ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରାଟିକିଲି ଠାରେ ବିଶ୍ୱ ପରିବେଷ ଦିବସ ପାଳିତ 

କରାଟିକିଲି ଠାରେ ବିଶ୍ୱ ପରିବେଷ ଦିବସ ପାଳିତ 

ଭବାନୀପାଟଣା : ପ୍ରତିବର୍ଷ ଜୁନ ୫ ତାରିଖ କୁ ବିଶ୍ୱ ପରିବେଷ ଦିବସ ଭାବରେ ପାଳନ କରାଯାଏ l ଏହି କ୍ରମରେ ଆଜି କରାଟିକିଲି ଅଙ୍ଗନୱାଡି ସେଣ୍ଟର ଠାରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ପକ୍ଷରୁ ବିଶ୍ୱ ପରିବେଷ ଦିବସ ପାଳନ କରାଗଲା l ଆଜିର ଏହି କାର୍ଯ୍ୟକ୍ରମ ରେ ଥୁଆପଦର ହାଇସ୍କୁଲ ର ଶିକ୍ଷୟତ୍ରୀ ଶ୍ରୀମତୀ ଦିପ୍ତିମୟୀ ସିଂଘ,ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ର କାର୍ଯ୍ୟକର୍ତା ଶ୍ରୀ ଗଙ୍ଗାଧର ନାଏକ, ଶ୍ରୀମତୀ କ୍ଷୀରମଣୀ କୁମାର,ପ୍ରକୃତି ବନ୍ଧୁ ଶ୍ରୀ ଶମ୍ଭୁ ବିଶି, ପ୍ରକୃତି ପ୍ରେମୀ ଶ୍ରୀ ଯଶୋବନ୍ତ ରଣା, ଅଙ୍ଗନୱାଡି କର୍ମୀ ଶ୍ରୀମତୀ ପ୍ରମିଳା ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ l ଅଞ୍ଚଳ ର ପଚାଶ ରୁ ଉର୍ଧ୍ଵ ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ପାଣିପାଗ ର ପରିବର୍ତନ ଓ ପ୍ରବଳ ଖରା ହେବାର ମୁଖ୍ୟ କାରଣ କୁ ନେଇ ପ୍ରଥମେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ l ପାଣିପାଗ ର ମୁଖ୍ୟ କାରଣ ହେଲା ପରିବେଷ ଦୂଷିତ ହେବା ଓ ଜଙ୍ଗଲ ସବୁ କ୍ଷୟ ଯୋଗ ପରିବର୍ତନ ହେଉଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ପ୍ରତେକ ବ୍ୟକ୍ତି ୫ ଟି ଲେଖାଏଁ ଗଛ ଲଗେଇବା ସହ ତାର ଯତ୍ନ ନେବାକୁ ଅତିଥି ମାନେ ଉପସ୍ଥିତ ଯୁବକ ଯୁବତୀ ଙ୍କୁ କହିଥିଲେ l ଏହି ପରିପ୍ରେକ୍ଷୀରେ ଏକ ଶପଥ ପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା l ସମସ୍ତେ ଶପଥ ନେଇ କହିଥିଲେ ଆଗାମୀ ଦିନରେ ବିପୁଳ ପରିମାଣ ରେ ଗଛ ଲଗେଇ ଜଳବାୟୁ ପାରବର୍ତ୍ତନ କୁ ରୋକିବାପାଇଁ ସ୍ଥିର କରିଥିଲେ l ପରେ ଅତିଥି ଙ୍କ ଦ୍ୱାରା ପିଜୁଳି, ଶାଗୁଆନ, ନୀଳଗିରି, ବାଦାମ, ଆମ୍ବ ଭଳି ଗଛ ସବୁ ରୋପଣ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ସେଣ୍ଟର ପରିସର ରେ ୨0 ରୁ ଉର୍ଧ୍ଵ ଗଛ ରୋପଣ କରାଗଲା l ଆଗାମୀ ଦିନରେ ବିପୁଳ ପରିମାଣ ରେ ଗଛ ଲଗେଇବାପାଇଁ ଲୋକଙ୍କୁ ସଚେତନ କରିବାପାଇଁ ଉପସ୍ଥିତ ଯୁବକ ଯୁବତୀ ସଂକଳ୍ପ ନେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଯେଆର କମ୍ପୁଟର ସେଣ୍ଟର ର ଛାତ୍ରଛାତ୍ରୀ ସୁରେନ୍ଦ୍ର ହଂସ, ଶ୍ରବଣ ନାଏକ, ସୀମା ସୁନାନୀ ପ୍ରମୁଖ ସହଯୋଗ କରିଥିଲେ l

ସୁଶାନ୍ତ ରଣା ଙ୍କ ରିପୋର୍ଟ୍ 

Related posts

ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବି ଦଶ ଦିନ ମଧ୍ୟରେ ଦାବି ପୂରଣ ନହେଲେ ରାସ୍ତାରୋକ ଚେତାବନୀ

Sunil Chandra Nayak

ସଂସ୍କୃତ ଦିଵସ ପାଳନ 

Sunil Chandra Nayak

ବେଦବ୍ୟାସ ବିକାଶ ମଞ୍ଚର ଦାବି 

Sunil Chandra Nayak

Leave a Comment

error: Content is protected !!