ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦିଲ୍ଲିପ ରାୟଙ୍କ ପାଇଁ ମାରାଥନ ପ୍ରଚାର 

ଦିଲ୍ଲିପ ରାୟଙ୍କ ପାଇଁ ମାରାଥନ ପ୍ରଚାର 

ରାଉରକେଲା: ଆସନ୍ତା ନିର୍ବାଚନ ପାଇଁ ଏକ ସପ୍ତାହରୁ କମ୍ ସମୟ ଥିବାବେଳେ ବିଜେପି ର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲିପ ରାୟ ଓ ତାଙ୍କ ସମର୍ଥକ ମାନେ ନିର୍ବାଚନ ପ୍ରଚାର କୁ ଜୋରଦାର କରିଛନ୍ତି। ଏହି ପ୍ରଚାର କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚ ତରଫରୁ ଏସଟିଆଇ, ଏଫସିଆଇ, ଦେଓଗାଁ, ବାଲୁଘାଟ,ରୂପଟୋଲା, ତପସ୍ୱିନୀ ମାର୍କେଟ ଆଦି ଅଂଚଳରେ କରାଯାଇଛି। ଏଥିରେ ସର୍ବଶ୍ରୀ ପି ପି ରାୟ, ଜଗବନ୍ଧୁ ଜେନା, ଶଶଧର ପାତ୍ର, ଜଗନ୍ନାଥ ରାଉତ, ସୁମନ୍ତ ବର୍ମା, ଭୀମ ସାହୁ, ପପୁ ଶତପଥୀ ପ୍ରମୁଖ ପ୍ରଚାର କରିଥିଲେ। ସେହିପରି ଶ୍ରୀ ରାୟ ଦେଓଗାଁ ଠାରେ ପଦଯାତ୍ରା କରି ସେଠାକାର ସମସ୍ୟା ସମ୍ପର୍କରେ ଅବଗତ ହେବାସହ ସେ ବିଜୟୀ ହେଲେ ସେସବୁ ପ୍ରତି ଦୃଷ୍ଟି ଦେବେବୋଲି କହିଥିଲେ। ଏହି ପଦଯାତ୍ରାରେ ଉପରୋକ୍ତ କର୍ମକର୍ତ୍ତାଙ୍କ ସହ ସର୍ବଶ୍ରୀ ଦିଲିପ ମହାନ୍ତି,ପ୍ରଭା ଜେନା, ପ୍ରଭା ପାର୍ଣ୍ଣାଣ୍ଡିଜ, ରମେଶ ହରିଚନ୍ଦନ, ଦେବାଶିଷ ମହାନ୍ତି,ମାଧବ ସାହୁ, ମନୋଜ ବେହେରା, ମନୋଜ ଦାସ ପ୍ରମୁଖ ଙ୍କ ସହ ଶତାଧିକ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ସେହିପରି ମିଶ୍ରଣ ପର୍ବରେ କଂଗ୍ରେସର ପ୍ରାକ୍ତନ ମହିଳା ସମ୍ପାଦିକା ରାଜଲକ୍ଷ୍ମୀ ପାତ୍ର ଶ୍ରୀ ରାୟଙ୍କୁ ଭେଟି ତାଙ୍କୁ ସମର୍ଥନ ଜଣାଇବା ସହ ବିଜେପି ରେ ମିଶିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ର କର୍ମୀ ସମ୍ମିଳନୀ…. ଯୋଗଦେଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ

masiha

ସୁନୀଲ ଧଙ୍ଗଡ଼ାମାଝୀ ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ନିଯୁକ୍ତ 

Sunil Chandra Nayak

କାମାକ୍ଷାନଗରରେ ବିଜେପିର ପ୍ରେସମିଟ୍ 

Leave a Comment

error: Content is protected !!