ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ କବିତା – ଆଖି

ଆଖି

 

ଯାହା ମୁଁ ଦେଖୁଛି ଏଠି  

            ନିଜର ଆଖିରେ

କାହିଁକି ଦିଶେନି ପ୍ରଭୁ 

          ତୁମରି ଆଖିରେ 

ଚକା ଚକା ଆଖି ବୋଲି              

          ଦିଶେ ନାହିଁ ଥରେ

ଯାହା ମୁଁ ଦେଖୁଛି ଏଠି…………..୧

 

ଛୋଟ ଛୋଟ ଆଖି ମୋର 

           ଅନ୍ୟାୟ ଦେଖୁଛି

ଅଧର୍ମ ପ୍ରହାର କେତେ                 

           ନିତି ଯେ ସହୁଛି

କେମିତି ସହିବି ପ୍ରଭୁ

       କୁହ ତୁମେ ଥରେ

ଯାହା ମୁଁ ଦେଖୁଛି ଏଠି…………..୨

 

ଆଖିଥାଇ ତୁମେ ଯଦି 

             ନ ଦେଖି ପାରୁଛ

କହିବନି କାହାରିକୁ

      କଥା କି ଦେଇଛ?

ତୁମ ଦୁଃଖ ସହି ସହି 

          ନିତି ଏଠି ମରେ

ଯାହା ମୁଁ ଦେଖୁଛି ଏଠି  

            ନିଜର ଆଖିରେ………୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଢ଼େଙ୍କାନାଳ – ମନ୍ତ୍ରୀ ଙ୍କ ଦ୍ଵାରା କମ୍ୟୁନିଟି ସେଣ୍ଟର ଉଦଘାଟିତ

Sunil Chandra Nayak

ନୂଆପଡା ଜିଲ୍ଲାପରିଷଦ ଅଧକ୍ଷା ରୂପେ ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

କେସିଙ୍ଗା ନିକଟ ମଶାଣିମୁଣ୍ଡା  ମଦଭାଟି ନିକଟରୁ ଏକ ଗଳିତ ଶବ ଉଦ୍ଧାର , ହତ୍ୟା ସନ୍ଦେହ ରେ ବଡ ଭାଇ ଓ ଦୁଇ ପୁତୁରା ଙ୍କୁ ଅଟକ

Sunil Chandra Nayak

Leave a Comment

error: Content is protected !!