ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଇସେନ୍ସ ପ୍ରାପ୍ତ ବିହନ ବିକ୍ରେତା ଙ୍କୁ ନେଇ ବୈଠକ

ଲାଇସେନ୍ସ ପ୍ରାପ୍ତ ବିହନ ବିକ୍ରେତା ଙ୍କୁ ନେଇ ବୈଠକ 

ତେନ୍ତୁଳିଖୁଣ୍ଟି ୩୧/୦୫/୨୪ତେନ୍ତୁଳିଖୁଣ୍ଟି ବ୍ଲକ ସ୍ଥିତ ଆତ୍ମା କାର୍ଯ୍ୟାଳୟ ରେ ଆଜି ପଞ୍ଜୀକୃତ ବିହନ ବିକ୍ରେତା ଙ୍କ ଏକ ବୈଠ କ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୨୪ ଟି ବିହନ ଉ ବିକ୍ରେତା କିମ୍ବା ତାଙ୍କ ପ୍ରତିନିଧି ଙ୍କ ଉପସ୍ଥିତି ରେ ବୈଠକ ଅନୁଷ୍ଠିତ ହୋଇଥିଲା। ବିହନ ବିକ୍ରି ପାଇଁ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ବିଶେଷଭାବେ ବିହନ ବିକ୍ରୀ ବେଳେ ସରକାରୀ ବିହନ ବିକ୍ରୀ କୁ ପ୍ରାଥମିକତା ଦେବା ପାଇଁ କହିଥିଲେ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ। ବିକ୍ରେତା ଙ୍କୁ ଦୋକାନ ରେ ବିହନ ର କ୍ରୟ ଓ ବିକ୍ରୟ ରେଜିଷ୍ଟର ଲିପିବଦ୍ଧ କରିବା, ସ୍ଵୀକୃତି ନ ଥିବା ବିହନ ବିକ୍ରି ନ କରିବାକୁ ,ବିନା ରସିଦ ରେ ବିକ୍ରିବଟା ନ କରିବା ଦିଗ ପ୍ରତି ଧ୍ୟାନ ଦେବାକୁ କହିଥିଲେ।।ବିହନ ଗୁଡ଼ିକ ର ଉତ୍ପାଦନ କ୍ଷମତା, ସମୟ ବିଷୟ ରେ ଚାଷୀଙ୍କୁ ତଥ୍ୟ ଦେବା କୁହାଯାଇଥିଲା।। ସରକାରୀ ବିହନ କିଣିବାକୁ ହେଲେ ଚାଷୀ କୁ କ୍ରୟ ବେଳେ ଫାର୍ମର ଆଇ ଡି ସହ ଆସିିବାକୁ କହିଥିଲେ। ବୈଠକ ରେ ସହକାରୀ କୃଷି ଅଧିକାରୀ ଓ ଏ ଟି ଏମ ବାଳ ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅଜ୍ଞାନତା ଆମର ସବୁଠୁ ବଡ ଶତ୍ରୁ :କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ : ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ :ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ:ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ :ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଛାତ୍ରୀ,ଛାତ୍ର ବିଜ୍ଞାନ ସେମିନାର–୨୦୨୬ ସଫଳତାର ସହ ଅନୁଷ୍ଠିତ

Sunil Chandra Nayak

ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର

Sunil Chandra Nayak

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ମାତୃ ଦିବସ ପାଳନ

Leave a Comment

error: Content is protected !!