ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ କଳାକାର ସଂଘର ଶୋକସଭା

ବରିଷ୍ଠ କଳାକାର ସଂଘର ଶୋକସଭା

ବ୍ରହ୍ମପୁର, ୧୦/୫/୨୪- କଳା ଓ କଳାକାର ହିତୈଷୀ ମହାମଞ୍ଚ ‘” ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ” ତରଫରୁ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ଏକ ଶୋକସଭା ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ବରିଷ୍ଠ ସଦସ୍ଯ ନାଟ୍ୟ ନିର୍ଦ୍ଦେଶକ ଶିଶୁ ନାହାକଙ୍କ ଅମର ଆତ୍ମାର ସଦ୍ଗତି କାମନା ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ଶିକ୍ଷାବିତ୍ ତଥା କଳାକାର ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ନୃତ୍ଯଶିଳ୍ପୀ ସୁବାସ ଚନ୍ଦ୍ର ସାହୁ ମାମା, ବରିଷ୍ଠ କଳାକାର ଅଭିରାମ ରାଉଳ, ମୃଦଙ୍ଗ ବାୟକ କୁନୁ ବେହେରା, କଣ୍ଠଶିଳ୍ପୀ ମମତା ପ୍ରଧାନ, କଶିନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶିଶୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ । ସଂଘ ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାରମ୍ଭିକ ସୂଚନା କ୍ରମରେ ଉଭୟ ମଞ୍ଚ ନାଟକ ଓ ଲୋକ ନାଟକ କ୍ଷେତ୍ରରେ ପ୍ରବୀଣ ଶିଶୁ ନାହାକଙ୍କ ଅବର୍ତ୍ତମାନ ଗଞ୍ଜାମର ସାଂସ୍କୃତିକ କ୍ଷେତ୍ର ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସଦୃଶ ପ୍ରତୀତ ହୁଏ ବୋଲି ମତବ୍ୟକ୍ତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଏସ.ପି.ସି.ବି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ଘୋଷଯାତ୍ରା ଲୋକ ମହୋତ୍ସବ ପାଳିତ

masiha

ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର : ଆଦିବାସୀ ଅଧିକାର ସୁରକ୍ଷା ପାଇଁ ଜରୁରୀ ହସ୍ତକ୍ଷେପ ଦାବି

Leave a Comment

error: Content is protected !!