍ବର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଏ ଖବର ଶୁଣି ଯୁବନେତା ତଥା ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ ତାଙ୍କ ବାସଭବନରେ ପହଞ୍ଚି ପରିବାରଙ୍କ ଉପସ୍ଥିତରେ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥଗଲେ । ଏହି ସମୟରେ ତୁରିଗଡିଆ ମଣ୍ଡଳ ସଭାପତି ମହେଶ୍ୱର ନାଥ, ଯୁବମୋର୍ଚ୍ଚା ସଭାପତି ନୃସିଂହ ସିଂହ, ସାରୁଗାଁ ସରପଞ୍ଚ ଦୟାନିଧି ନାୟକ ଓ ୱାଡ଼ର୍ ସଭ୍ୟା ମିନତି ଦାସ ମଧ୍ୟ ଉପସ୍ଥିତ ଥିଲେ l ତାଙ୍କର କଥାବାର୍ତ୍ତା ବହୁତ ମାର୍ଜିତ, ଭଦ୍ର ଏବଂ ସେ ଜଣେ ସୁନ୍ଦର ବ୍ୟକ୍ତିତ୍ବର ଅଧିକାରୀ । ଗତବର୍ଷ ମଧ୍ୟ ସେ OAS ପାଇ ବାରିପଦାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ । ତାଙ୍କ ପରିବାର ସହିତ ମୋର ପାରିବାରିକ ସମ୍ପର୍କ ଅଛି । ତାଙ୍କର ସଫଳତାର ଖବର ଶୁଣି ଅତ୍ୟନ୍ତ ଖୁସି ଲାଗିଲା । ତାଙ୍କୁ ଆଶୀର୍ବାଦ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ ତଥା ଉତ୍ତରୋତ୍ତର ଉନ୍ନତି କାମନା କଲେ ଇ. ଶ୍ରୀ ମହାକୁଡ଼ l।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜାମଦା ବ୍ଲକର କଇଁପୁର ଗ୍ରାମର ୭ ବର୍ଷ ହେଲା ସରକାରୀ କୋଠାଘର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ; ନିଶାଡିଙ୍କୁ ସୁହାଉଛି ଘର;ସରକାରୀ କାମରେ ଲାଗୁନି ଘର

Sunil Chandra Nayak

ବିଜୁ ପଟ୍ଟନାୟକ ଜଣେ ଅନନ୍ୟବ୍ୟକ୍ତିତ୍ଵ 

masiha

ପ୍ରଧାନ ଶିକ୍ଷୟତ୍ରୀ ଓ ହଷ୍ଟେଲ ଦାୟିତ୍ଵରେ ଥିବା ଶିକ୍ଷକଙ୍କ ଅବହେଳାରୁ ଦଶମ ଶ୍ରେଣୀର ଛାତ୍ର ନିଲାବାଡି ଦେଖିବାକୁ ଆସି ବାଇକ୍ ଦୁର୍ଘଟଣାରେ ଗୁରୁତର ଚିକିତ୍ସା ପାଇଁ ବିଶାଖାପାଟଣା କେଜିହେଚ ମେଡିକାଲରେ ଭର୍ତ୍ତି, ପରୀକ୍ଷା ଦେବାରୁ ଛାତ୍ର ବଞ୍ଚିତ

Sunil Chandra Nayak

Leave a Comment

error: Content is protected !!