ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଚାର ମଇଦାନରେ ବିଜେଡି ଦଳ, ବଢୁଛି ସମର୍ଥନ

ପ୍ରଚାର ମଇଦାନରେ ବିଜେଡି ଦଳ, ବଢୁଛି ସମର୍ଥନ

ଖଇରା,୧୪/୫/୨୪- ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ଅନ୍ତର୍ଗତ ନୟାଖଣ୍ଡି ପଞ୍ଚାୟତର ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀରେ ଯୋଗ ଦେଲେ ରାଜନେତା, ସମାଜସେବୀ ଶଶୀ କୁମାର ସାହୁ ଏବଂ ସିମୁଳିଆ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁ । ଉପସ୍ଥିତ ଜନସାଧାରଣଙ୍କ ସହିତ କିଛି ସମୟ ବର୍ତ୍ତାଳାପ କରିବା ପରେ ସମସ୍ତଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଭଦ୍ରକ ଲୋକସଭା କ୍ଷେତ୍ର ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀନୀ ମଞ୍ଜୁଲତା ମଣ୍ଡଳ ଏବଂ ସିମୁଳିଆ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁଙ୍କୁ ବହୁ ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ନିବେଦନ କରିଥିଲେ । ଏଥିରେ ପଞ୍ଚାୟତ ସଭାପତି ଲମ୍ବୋଦର ବେହେରା, ଯୁବନେତା ବିପ୍ଳବ ଓ ମୁକେଶଙ୍କ ସହ ପଞ୍ଚାୟତର ବହୁ ଯୁବ ଏବଂ ମହିଳା କର୍ମୀ ଓ ସମର୍ଥକ ମାନେ ଯୋଗଦାନ କରିଥିଲେ । ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ ପ୍ରାର୍ଥିନୀ । ଏଥର ଶଙ୍ଖ ଚିହ୍ନ ନିଶ୍ଚୟ ଜିତିବ ବୋଲି ଆଲୋଚନା ହେଉଥିବା ଉପସ୍ଥିତ ଜନସାଧାରଣଙ୍କ ଠାରୁ ରିପୋର୍ଟ ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଘେରାଉ ସମୟରେ ମହୁ ମାଛି ଆକ୍ରମଣ

masiha

ଈଛାଘୁଟୁରେ ସିପିଆଇ ର ସମ୍ମିଳନୀ

masiha

ସମ୍ବଲପୁର ଆକ୍ରମଣ ଘଟଣା କୋକସରା ଠାରେ ପ୍ରତିବାଦ, ବିଡ଼ିଓଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!