ମନ୍ଦାର ମାଳିନୀ
ସୁରେଶ ଚନ୍ଦ୍ର ପାଢୀ
ମନ୍ଦାର ମାଳ ରେ ମା ମୋ ଦିଶୁଛି ସୁନ୍ଦର
ଶ୍ରୀ ମୁଖେ ଶୋଭା ପାଏ ତା ନାଲି ସିନ୍ଦୁର
ମନ୍ଦାର ମାଳରେ….
ଭକ୍ତ ମନ ଜାଣି ଫଳ ଦେଉଅଛୁ
ମୋ ମନର ଦୁଃଖ ତୁହି ତ ଜାଣିଛୁ
ଶକ୍ତି ନାହିଁ ମୋର ପୁଜିବାକୁ ତୋତେ
ଦୟା କର ଦୟାମୟି କରୁଣା ତୁ ମୋତେ
ପଣତ ତଳେ ରଖିଛୁ ଏ ସାରା ସଂସାର
ସର୍ବ ଘଟେ ରହିଅଛୁ ତୁହି ମା ମୋହର
ମନ୍ଦାର ମାଳରେ……
ଜଗତରେ ସବୁ ତୋହରି ତ ଲୀଳା
ତୁ ନରଖିଲେ ମା ଲୋ ବୁଡି ଯିବ ଭେଳା
ଅନାଥ କୁ ସାହା ହେଉ ମାଆ ରୂପରେ
ତୋ ବିନା କେ ଉଦ୍ଧାରିବ ସଙ୍କଟ ବେଳାରେ
କିଛି ମାଗୁନାହିଁ ମାଆ ଚରଣେ ତୋହର
ଚାହୁଁଛି ଏତିକି ମା ତୋ ଅଭୟ ବର
ବୁଗୁଡ଼ା,ଗଞ୍ଜାମ