ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ନିରଂଜନ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା

ଆସିକା ନିରଂଜନ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା

ଆସିକା, ୨୧/୫/୨୬ (ଶିବ ଶଙ୍କର ମିଶ୍ର ) ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ(ସିଏଚ୍ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ଦ୍ଵିତୀୟ ବର୍ଷ ବାଣିଜ୍ୟ, କଳା, ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ଯ ଯୁକ୍ତ ଦୁଇ ଦ୍ବାଦଶ ଶ୍ରେଣୀ ବିଜ୍ଞାନ ଓ କଳା ପରୀକ୍ଷାରେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ (ନିରଂଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ର ଛାତ୍ରୀ ମାନେ ସଫଳତା ହାସଲ କରିଛନ୍ତି । ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ୨୫୪ ଜଣ ଛାତ୍ରୀ ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ୨ କଳା ପାଠ୍ୟକ୍ରମରେ ପରୀକ୍ଷା ଦେଇଥିଲା ବେଳେ ସେଥ୍ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୪୦ ଜଣ, ଦ୍ଵିତୀୟ ଶ୍ରେଣୀରେ ୫୮ ଜଣ ଓ ତୃତୀୟ ଶ୍ରେଣୀରେ ୫୧ ଜଣ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ଯୁକ୍ତ ଦୁଇ କଳା ପାଠ୍ୟକ୍ରମରେ ଶିକ୍ଷାନୁଷ୍ଠାନର ମେଧାବୀ ଛାତ୍ରୀ ସ୍ମୃତି ବିଶ୍ଵାଳ ଟପ୍ସର ହୋଇଥିବା ଜଣାପଡିଛି । ସେହିଭଳି ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମରେ ସମୂଦାୟ ୧୧୬ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ପ୍ରଥମ ଶ୍ରେଣୀରେ ୪୬ ଜଣ, ଦ୍ଵିତୀୟ ଶ୍ରେଣୀରେ ୩୮ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୪ ଜଣ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି | ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମରେ ଶିକ୍ଷାନୁଷ୍ଠାନର ମେଧାବୀ ବିଦ୍ୟାର୍ଥୀ ପ୍ରତୀକ୍ଷା ମହାରଣା ଟପ୍ସର ହୋଇଥିବା ଜଣାପଡିଛି । ଯୁକ୍ତ ଦୁଇ କଳା ପାଠ୍ୟକ୍ରମରେ ଆସିକା ବ୍ଳକ ଅନ୍ତର୍ଗତ ଚଢେୟାପଲ୍ଲୀ ଗ୍ରାମର ଶିକ୍ଷୟିତ୍ରୀ ସୁପ୍ରଭା କୁମାରୀ ବିଶ୍ୱାଳ ଓ ପ୍ରାକ୍ତନ ଆଇନଜୀବୀ ସ୍ବର୍ଗତ ସୁଶାନ୍ତ କୁମାର ବିଶ୍ୱାଳଙ୍କ ସୁକନ୍ୟା ସ୍ମୃତି ବିଶ୍ୱାଳ କଲେଜ ଟପ୍ସର ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ବେଳେ ଆଗାମୀ ଦିନରେ ଆଇନ ପାଠ୍ୟକ୍ରମରେ ଜ୍ଞାନ ଆହରଣ କରି ଜଣେ ବିଚାରପତି ହେବାକୁ ଲକ୍ଷ୍ୟ ରଖିଥ‌ିବା ସୂଚନା ଦେଇଛନ୍ତି। ଆସିକା ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟସ୍ତରରେ ଯୁକ୍ତ ୨ କଳା ପାଠ୍ୟକ୍ରମରେ ଟପ୍ସର ହୋଇଥିବା ମେଧାବୀ ଛାତ୍ରୀ ସ୍ଵୀତି ବିଶ୍ୱାଳ ଗତ ୨୦୨୪ ମସିହାରେ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ମଧ୍ୟ ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟସ୍ତରରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ନିଜର ପ୍ରତିଭାକୁ ପ୍ରଦର୍ଶନ କରିଥିଲେ। ମେଧାବୀ ଛାତ୍ରୀ ସ୍ନିତୀ ବିଶ୍ୱାଳ ନିଜର ନିଷ୍ଠା, ଅଧ୍ଯବସାୟ ଓ କଠିନ ପରିଶ୍ରମର ଫଳ ପାଇଛନ୍ତି ବୋଲି ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ଜେନାଙ୍କ ସମେତ ଅଧ୍ୟାପକ ଡଃ କେ.ଓମ୍ ନାରାୟଣ ରାଓ, ଡଃ ଲୀନା ଲିଲିୟାନ୍, ଡଃ ସୁପ୍ରିୟା ଦାଶ, ଡଃ ଏସ୍‌ଟି ରେହେମାନ୍, ଡଃ ଜୟପ୍ରଦା ମହାପାତ୍ର, ଡଃ ଉର୍ମିଳା ମୁଦୁଲି, ଡଃ ଯଶଶ୍ରୀ ମଲିକ, ଗୋପୀନାଥ କରଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଚଳିତ ସିଏଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି ।

Related posts

କୁନିକୁନି ପିଲାଙ୍କ ନାଚରେ ଝୁମିଲେ ଦର୍ଶକ

Sunil Chandra Nayak

ମତ୍ସ୍ୟ ଓ ପ୍ରାଣୀ ସମାବେଶ ରେ ୨ ଟି ବ୍ଲକରୁ ୪୦ ଜଣ ଚାଷୀ ଙ୍କ ଭୁବନେଶ୍ଵର ଯାତ୍ରା 

masiha

କୋଟିଆ ସୀମାନ୍ତ ଗ୍ରାମଗୁଡ଼ିକରେ ପ୍ରଶାସନିକ ଅଧିକାରୀଙ୍କ ସାମୁହିକ ଗସ୍ତ

Sunil Chandra Nayak

Leave a Comment

error: Content is protected !!