ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମନା କାଳିକା ପୀଠ ରେ ଅମାବାସ୍ୟା ଯଜ୍ଞ ମହୋତ୍ସବ ପ୍ରସ୍ତୁତି ବୈଠକ

ଢ଼େଙ୍କାନାଳ: ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ପଞ୍ଚାୟତର ୧୫୫ ବର୍ଷ ର ଡକାବଜା ଠାକୁର ଜିଲ୍ଲା ବ୍ୟାପୀ ନିଜର ‘ ସୁନା ଦଣ୍ଡ ‘ ପାଇଁ ପ୍ରସିଦ୍ଧି ଲାଭ କରିଥିଲାବେଳେ ଚଳିତ ମାସ ୧୩ ତାରିଖରେ ମେରୁ ପର୍ବ ପାଳନ କରିବା କୁ ଯାଉଛି। ଏତଦ୍ ବ୍ୟତୀତ କିଛି ଶ୍ରଦ୍ଧାଳୁ ମାନସ ପଟରେ କାଳୀକା ମାତାଙ୍କୁ ଶାନ୍ତ କରିବା ନିମିତ୍ତ ଆଜକୁ ପ୍ରାୟ ୨୦ବର୍ଷ ହେବ ଏହି ପୀଠ ରେ ବୈଶାଖ ମାସ ଅମାବାସ୍ୟା ତିଥି ରେ ଅମାବାସ୍ୟା ଯଜ୍ଞ ଆୟୋଜନ କରୁଛନ୍ତି ।ଏଠାରେ ସୂଚନା ଯୋଗ୍ୟ ଯେ ପ୍ରତି ପାଞ୍ଚବର୍ଷରେ ଥରେ ବାର୍ଷିକ ମହୋତ୍ସବ ପାଳନ କରାଯାଏ । ଚଳିତ ବର୍ଷ ଚତୁର୍ଥ ପାଳି ବାର୍ଷିକ ମହୋତ୍ସବ ହୋଇ ଥିବାରୁ ଏପ୍ରିଲ୍ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଶୃଙ୍ଖଳିତ ଭାବେ ପାଳନ କରିବାକୁ ଯଜ୍ଞ ଆୟୋଜନ କମିଟି ଗ୍ରାମବାସି ମାନଂକୁ ନେଇ ପ୍ରସ୍ତୁତି ବୈଠକ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଓଡ଼ିଶା ର ସ୍ୱନାମଧନ୍ୟ ଓଡ଼ିଶୀ କୀର୍ତ୍ତନ ଗାୟକ ଶ୍ରୀଯୁକ୍ତ ଉପେନ୍ଦ୍ର ସ୍ୱାଇଁ(ପୁରୀ) ଓ ଶ୍ରୀଯୁକ୍ତ ଗୋଲଖ ପ୍ରଧାନ (ନୟାଗଡ଼)ଏହି ଉତ୍ସବ ରେ ହରି ରସ ଗୁଣ ଗାୟନ ପୂର୍ବକ କୀର୍ତ୍ତନ ପରିବେଷଣ କରିବାର କାର୍ଯକ୍ରମ ସ୍ଥିରୀକୃତ ହୋଇଅଛି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କବିତା – ତୁମରି ଛବି

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ମାତୃଶକ୍ତି

Sunil Chandra Nayak

ବିଶ୍ବନାଥପୁର ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!