ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଘାଟିତ

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଘାଟିତ

କର୍ଲାମୁଣ୍ଡା; ୦୨/୧୧ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସରକାରୀ ଉଚ୍ଚ ବିଦ୍ୟାଳୟ, ତେରେସିଂହା ଠାରେ ରବିବାର କଳାହାଣ୍ଡି ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ୨୦୨୫-୨୬ ଉଦ୍‌ଘାଟିତ ହୋଇଯାଇଛି I ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଜିଲ୍ଲାର ୧୩ଟି ବ୍ଲକରୁ ୧୪ରୁ ୧୭ବର୍ଷ ରୁ କମ ବୟସର ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଛନ୍ତି I ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସଭାପତିତ୍ୱ କରିଥିବା ବେଳେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ I ଏଥିରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା, ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଋଷିଆ ମେହେର, ପ୍ରାକ୍ତନ କଲମପୁର ବିଇଓ ବିଜୟ କୁମାର ପୁରୋହିତ ଯୋଗଦେଇ କ୍ରୀଡା ମାଧ୍ୟମରେ ଶୈଷିକ ବିକାଶର ଗୁଣବତ୍ତା ଉପରେ ଆଲୋକପାତ କରିଥିଲେ I ସାଙ୍ଗଠନିକ ସମ୍ପାଦକ ତଥା ତେରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡଧ୍ୱଜ ଗହୀର ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ରୂପସିଂ ରାଉତ ବିବରଣୀ ପାଠ କରିଥିଲେ I ରିଷିଡା ବାପୁଜୀ ହାଇସ୍କୁଲ ଛାତ୍ରୀମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ I ଶିକ୍ଷକ ସୂର୍ଯ୍ୟମଣି ଭୋଇ ସଭା ସଂଯୋଜନା କରିଥିବା ବେଳେ ସୁଧୀର ରଞ୍ଜନ ସୁନା ଓ ପ୍ରିତମ ହୋବୋ ସାଂସ୍କୃତିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ I ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବା ସହ କ୍ରୀଡାବିତମାନଙ୍କୁ ଶପଥ ପାଠ କରାଇଥିଲେ I କାର୍ଯ୍ୟକ୍ରମରେ ଶିକ୍ଷକ ପର୍ଶୁରାମ ଓଝା, ପଙ୍କଜ ବାରିକ, ସୂର୍ଯ୍ୟମଣି ରଣା, ଆଶିଷ କୁମାର ମଲ୍ଲିକ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ସମ୍ପାଦକ ସଞ୍ଜୟ କୁମାର ଦାସ, ସିଆର୍‌ସିସି ପ୍ରଶନ୍ନ କୁମାର ସାହୁ, ହେମନ୍ତ କୁମାର ନାଏକ, ଯୁଗଳ ନାଗ, ବିଶିକେଶନ ସୁନା, ମିଲାପ କୁମାର, ଉଜ୍ଜଳ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ I ପ୍ରକାଶଥାଉକି ଶିବିରରେ ଜିଲ୍ଲାର ପ୍ରତି ବ୍ଲକରୁ ୫୦ଜଣ ଲେଖାଏ ପ୍ରତିଯୋଗୀ ଭାଗ ନେଉଥିବା ବେଳେ ମୋଟ ୪୦ଟି ବିଭାଗରେ ପ୍ରତିଯୋଗିତା ହେଉଥିବା ଜଣାପଡିଛି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଓଡ଼ିଆ ଜାତିର ବାହୁବଳୀ: ପିଣ୍ଡିକି ବାହୁବଳେନ୍ଦ୍ର ଆଲୋଚନାଚକ୍ର 

ବିଶ୍ବ ଫଟୋଗ୍ରାଫି ଦିବସ

Sunil Chandra Nayak

ଭୁବନକୁ ସବଡିଭିଜନ୍ କରିବାକୁ ଦାବି

Sunil Chandra Nayak

Leave a Comment

error: Content is protected !!