ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ ଅନାଥ…

ସାଂସଦଙ୍କ କୋଟାକୁ ସମ୍ପୂର୍ଣ୍ଣ ଉଚ୍ଛେଦ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ଉଚ୍ଛେଦ ପରେ ଲାଗୁ ହେଲା ନୂଆ ବ୍ୟବସ୍ଥା । ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିପାରିବେ କୋଭିଡ ଅନାଥ।  ଏହି କୋଟାରେ ନାଁ ଲେଖାଇଥିବା ଛାତ୍ରଛାତ୍ରୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ।

ନୂଆ ବ୍ୟବସ୍ଥା ଅନୁଯାୟୀ, କରୋନା ମହାମାରୀ ଯୋଗୁଁ ଅନାଥ ହୋଇଥିବା ଶିଶୁଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇବାକୁ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି । ପିଏମ୍ କେୟାର ଫର୍ ଚିଲଡ୍ରେନ୍ ଯୋଜନାରେ କରୋନା ମହାମାରୀ ଅନାଥଙ୍କୁ ନାଁ ଲେଖାଇବା ଲାଗି ସୁଯୋଗ ମିଳିବ । କୋଭିଡ୍ ଅନାଥଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ଦେଇଥିବା ତାଲିକା ଭିତ୍ତିରେ ପିଲାଙ୍କୁ ଏହି  ସୁଯୋଗ ମିଳିବ  ।  ପ୍ରତ୍ୟେକ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ ଜଣ ଏବଂ ଶ୍ରେଣୀ ପ୍ରତି ସର୍ବାଧିକ ୨ ଜଣଙ୍କୁ ନାଁ ଲେଖାଇବାର ସୁଯୋଗ ମିଳିପାରିବ । ଏହି କୋଟାରେ ନାଁ ଲେଖାଇଥିବା ପିଲାଙ୍କୁ ସମସ୍ତ ଫି ଛାଡ଼ କରାଯିବ ।

ସୂଚନାଯୋଗ୍ୟ,  ଚଳିତ ଶିକ୍ଷାବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇବା ପ୍ରକ୍ରିୟାରୁ ସାଂସଦଙ୍କ କୋଟା ଉଚ୍ଛେଦ କରାଯାଇଛି । ପୂର୍ବରୁ ଲୋକସଭା ସାଂସଦ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରୁ ୧୦ ଜଣ ପିଲାଙ୍କ ନାଁ ଲେଖାଇବାକୁ ସୁପାରିଶ କରିପାରୁଥିଲେ । ସେହିପରି ରାଜ୍ୟସଭା ସାଂସଦ  ପ୍ରତିନିଧିତ୍ୱ କରୁଥିବା  ସଂପୃକ୍ତ ରାଜ୍ୟରୁ ୧୦ ଜଣ ପିଲାଙ୍କୁ ସୁପାରିଶ କରିପାରୁଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ମୋଟ ୭୫୦୦ଟି ସିଟରେ ସାଂସଦଙ୍କ କୋଟାରେ ନାମଲେଖା ଯିବାର ବ୍ୟବସ୍ଥା ରହିଥିଲା ହେଲେ ଏବେ ସେହି କୋଟାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଦିଆଯାଇଛି।

ଵିଦ୍ୟାଧର ସାହୁଙ୍କ(ସଂଗୃହିତ) ରିପୋର୍ଟ….

Related posts

ପ୍ରକାଶ ପାଇଲା ମେଧାଅନ୍ବେଷଣ ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ପ୍ରଶାନ୍ତ କୁମାର

Sunil Chandra Nayak

ଜଳ, ଜମି ଜଙ୍ଗଲ କୁ ସୂରକ୍ଷା ଦେବା ପାଇଁ ପ୍ରସ୍ତୁତି ବୈଠକ

ସାମ୍ବାଦିକଙ୍କୁ ଏଏସପିଙ୍କ ଦୁର୍ବ୍ୟବହାର ସହ ମାଡ଼ ମାରା ଘଟଣା, ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!