ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ବେଆଇନ ୩ଟି ବାଲି ବୋଝେଇ ଡ଼ମ୍ପର କୁ ଜବତ କଲା ପୋଲିସ 

ବସ୍ତା,୧୭/୦୫ : ବସ୍ତା ପୋଲିସ ପକ୍ଷରୁ ଶୁକ୍ରବାର ଅପରାହ୍ନ ସମୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ଗାନ୍ଧିଛକ ନିକଟରୁ ତିନୋଟି ବେଆଇନ ବାଲି ବୋଝେଇ ଡ଼ମ୍ଫର କୁ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ଦିନକୁ ଦିନ ବାଲି ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଅଭିଯୋଗକୁ ଭିର୍ତ୍ତି କରି ଆଜି ବସ୍ତା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ତିନୋଟି ବେଆଇନ ବାଲି ବୋଝେଇ ଡ଼ମ୍ଫର ଜବତ କରି ବସ୍ତା ଥାନାରେ ସନ୍ଧ୍ୟା ପର୍ଯ୍ୟନ୍ତ ନଜରରେ ରହିଥିବା ଦେଖିବାକୁ ମିଳିଥିଲା l

=======…==..================.==

ଛିଡା ହୋଇଥିବା ଟ୍ରକ କୁ ପଛ ପଟୁ ଧକ୍କା ଦେଲା ଡ଼ମ୍ପର, ଅଳ୍ପକେ ବର୍ତ୍ତିଲେ ଚାଳକ 

ବସ୍ତା,୧୮/୦୫ : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ର ଶନିବାର ଅପରାହ୍ନ ସମୟରେ ରାଜଘାଟ ନିକଟରେ ଛିଡା ହୋଇଥିବା ଟ୍ରକ କୁ ପଛ ପଟୁ ଧକ୍କା ଦେଲା ଡ଼ମ୍ପର,ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ l ସୂଚନା ଅନୁଯାୟୀ ଉକ୍ତ ଡ଼ମ୍ପର ଟି ବାଲେଶ୍ୱର ରୁ ବାହାରି ଜଳେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାଜଘାଟ ନିକଟରେ ଛିଡା ହୋଇଥିବା ଟ୍ରକ କୁ ଧକ୍କା ଦେଇଥିଲା l ଫଳରେ ଉକ୍ତ ଟ୍ରକ ଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି l ତେବେ ଉକ୍ତ ଡ଼ମ୍ପର ର ସମ୍ପୂର୍ଣ ଆଗ ଅଂଶ ଭାଙ୍ଗିଯାଇଥିବାର ଦେଖିବାକୁ ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପ୍ରାର୍ଥନା ସଭାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରୀ,ଛାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

ବାଇକ ଚଲାଇ ଯାଉଥିବା ବେଳେ ଗର୍ତ୍ତ ଭିତରେ ଖସି ପଡ଼ି ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର 

Sunil Chandra Nayak

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ 

Sunil Chandra Nayak

Leave a Comment

error: Content is protected !!