ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ୟଜନ୍ତୁଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘ ପକ୍ଷରୁ ବନ୍ୟଜନ୍ତୁଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ହୋଇଛି l ଗ୍ରୀଷ୍ମ ପ୍ରବାହରୁ କିପରି ବିଭିନ୍ନ ପଶୁପକ୍ଷୀ ତଥା ଗୃହପାଳିତ ପଶୁ ମାନେ ଅଂଶୁଘାତର ସମ୍ମୁଖୀନ ନ ଭୋଗନ୍ତି, ତାହାକୁ ଦୃଷ୍ଟିରେ ରଖି କଳାରୁଦ୍ର ଯୁବକ ପକ୍ଷରୁ ବିଭିନ୍ନ ସ୍ଥାନ ତଥା ହଜାରୀପଡା ୟୁପି ସ୍କୁଲ ଓ ଶାନ୍ତିବନରେ ଥିବା ନଳକୂପ ଗୁଡିକ ନିକଟରେ ଗାତ ଖୋଲି ପାଣି ଜମା କରିବାର ସୁବିଧା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ସମ୍ପାଦକ ରେଶବ ନାରାୟଣ ସାହୁ, ପୂର୍ବତନ ସମ୍ପାଦକ ସଂଜୀବ ସାହୁ, ଲଳିତ ସାହୁ, ଭଗତ ସାହୁ, ହରପ୍ରସାଦ ସାହୁ, ଭୁବନେଶ୍ୱର ସାହୁ ଉପସ୍ଥିତ ରହି ପିଇବା ପାଣିର ସୁବିଧା କରିଥିଲେ l ସଂଘର ଏଭଳି ମହତ କାର୍ଯ୍ୟ ଯୋଗୁଁ ବିଭିନ୍ନ ବ୍ୟକ୍ତି ବିଶେଷ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଧୁବାଦ ଜଣାଉଛନ୍ତି l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାଲେଶ୍ବର – ଆମ୍ବଗଡିଆ ବିକାଶମଞ୍ଚ ପକ୍ଷରୁ ବୃକ୍ଷରୋପଣ ସମ୍ବର୍ଦ୍ଧନା ସଭା

ତୁମେ ସମସ୍ୟାର କାରଣ ହୁଅ ନାହିଁ, ସମାଧାନର ପଥଟିଏ ହୁଅ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!