ତୁମ କଥା ଭାରି ମନେପଡେ
ତୁମ କଥା ଭାରି ମନେପଡେ,,,
ବ୍ରହ୍ମ ମୁହୂର୍ତ୍ତରେ
ମନ୍ଦିର ଘଣ୍ଟାରେ
ପକ୍ଷୀ କାକଳିରେ
ତୁମେ ଚାଲିଆସ
ହୃଦୟ ଗାଵକ୍ଷ ଡେଇଁ,,,,
ଏମିତିକା ଲାଗେ
ଏଇ ଏବେ ଏବେ
ଗଲ ବୋଧେ ମତେ ଛୁଇଁ.
ସନ୍ଧ୍ୟା ଆଳତୀରେ
ଶଙ୍ଖ ଶବଦରେ
ସଳିତା ଶିଖାରେ
ତୁମେ ଚାଲିଆସ
ମୁରୁକି ମୁରୁକି ହସି
ଏମିତିକା ଲାଗେ
ତୁମେ ମୋର କୃଷ୍ଣ
ମୁଁ,,, ତୁମର ଦେବଦାସୀ.
ରାତି ଆସିଗଲେ
ନିଶବ୍ଦ ପ୍ରହରେ
ବ୍ୟାକୁଳତା ଭରେ
ତୁମକୁ ତ ଚାହେଁ
ହେବାପାଇଁ ଦେହେ ଲୀନ
ଏମିତିକା ଲାଗେ
ଆମ ଏ ସମ୍ପର୍କ
ସାତ ଜନ୍ମର ବନ୍ଧନ.
ସୁଜାତା ଦାସ
ମିତ୍ରପୁର