ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରା ଗଞ୍ଜେଇ ବେପାରୀଙ୍କୁ କୋର୍ଟ ଚାଲାଣ

ଚୋରା ଗଞ୍ଜେଇ ବେପାରୀଙ୍କୁ କୋର୍ଟ ଚାଲାଣ

ଖଇରା,୨୪/୫/୨୪ -ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ଥାନା ଅଧିନସ୍ଥ କୁପାରୀ ଅମ୍ବିକା ମନ୍ଦିର ନିକଟରେ ଗଞ୍ଜେଇ ବେପାରୀ ଦୁଷ୍ମନ୍ତ ନାୟକ ବ୩୮ର୍ଷଙ୍କ ଠାରୁ ୩ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । କୌଣସି ଏକ ସ୍ଥାନକୁ ଶ୍ରୀ ନାୟକ ଗଞ୍ଜେଇ ନେଇ ଯାଉଥିବା ବେଳେ ଖଇରା ଅବକାରୀ ଥାନା ଓଆଇସି ଶ୍ରୀ ସୁରଜ୍ କୁମାର ଦିଗା କର୍ମଚାରୀ ମାନଙ୍କ ସହାୟତାରେ ଆସାମୀକୁ ଧରି ସଫଳ ହୋଇଛନ୍ତି । ପିଆର ନଂ ୫୧/୨୦୨୪-୨୫ ତା ୨୪.୦୫.୨୪ କେସ୍ ରୁଜୁ କରାଯାଇ ଆସାମୀକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଛି । ଓଆଇସି ଶ୍ରୀ ଦିଗା ଖଇରା ଅବକାରୀ ଥାନାରେ ଯୋଗ ଦେବା ପର ଠାରୁ ଚୋରା ମଦ, ଅଫିମ ଓ ଗଞ୍ଜେଇ ବିକ୍ରେତା ଓ ଚାଲାଣକାରୀ ମାନଙ୍କୁ ଧରି କୋର୍ଟ ଚାଲାଣ କରିବାରେ ସୁନାମ ଅର୍ଜନ କରି ଚାଲିଛନ୍ତି । ସେ ଜଣେ ସଚ୍ଚୋଟ ଅଫିସର ଅଟନ୍ତି । ତାଙ୍କ ଚଢ଼ାଉ କାର୍ଯ୍ୟ ଦେଖି ଚୋରା ବେପାରୀ ଓ ଚାଲାଣକାରୀ ମାନେ ଭୟଭୀତ ହୋଇ ପଡିଲେଣି । ଦୈନିକ ଏପରି ଚଢ଼ାଉ ଜାରି ରହିଲେ ଅଞ୍ଚଳର ବାତାବରଣ ସୁସ୍ଥ ରହିବ ବୋଲି ସାଧାରଣ ଜନତା ଆଲୋଚନା କରୁଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡ଼ିଶା ଆନ୍ଧ୍ର ମିଳିତ ଅବକାରୀ ଚଢାଉ  ନଷ୍ଟ କଲେ ଲକ୍ଷାଧିକ ଟଙ୍କାର ଦେଶୀ ମଦ 

masiha

କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ

Sunil Chandra Nayak

ଲିଜେଣ୍ଡ କ୍ରିକେଟ ଟୁର୍ନାମେଣ୍ଟ, ପାପଡାହାଣ୍ଡି ଲିଜେଣ୍ଡ ଦଳ ଚାମ୍ପିୟାନ

Sunil Chandra Nayak

Leave a Comment

error: Content is protected !!