ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରମ୍ହପୁର ବିଶ୍ୱବିଦ୍ୟାଳୟ ସ୍ତରରେ ମହର୍ଷି ଗୁରୁକୂଳ ର ତିନି ଛାତ୍ରୀ ହେଲେ ଟପ୍ପର

ବ୍ରମ୍ହପୁର ବିଶ୍ୱବିଦ୍ୟାଳୟ ସ୍ତରରେ ମହର୍ଷି ଗୁରୁକୂଳ ର ତିନି ଛାତ୍ରୀ ହେଲେ ଟପ୍ପର

ରାୟଗଡା ଜିଲ୍ଲା ର ମହର୍ଷି ଗୁରୁକୂଳ ର ଯୁକ୍ତ ୩ ରେ ତିନି ଜଣ ଛାତ୍ରୀ ବ୍ରମ୍ହପୁର ବିଶ୍ଵ ବିଦ୍ୟାଳୟ ରେ ଟପ୍ପର ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନରେ ସୁଶ୍ରୀ ସୁସ୍ମିତା ମହାନ୍ତି ବିଶ୍ୱବିଦ୍ୟାଳୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରାସାୟନିକ ବିଜ୍ଞାନ ରେ ସୁଶ୍ରୀ ସାଗରିକା ସାହୁ ତୃତୀୟ ସ୍ଥାନ ଓ ସୁଶ୍ରୀ କେ. ସୌଜନ୍ୟା ଚତୁର୍ଥ ସ୍ଥାନରେ ଅଧିକାର ହୋଇଛନ୍ତି ।ମହର୍ଷି ଗୁରୁକୂଳ ର ଏହି ସଫଳତା ପାଇଁ ଖୁସି ର ଲହରୀ ଖେଳି ଯାଇଛି ।ଏଥିପାଇଁ ମହର୍ଷି ଗୁରୁକୂଳ ର ଛାତ୍ରଛାତ୍ରୀଙ୍କ କୃତିତ୍ୱ ପଛରେ ଅଧ୍ୟାପକ ଅଧ୍ୟାପିକା ଙ୍କ ଉତ୍କୃଷ୍ଟ ମାନ ଶିକ୍ଷା ଯୋଗୁଁ ଏହିପରି ସଫଳତା ସମ୍ଭବପର ହୋଇଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ଏହି ସଫଳତା ପାଇଁ ଗୁରୁକୂଳ ର ସଭାପତି ସନ୍ତୋଷ କୁମାର ଗୁରୁ, ସମ୍ପାଦକ ରାଜେଶ କୁମାର ପଣ୍ଡା, ନିର୍ଦେଶକ ଲୋକନାଥ ମିଶ୍ର ଅଧ୍ୟକ୍ଷ ରାମ ରଥ ଓ ପ୍ରିୟବ୍ରତ ବିଷୋୟୀ କୃତିତ୍ୱ କରିଥିବା ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣେଇଛନ୍ତି।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ମନ୍ତ୍ରୀ ଆବାସ ଗୃହ ମିଳିବ ବୋଲି ଆଶାରେ ଆଖିରୁ ପାଣି ଶୁଖି ଗଲାଣି

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା , ରାଉରକେଲା ରୁ ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ 

masiha

କଳା ବଜାରୀ କଲେ କଠୋର କାଯ୍ୟନୁଷ୍ଠାନ ନେବ ଜିଲ୍ଲା କୃଷି ବିଭାଗ

masiha

Leave a Comment

error: Content is protected !!