ପଣା ସଂକ୍ରାନ୍ତି
ସୁକାନ୍ତ ଖଣ୍ଡା
ଆଈଙ୍କର ମନ ଆକାଶେ ଉଡେ
ପିଆଇବ ବୋଲି ଭୂମିରେ ଗଡେ।୧
ବାଛି ବାଛି ମିଠା କିଣି ଆଣିଛି
ହାଣ୍ଡିଏ ପଣାକୁ ଦାଣ୍ଡେ ଥୋଇଛି।୨
ଯାହାକୁ ଦେଖୁଛି ଈଶ୍ବର ମଣି
ସ୍ବାଗତ ପ୍ରଣାମ କଥାର ଠାଣି।୩
ମିଠା ବଚନକୁ ଶୁଣିକି ଲୋକେ
ପିଇ ଯାଉଛନ୍ତି ନ କରି ଶୋକେ।୪
ଧନ୍ଯବାଦ ଦେଇ ଯାଆନ୍ତି ବେଳେ
ଆଈଙ୍କର ମନ ନାଚଇ ଭୋଳେ।୫
ନୂଆ ବରଷକୁ ସ୍ଵାଗତ କରି
ଶୁଭେଚ୍ଛା ଜଣାଏ ହରଷ ଭରି।୬
ଜଗତ କଲ୍ଯାଣ ପାଇଁ ଏ ନୂଆ
ବରଷ ଆସିଛି ଦେଖାଇ ହିଆ।୭
ଆସରେ ମୋହର ଭାଇ ଭଉଣୀ
ଏ ନବ ବରଷେ ପିଅ ହେ ପାଣି।୮
ପାଣି ଆଉ ପଣା ସମ୍ପଦ ମୋର
ତୁମେ ମୋ ଦୃଷ୍ଟିରେ ପରା ଠାକୁର।୯
ପଣା ପିଇକରି ଜନ ସମାଜ
ଧନ୍ଯବାଦ ଦେଇ ଈଶ୍ବର ଭଜ।୧୦
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର