ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ ମହୋତ୍ସବ-୨୦୨୫: ‘ମଞ୍ଚ ନାଟକ’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ମଣ୍ଡେଇ ମହୋତ୍ସବ-୨୦୨୫: ‘ମଞ୍ଚ ନାଟକ’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ନବରଙ୍ଗପୁର:( ତା ୨.୧୧.୨୦୨୫)(ମ.ନି.ସ) ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଗତକାଲି ତା.୦୧.୧୧.୨୦୨୫ ସନ୍ଧ୍ୟା ୫.୩୦ ଘଟିକା ସମୟରେ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମଣ୍ଡେଇ ମହୋତ୍ସବ-୨୦୨୫ର ମୁଖ୍ୟ ଆକର୍ଷଣ ‘ମଞ୍ଚ ନାଟକ’ର ସୁପରିଚାଳନା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଞ୍ଚ ନାଟକ କାର୍ଯ୍ୟକ୍ରମ ସଦର ମହକୁମାସ୍ଥିତ ଶାସ୍ତ୍ରୀ ଭବନ (ଟାଉନ ହଲ) ଠାରେ ତା-୦୩.୧୨.୨୦୨୫ ରୁ ତା-୦୭.୧୨.୨୦୨୫ ରିଖ ମଧ୍ୟରେ ଆୟୋଜନ କରାଯିବା ଲାଗି ନିଷ୍ପତି ଗ୍ରହଣ କରାଗଲା । ବାଲ୍ୟବିବାହ, ନାରୀ ଶିକ୍ଷା, ମହିଳା ସଶକ୍ତିକରଣ, ଅନ୍ଧବିଶ୍ୱାସ, ନିଶା ନିବାରଣ ଇତ୍ୟାଦି ସମାଜ ପାଇଁ ବାର୍ତ୍ତାବହନ କରୁଥିବା ନାଟକକୁ ସାମିଲ କରାଯିବା ସହ ରାଜନୈତିକ କିମ୍ବା ଧାର୍ମିକ ଆରୋପ-ପ୍ରତ୍ୟାରୋପଭିତ୍ତିକ ନାଟକକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯିବା ନିମନ୍ତେ ସମସ୍ତ ଉପସ୍ଥିତ ସଭ୍ୟ ସଭ୍ୟା ମତ ଉପସ୍ଥାପନ କରିଥିଲେ । ଚଳିତ ବର୍ଷର ମଞ୍ଚ ନାଟକ ମହୋତ୍ସବ ପ୍ରତିଯୋଗିତାମୂଳକ ନ ହୋଇ ପ୍ରଦର୍ଶନ ଭିତ୍ତିକ ହେବା ସହ ପରିବେଷଣ କରିଥିବା ଦଳମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯିବ ଏବଂ ପ୍ରତ୍ୟେକ ଦଳକୁ ନୂତନ ବର୍ଦ୍ଧିତ ପ୍ରଯୋଜନା ରାଶି (Token Money) ବାବଦରେ ଟ. ୫୦୦୦/- ପ୍ରଦାନ କରାଯିବା ନିଷ୍ପତ୍ତି କୁ ସମସ୍ତ ସଦସ୍ୟ ଏକ ମତ ହୋଇଥିଲେ। ପାଣ୍ଡୁଲିପିର ଦସ୍ତାବିଜ ତା-୨୦.୧୧.୨୦୨୫ ରିଖ ସୁଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦାଖଲ କରିବାକୁ ପଡ଼ିବ ଏବଂ ପ୍ରଦର୍ଶନ ସମୟ ସର୍ବାଧିକ ୧ ଘଣ୍ଟା (୪୫ ମିନିଟ ମୁଖ୍ୟ) ଏବଂ କଳାକାର ସଂଖ୍ୟା ସର୍ବମୋଟ ୨୦ ଜଣ ରଖାଯିବ। ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରପାଳିକାରୁ ଗୋଟିଏ ଲେଖାଏଁ ନାଟକ ଦଳ ଆଣିବା ଉପରେ ପ୍ରାଧାନ୍ୟ ଦେବା ଲାଗି କମିଟି ସଦସ୍ୟମାନଙ୍କୁ ଅଧ୍ୟକ୍ଷ ନିର୍ଦ୍ଧେଶ ଦେଇଥିଲେ।ବୈଠକରେ ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନଙ୍କ ସହ କମିଟିର ସମସ୍ତ ସଭ୍ୟ ଓ ସଭ୍ୟା ଯଥା – ମନୋଜ କୁମାର ପଟ୍ଟନାୟକ, ଜ୍ୟୋତି ପରିଛା , ଜଗନ୍ନାଥ ବେହେରା , ବୁଲୁ ହୋତା , ଦୁର୍ଗା ପ୍ରସାଦ ପାଢ଼ୀ , ଦିଲ୍ଲୀପ କୁମାର ହୋତା,ଦେବଦାସ ମହାଙ୍କୁଡ , ଜି ଭି ଭି ରବି ପ୍ରସାଦ , ଦୁର୍ଗା ପ୍ରସାଦ ପ୍ରଧାନ , ବିକ୍ରମ ଦାସ , ଆଲୋକ ସାହୁ , ଫାଲଗୁନୀ ପାତ୍ର , ଯୁଗୋଳ କିଶୋର ତ୍ରିପାଠୀ , ପ୍ରଭାସିନୀ ମହାନ୍ତି , ଜି ପ୍ରକାଶ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ କାର୍ଯ୍ୟକ୍ରମର ସର୍ବୋତ୍ତମ ପରିଚାଳନା ପାଇଁ ଶାସ୍ତ୍ରୀ ଭବନର ବୈଷୟିକ ଦିଗ (ଧ୍ୱନି, ଆଲୋକ) ଏବଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ମହୋତ୍ସବର ସୁଚାରୁ ଓ ସଫଳ ଆୟୋଜନ ପାଇଁ ପାଞ୍ଚ ଗୋଟି ଆନ୍ତଃକମିଟି ଗଠନ କରାଯାଇ ଏହାର ସଦସ୍ୟମାନଙ୍କୁ ଦାୟିତ୍ଵ ପ୍ରଦାନ କରାଗଲା। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଉପସ୍ଥିତ ସମସ୍ତ ସଭ୍ୟ ଓ ସଭ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକ ଶେଷ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆତ୍ମପ୍ରକାଶ ସାହୁ ଏବଂ ସହଯୋଗୀ କର୍ମଚାରୀ ଏ. ସନ୍ତୋଷ କୁମାର ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର – ୬ ରାଉରକେଲାରେ ହ୍ୟାକାଥନ ଓ କୋଡ଼ିଙ୍ଗ ପ୍ରଶିକ୍ଷଣ

Sunil Chandra Nayak

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତଥା ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ଶ୍ରୀ ବିଭୁତି ଭୂଷଣ ନାୟକ .ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!