ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ୮୬% ,ବୁର୍ଜା ମାଧ୍ୟମିକ ବିଦ୍ୟାଳୟରେ ୧୦୦% ପାସ୍ 

ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ୮୬% ,ବୁର୍ଜା ମାଧ୍ୟମିକ ବିଦ୍ୟାଳୟରେ ୧୦୦% ପାସ୍ 

ଲକ୍ଷ୍ମୀପୁର ୨୭/୦୫ // ଲକ୍ଷ୍ମୀପୁର ମହାବିଦ୍ୟାଳୟ ଠାରେ ଯୁକ୍ତ ଦୁଇ କଳା ଓ ବିଜ୍ଞାନରେ ସମୁଦାୟ ୪୭୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୦୯ ଜଣ ଉତ୍ତୀର୍ଣ୍ଣ ହେଇଛନ୍ତି।ସେଥି ମଧ୍ୟରେ ବିଜ୍ଞାନରେ ୧୭୩ ରୁ ୧୪୯ ଓ କଳାରେ ୩୦୦ ରୁ ୨୬୦ ଜଣ ଅଛନ୍ତି।ବିଜ୍ଞାନରେ ୧୧ ଜଣ ପ୍ରଥମ,୨୮ ଜଣ ଦୂତିୟ ଓ ତୃତୀୟରେ ୧୧୦ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଯୁକ୍ତ ଦୁଇ କଳାରେ ୨୪ ଜଣ ପ୍ରଥମ,୪୦ ଜଣ ଦୁତୀୟ ଓ ୧୯୬ ଜଣ ଛାତ୍ର ଛାତ୍ରୀ ତୃତୀୟ ହୋଇଛନ୍ତି।ଚଳିତ ବର୍ଷ ଲକ୍ଷ୍ମୀପୁର ମହା ବିଦ୍ୟାଳୟରେ ଏତେ ସଂଖ୍ୟକ ଛାତ୍ର ଛାତ୍ରୀ ପ୍ରଥମ ହେଇଥିବାରୁ ଅଭିଭାବକ ମାନେ ତାର ସବୁ ଶ୍ରେୟ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ,ଅଧ୍ୟାପିକା ମାନଙ୍କୁ ଦେଇଛନ୍ତି। 

ଯୁକ୍ତ ଦୁଇ କଳାରେ ସବୁଠୁ ଅଧିକ ଅଷ୍ଟ ମିଣିଆକା ୪୬୬ ମାର୍କ ରଖି ପାସ୍ ହୋଇଥିବା ବେଳେ ବିଜ୍ଞାନରେ ସବୁଠୁ ଅଧିକ ଶୁଭମ୍ ସାହୁ ୪୦୬ ମାର୍କ ରଖି ପାସ୍ ହୋଇଛନ୍ତି।

ସେହିପରି ବୁର୍ଜା ମାଧ୍ୟମିକ ବିଦ୍ୟାଳୟର +୨ବିଜ୍ଞାନରେ ୯୮ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍ ହାର ସତ ପ୍ରତିଶତ ରହିଛି।ସେଥିରୁ ୨୧ ଜଣ ପ୍ରଥମ,୪୫ ଜଣ ଦୁତିୟ ଓ ୩୨ ଜଣ ଛାତ୍ର ଛାତ୍ରୀ ତୃତୀୟ ସ୍ଥାନ ରଖିଥିବା ଜଣା ପଡିଛି। ଛାତ୍ରୀ ଭାଗ୍ୟଶ୍ରି ବାଘ ସବୁଠୁ ଅଧିକ ୪୨୮ ମାର୍କ ରଖିଥିବା ଜଣା ପଡ଼ିଛି। ଗତ ବର୍ଷ ୪୦ ପ୍ରତିଶତ ପାସ୍ ହାର ରହିଥିବା ବେଳେ ଚଳିତ ବର୍ଷ ସାତ ପ୍ରତିଶତ ରେଜଲ୍ଟ ହୋଇଥିବାରୁ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଅଭିଭାବକ ମାନେ ଧନ୍ୟବାଦ୍ ଜଣାଇଛନ୍ତି।

ଲକ୍ଷ୍ମୀପୁର ରୁ ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ପାତ୍ରୀ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ନୂଆପଡା ଜିଲ୍ଲାରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସମାରୋହ ପାଳିତ l ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ , ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରି ଦୁଇ ମହାମାନବଙ୍କୁ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାସୁମନ ଅର୍ପଣ କଲେ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ପୁଷ ପୁନି କମିଟି ତରଫରୁ ମାଁ ଭଣ୍ଡାର ଘରଣୀ ମନ୍ଦିର ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଓ ଲୋଗୋ ଉନ୍ମୋଚନ 

masiha

Leave a Comment

error: Content is protected !!