ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ସିଯିମାଲିର କ୍ଷତିପୁରଣ କେମିତିବା ଦେଇ ହେବ 

ସିଯିମାଲିର କ୍ଷତିପୁରଣ କେମିତିବା ଦେଇ ହେବ 

‎କମ୍ପାନୀ ଶାସନ ଦେଶରେ ଚାଲିଛି, ଗଡ ବା ପ୍ରଭୁ ବା ଭଗବାନ୍ ନାଁରେ ଓ ପଇସାରେ ସମସ୍ତେ ବିକ୍ରି ହୋଇ ଚାଲିଛନ୍ତି, ସିଜୀମାଳି ବି କାହାର ଭଗବାନ୍ ତା କଥା କେହି ଶୁଣୁ ନାହାନ୍ତି। ବର୍ତ୍ତମାନର ଶାସକ ମାନଙ୍କୁ ଆମେ ଅନ୍ଧ ଭାବରେ ଭୋଟ ଦେଇ ବିଶ୍ଵାସରେ ଶାସନର ଭାରକୁ ଟେକି ତେଉଛୁ। ଭବିଷ୍ୟତ କିନ୍ତୁ ଅନ୍ଧକାର ଘେରକୁ ଚାଲି ଯାଉଛି। ମଣିଷ ତିଆରି ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ, ପ୍ରଦୂଷଣ, ସାମାଜିକ ଅସୁରକ୍ଷା ଏସବୁର ସୂଚକ, ଜାଣି ଚେଇଁ ସୋଉଛୁ।

‎ଆମର ନିସ୍ତାର ହେବାର ସଂଭାବନା ନାହିଁ। ପଇସା ଓ ସତ୍ୟ ଗଡ ବା ପ୍ରଭୁ ବା ଭଗବାନ୍ ବା ଇଶ୍ୱରଙ୍କୁ ନ ଚିହ୍ନିବା ଯାଏଁ ବା ତାଙ୍କୁ ବହିଷ୍କାର ନକରିବା ଯାଏଁ, ଭାରତର ସ୍ୱାଧୀନତା ଫେରିବ ନାହିଁ। କମ୍ପାନୀ ରାଜନୈତିକ ଦଳ ଓ ଧର୍ମ ମାଧ୍ୟମରେ, ପଇସା ଦେଇ କିମ୍ବା ଚାହିଦା ମୁତାବକ ଗଡ ବିତରଣ କରି, ଭୋଟର ଓ ଅନୁଷ୍ଠାନ ଗୁଡିକକୁ ନିଜର କରି ନେଉଛି।

‎ବିଗତ ଶହେ ବର୍ଷରେ ଧର୍ମପରାୟଣ ଭାରତୀୟମାନେ, ବିକାଶର ଚକ୍ରରେ ଓ ପ୍ରହେଳିକାରେ, ଧର୍ମ ବିହୀନ ବିକାଶ ବାଦିଙ୍କ ବିକାଶ ନୀତିକୁ ସନ୍ଦେହ କରୁଥିଲେ ଓ ଧର୍ମକୁ ଧରି ରାଜନୀତି କରୁଥିବା ଲୋକ, ଧର୍ମହିଁ ପ୍ରକୃତ ବିକାଷର ମୂଳ ମନ୍ତ୍ର କହି ପ୍ରଚାର କରି ଚାଲିଲେ। 

‎ଭାରତ ଆଜି ଧର୍ମ ଓ ଅର୍ଥ ର ରାଜନୀତିର ଶିକାର। ଶିକାରୀ କମ୍ପାନୀ, ମଧ୍ୟମ, ଦଳ ଓ ପ୍ରୟୋଗ ଗଡ୍ ଓ ଟଙ୍କା।

‎ଇତିହାସ ଓ ଅର୍ଥ ଶାସ୍ତ୍ରକୁ ଯିଏ ପାଣ୍ଡିତ୍ୟ ତାର ସହିତ ବୁଝିଛି, ସେ ଧର୍ମ ଭିତ୍ତିକ ରାଜନୀତି ଓ ନେତାକୁ ସମର୍ଥନ କଲା ନାହିଁ। କିନ୍ତୁ ଧର୍ମକୁ ଧରି ଆଜି ଉଭୟ ପକ୍ଷର ଲୋକଙ୍କୁ ଓ ଲୋକଙ୍କର ଭୋଟକୁ କମ୍ପାନୀ ମାନେ କିଣୁଛନ୍ତି।

‎ଧର୍ମ ଭାବନାରେ, ଦେଶର ମୁଖ୍ୟ ଅନୁଷ୍ଠାନ ଗୁଡ଼ିକ ନୀତି ପ୍ରଣୟନ କରୁଛନ୍ତି ଓ ନିତିକୁ ବଦଳାଉଛନ୍ତି। ଜନସାଧାରଣ ନିର୍ବାକ ରହୁଛନ୍ତି।

‎ଧର୍ମ ନିରପେକ୍ଷ ବିବୃତ୍ତି, ପଦକ୍ଷେପ, ଓ ମତ ନବେ ପ୍ରତିଶତ ଭାରତୀୟଙ୍କୁ ଭଲ ଲାଗୁନାହିଁ। ଆମେ ସମସ୍ତେ ଧର୍ମ ପାଳନ କରୁ କିନ୍ତୁ ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ଆମର ପ୍ରେମ ନାହିଁ। ଧର୍ମ ନାମରେ ଆମେ ପ୍ରତକ୍ଷ ଓ ପରୋକ୍ଷରେ, ମାନସିକ ଓ ଶାରୀରିକ ଭାବରେ, ସହ ନାଗରିକଙ୍କୁ ରକ୍ତାକ୍ତ କରୁଛୁ।

‎ଆମର ‘ଯୁବ ପିଢ଼ି’, ‘ଅବହେଳିତ ମାଁ ଓ ବାପା’, ‘ଶିକ୍ଷକ ଓ ଶିକ୍ଷୟତ୍ରୀ’, ଓ ‘ଅଭିଭାବକ ‘, ମାନଙ୍କ ପାଇଁ “ଜୟ” ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ସମାଜ, ରାଜ୍ୟ, ଦେଶ ଓ ବିଦେଶର ଶୀର୍ଷ ଯାଏଁ, ଜୟ, ଅତ୍ୟନ୍ତ ଆବଶ୍ୟକ। ଜୟ ଭିତରେ, ପ୍ରାକୃତିକ, ସାମାଜିକ କ୍ଷତି ଗୁଡ଼ିକ ଯେ ଲୁଚି ରହିଛି, ଜୟର ନିଶା ବୁଝି ପାରୁନି। ଭୌତିକ ସମ୍ପତ୍ତି, ଚୌକି, ଯୌନ ଭୋଗ, ଆରାମ ଓ ଅବସର ସମୟ ଓ ବିନୋଦନ ଇତ୍ୟାଦିର ମୋହ, ଆମ ସମସ୍ତଙ୍କ ପାଇଁ ସର୍ବ ପ୍ରଧନ। 

‎‎ପ୍ରାକୃତିକ ସମ୍ପଦର ସଂରକ୍ଷଣ, ପରିବାର ଓ ସମାଜର ଅୟୀକ୍ୟତା, ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁକୁ ଜଳାଞ୍ଜଳି ଦେଇ, ଛଳ  ଧର୍ମ ଓ ପଇସାରେ ଆମେ ବିକ୍ରି ହେଇ ଯାଉଛୁ।

‎ଶିଶୁଠୁ ଆରମ୍ଭ କରି ପାଠୁଆ ବୃଦ୍ଧଙ୍କ ଯାଏଁ, ସମସ୍ତଙ୍କୁ ଆଣ୍ଡ୍ରଏଡ ଫୋନ, ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠ ଦରକାର। ଯୁବା ପିଢ଼ିକୁ ପ୍ରଜ୍ୟାପ୍ତ ଆୟ, ଅତ୍ୟାଧୁନିକ ଗାଡ଼ି, ଘୋଡ଼ା, ବେଶ ଭୂଷା ଓ ଆମୋଦ ପ୍ରମୋଦ ଆବଶ୍ୟକ। 

‎ନିଜେ ରୋଷେଇ ନକରି, କିଣା ଖାଦ୍ୟ ଖାଇବା, ସର୍ବ ସମ୍ପୂର୍ଣ୍ଣ ଆମୋଦ ଦାୟକ ଘରେ ରହିବା, ଆଜିର ଚାହିଦା। ଏହି ରୁଚି ଓ ଚାହିଦା, ହୋଟେଲ ସଂଖ୍ୟା, କିରାନା ଦୋକାନ, ଅନେକ ମହଲର ଦୋକାନ, ମଲ୍ଟିପ୍ଲେକ୍ସ, ଅତ୍ୟାଧୁନିକ ଘର ତୋଳା ଓ ସାଜ୍ଜସଜ୍ଜା ଇତ୍ୟାଦି ପାଇଁ, କମ୍ପାନୀ ଗୁଡ଼ିକ ହୁହୁ ହୋଇ ମୁଣ୍ଡ ଟେକୁଛି। ଖାଉଟି ବାଦ, ଗଡ ପାଖରେ ଆମ ସମସ୍ତଙ୍କର ପ୍ରାର୍ଥନା ଓ ମନ୍ତ୍ର।

‎ଆଗରୁ କମ୍ପାନୀ କହିଲେ ସେମାନେ ଯେଉଁମାନେ ଲୁହା, ପେଟ୍ରୋଲ, ସିମେଣ୍ଟ ଇତ୍ୟାଦି ଉପରେ ନଜର ରଖୁଥିଲେ, ଉତ୍ପାଦନ ଓ ଯୋଗାଣ କରାଇ ଦେଉଥିଲେ। ଆଜି କମ୍ପାନୀ, ତେଲ, ଲୁଣ ବ୍ୟତୀତ ମଣିଷର ସବୁ ପ୍ରକାର ଆବଶ୍ୟକତା କୁ ମେଣ୍ଟାଉଛି ଓ ସରକାର ଗୁଡ଼ିକ ଜନ ସାଧାରଣଙ୍କୁ ଖୁସି କରିବା ପାଇଁ, କମ୍ପାନୀ ଗୁଡ଼ିକ ହାତରେ, ସେସବୁ ସମ୍ପଦକୁ ଟେକି ଦେଇ ତାର ଉତ୍ପାଦନ ଓ ଯୋଗାଣର ଭାରକୁ ସେମାନଙ୍କୁ ଦେଇ ଦେଉଛି। 

‎କମ୍ପାନୀ ଗୁଡ଼ିକ ଏତେ ପଇସା ବାଲା ହୋଇ ସାରିଲେଣି ଯେ କେବଳ ଜନତା ନୁହେଁ, ଗୋଟିଏ ରାଷ୍ଟ୍ରକୁବି କିଣିଦେବାର ଦମ୍ ରଖୁଛନ୍ତି। ମନ୍ତ୍ରୀ ଓ ରାଷ୍ଟ୍ର ମୁକ୍ଷ ତାଙ୍କ ବିବାହ ଭୋଜିରେ ହାଜିରା ଦେଉଛନ୍ତି।

‎ଭାରତର ନାଗରିକ ମନରେ ଧର୍ମ ଭାବ ଭରିଛି। ତା ସାଙ୍ଗକୁ ପିଢ଼ି ପିଢ଼ି ଧରି ଆର୍ଥିକ ଅଭାବ ଓ ଜାତି ଧର୍ମ କୁ ନେଇ ଉପେକ୍ଷା, ଉଛ ଜାତି ଦ୍ଵାରା ଧର୍ମ ଭିତ୍ତିକ ଦେଖାଣିଆ ଆଦର, ଏ ଦୁଇ ଅଭିପ୍ସା, ବହୁସଂଖ୍ୟକ ଅବହେଳିତ ଆଦିବାସୀ, ଦଳିତ, ଅନ୍ୟ ଗରିବ ପିଛିଡ଼ା ଜାତିକୁ ଆକର୍ଷିତ କରୁଛି। ଧର୍ମ ନାମ ଓ ପଇସାର ପ୍ରଲୋଭନ, କମ୍ପାନୀ ମାନଙ୍କ ଦ୍ୱାରା ରାଜନୈତିକ ଜୟର ଲାଳସାକୁ, କମ୍ପାନୀ ନିଜ ସ୍ୱାର୍ଥୀ ପାଇଁ ପରୋଷି ଦେବା ପାଇଁ ସ୍ୱତଃ ପ୍ରବୃତ୍ତ।

‎ସିଜିମାଲି, ନିୟମଗିରି ଇତ୍ୟାଦି ଉପରେ ରହିବା ଲୋକ ସାରାପୃଥିବିରେ ବିଖ୍ୟୋପ ପାଇଁ ଲୋକଙ୍କ ଦୃଷ୍ଟିକୁ ଆସିବା ପୂର୍ବରୁ , ବକସାଇଟ୍ ପାଇ, ଙ୍କମ୍ପାନି, ରାଜନୈତିକ ଦଳ, ପ୍ରଶାସକ ଅଧିକାରୀ ଓ ଦଲାଲ ମାନଙ୍କର ଆଖିରେ, ପ୍ରଥମେ ଆସି ସାରିଥିଲା, ତାହା ଏବେ ଜଣା ପଡୁଛି। 

‎‎’ବିଜ୍ଞାନ, ପ୍ରଶାସନ, ଟଙ୍କା, ଧର୍ମ ଓ ଭୋକକୁ’ ପରିଚାଳନା କରିବା ଓ ବ୍ୟବହାର କରିବା, ଉଚ୍ଚଶିକ୍ଷିତ, ଧର୍ମ ବାଦି, ଧନୀ, କମ୍ପାନି, ରାଜନୈତିକ ଦଳ, ପ୍ରଶାସନ ଅଧିକାରୀ ଓ ଦଲାଲ, ଯେତେ ଚିହ୍ନିଛନ୍ତି ଓ ଜାଣିଛନ୍ତି, ଆମେ ସର୍ବ ସାଧାରଣ ସେତିକି ଚିହ୍ନି ଜାଣି ନାହୁଁ, ଯେହେତୁ ଆମେ ବିଶ୍ଳେଣାତ୍ମକ ଶିକ୍ଷାରେ କମ ଶିକ୍ଷିତ। ଆମ ଅଞ୍ଚଳର ସିକ୍ଷା ଅନୁଷ୍ଠାନ ଗୁଡ଼ିକ ମଧ୍ୟ ସେ ସ୍ତରର ନୁହେଁ।‎ଆମର ଧର୍ମ ଭାବନା ଓ ଆମର ନାନା ପ୍ରକାର ର ଭୋକର ପ୍ରତିକାର, କମ୍ପାନି, ରାଜନୈତିକ ଦଳ, ପ୍ରଶାସନ ଅଧିକାରୀ ଓ ଦଲାଲ, ଯେତେ କରିପାରୁଛନ୍ତି, ଆମେ ସବୁ, ପରିବାର ମାଧ୍ୟମରେ, ପଞ୍ଚାୟତ ମାଧ୍ୟମରେ ବା ସ୍ୱାୟତ୍ତ ଶାସନ ମାଧ୍ୟମରେ ଏକ ହୋଇ କରିପାରୁ ନାହୁଁ, ଯେହେତୁ ସମ୍ବଳ ସୃଷ୍ଟି, ବିନିଯୋଗ ଓ ବୃଦ୍ଧିର ମାଧ୍ୟମରେ ଆମେ ସୁଜ୍ଞାନି ନୋହୁଁ କିମ୍ବା ସେହି ବ୍ୟବସ୍ଥା ଭିତରେ ନାହୁଁ।

‎‎ଦେଶର ଗଣତନ୍ତ୍ର ଓ ଗଣ ତନ୍ତ୍ରର ସୁରକ୍ଷା କବଚ, ସଂସଦ, ନ୍ୟାୟାଳୟ,  ନିର୍ବାଚନ କମିଶନ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ, ସଂଘିୟ ଲୋକ ସେବା ଆୟୋଗ, ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ,କେନ୍ଦ୍ରୀୟ ଶୁଚିତା ଆୟୋଗ ଓ ସୂଚନା ଆୟୋଗ, ଏସବୁ ଯଦି କିଣା ଯିବା ସମ୍ଭବ, ଅର୍ଥାତ୍ କମ୍ପାନୀ ଦ୍ୱାରା ଆକର୍ଷିତ, ସାଧାରଣ ଭୋଟରଙ୍କୁ କିଣିବା କାହିଁକି ସମ୍ଭବ ନୁହେଁ? ତେବେ ସିଯିମାଳି ଓ ନିୟମଗିରି ପରି ଗିରିକନ୍ଦରରେ ରହୁଥିବା ଲୋକଙ୍କୁ ଓ ସେଥିରେ ଥିବା ଦଲାଲ ମାନଙ୍କୁ କାହିଁକି କିଣି ଦିଆ ଯାଇ ପାରିବ ନାହିଁ? ଗ୍ରାମ ସଭା ଗୁଡ଼ିକ ସେପ୍ରକାର ହୋଇଛି ନା ଅଧିକ ଦାମ୍ ପାଇଁ ଜନରବ ହେଉଛି?

‎ଆଜି ସିଜିମାଲି କିନ୍ତୁ ଅନ୍ୟ ମାନଙ୍କ ପରି ବିକ୍ରି ଯିବା ପାଇଁ ଚାହୁନାହିଁ। ସିଜିମାଲି କେବଳ କିଛି ଗାଁର ଜନ ସାଧାରଣ ନୁହନ୍ତି। ସିଜିମାଲି ହେଉଛି ଅନେକ ଯିବ ଓ ନିର୍ଜିବଙ୍କ ସମଷ୍ଠି। ଏହାର ଭୂତ୍ୱକ, ଏହାର ପାହାଡ, ଜଙ୍ଗଲ, ନଦୀ ନାଳ, ପଶୁ ପକ୍ଷୀ, ସରୀସୃପ, ଜନ ବସତି ଏହାର ପଥର ଓ ବାଲି, ମାଟି ଓ ସ୍ମୃତି । 

‎ଜନତାଙ୍କୁ କ୍ଷତିପୂରଣ, ଭରଣା ଦିଆଯାଇ ପାରେ, ହେଲେ ଆରାଧ୍ୟ ସିଜିମାଲି, ସେ କଣ କ୍ଷତି ପୂରଣ ନେବ? ଏହାର ଭୂତ୍ୱକ, ଏହାର ପାହାଡ, ଜଙ୍ଗଲ, ନଦୀ ନାଳ, ପଶୁ ପକ୍ଷୀ, ସରୀସୃପ, ଜନ ବସତି, ନଦୀ ନାଳ ଓ ଏଥିରେ ଥିବା ସ୍ମୃତିର କ୍ଷତିପୂରଣ କିଏ ଗ୍ରହଣ କରିବ? କୌଣଷି ସରକାର ଓ କମ୍ପାନୀ ଦେଇ ପାରେ ନାହିଁ, ସେହି କ୍ଷତିପୂରଣ ଓ ଭରଣା। ଏହି ଶକ୍ତିସାଳି କମ୍ପାନୀମାନଙ୍କ ପାଖରେ ନାହିଁ ।

ଡୁଇଟ୍ ଡେଭିଡ ଫିଲିପ୍

‎ଆଇନ ଜିବୀ ,ବଡପଡା, ଭବାନୀପାଟଣା

‎୯୪୩୭୧୦୪୩୦୩

Related posts

ଆଜିର ଦିବସର ଅନୁଚିନ୍ତା : ଜୁନ୍ ୧୪ ତାରିଖ :”ମାନବୀୟ ସମ୍ବେଦନଶୀଳତା ଓ ପ୍ରକୃତି-ନାରୀତ୍ୱର ଗଣପର୍ବ ରଜର ଅପୂର୍ବ ସମନ୍ଵୟ ମହାମିଳନର “

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଫେବୃୟାରୀ ୨୮: ବିଜ୍ଞାନର ବିଜୟ ଗାଥା ଓ ଇତିହାସର ଏକ ଅନନ୍ୟ ଦିଗ୍ ଦର୍ଶନ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଅପ୍ରେଲ ୧୦ ତାରିଖ: ଏକ ଆହ୍ୱାନ,ଏକ ଚେତନା,ଏକ ଦିଗ

Sunil Chandra Nayak

Leave a Comment

error: Content is protected !!