ଭକ୍ତ ଭଗବାନ
ସୁଜାତା ରାଣୀ ଶତପଥୀ
ଭକ୍ତ ଭଗବାନ ଭାବ ବନ୍ଧନର
ସ୍ମରଣେ ଘ୍ରାଣ ଚନ୍ଦନ
ତୁଳସୀ ସୁବାସ ଆପେ ଆସେ ମନେ
କରିବାକୁ ଆଲିଙ୍ଗନ l
ମନ ମାଳିନ୍ୟରୁ ସଂଯୋଜକେ ହୃଦ
ହେଉଛି ସ୍ନେହ କାରିଣୀ
ପ୍ରଭୁ ଭାବ ବାକ୍ୟ ଶ୍ରୋତା ପାଖେ ଆସି
କହିବ ସୃଷ୍ଟି କାହାଣୀ l
ବିଦୁର ବିଦ୍ରୋହେ ନ ଥିବ ବିରହ
ପ୍ରତିହିଂସା ପରାୟଣେ
ପ୍ରୀତିର ସରସ ବରଷିଲେ ଆତ୍ମା
ପ୍ରଭୁ ଥିବେ ଆବାହନେ l
ମଧୁର ସାରାଂଶ ଅବଶିଷ୍ଟାଂଶରେ
ନ ଥିବ କିଛି ମନ୍ତବ୍ୟ
ଧନ୍ୟବାଦ ସହ ସାର୍ଥକ ବାକ୍ୟରେ
ପ୍ରଭୁ ନାମେ ଥିବ କାବ୍ୟ l
ଉତ୍ପନ୍ନ ଭାବାର୍ଥ ସ୍ନେହର ସାଗର
ଛୁଇଁବ ଜୀବଜଗତ
ସଚେତନେ କାର୍ଯ୍ୟ ସୃଷ୍ଟି ଅକାର୍ଯ୍ୟରେ
ଧର୍ମ ରହିବ ଜୀବିତ l
ଧାର୍ମିକ ଦର୍ଶନ ଧନ୍ୟ କରେ ମନ
ଅଶାନ୍ତି ରୁ ମିଳେ ଶାନ୍ତି
ଚପଳ ମନସ୍ତ ବିଚଳିତ ଦୂରେ
ସୃଷ୍ଟି ନ ହୁଏ ବିଭ୍ରାନ୍ତି l
ପ୍ରଭୁ ଭାବାର୍ଥର ମୂଳରୁ ଚୂଳକୁ
ଯିଏ କରେ ଲିପିବଦ୍ଧ
ଜ୍ଞାନ ପ୍ରସାରଣ ଧର୍ମ ସଂରକ୍ଷିତେ
ଡାକରା ନ ଦିଏ ଯୁଦ୍ଧ l
ଶ୍ରୀପୟ ଆଶ୍ରୟେ ସ୍ଥିର ମନୋକାୟ
ଭଜୁଥିଲେ ପ୍ରଭୁ ନାମ
ସୁଗୁଣ ଅସ୍ତ୍ରକୁ ବ୍ୟବହାର କରି
ଚାଲେ ଜ୍ଞାନ ମନ୍ତ୍ର କ୍ରମ l
ଶିକ୍ଷୟିତ୍ରୀ
ଦିଗପହଣ୍ଡି
ଗଞ୍ଜାମ