ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖବର ପ୍ରକାଶ ପରେ ସାମ୍ବାଦିକ ଙ୍କୁ ଦୁବ୍ୟବହାର କଲେ ଥାନା ଅଧିକାରିଣୀ 

ଖବର ପ୍ରକାଶ ପରେ ସାମ୍ବାଦିକ ଙ୍କୁ ଦୁବ୍ୟବହାର କଲେ ଥାନା ଅଧିକାରିଣୀ 

କଲ୍ୟାଣସିଂହପୁର-(ଅରବିନ୍ଦ ପଟ୍ଟନାୟକ )ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେ ସାମ୍ବାଦିକ ଙ୍କୁ ବଜାର ମଝିରେ ଦୁବ୍ୟବହାର କଲେ ଥାନା ଅଧିକାରିଣୀ କଳ୍ପନା ବେହେରା। ଆଜି ଅପରାହ୍ନ ରେ ତିନିଜଣ ସାମ୍ବାଦିକ ଙ୍କୁ ଖୋଜି ବଜାର ମଧ୍ୟରେ ଥିବା ବହି ଦୋକାନ ପାଖରୁ ଡାକି ଥାନା ଅଧିକାରୀଣୀ ଶ୍ରୀମତୀ ବେହେରା ବଜାର ମଝିରେ ଅନେକ ଲୋକଙ୍କ ଉପସ୍ଥିତି ରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ପୁଣି କହିଲେ ମୁଁ ଉଲଗ୍ନ ହୋଇ ଠିଆ ହେବି ତୁମେ ସବୁ ସାମ୍ବାଦିକ ଭିଡିଓ କରି ଭାଇରଲ କର ବୋଲି ଧମକ ଦେଇଛନ୍ତି। ମୁଁ ଥିବା ପର୍ଯ୍ୟନ୍ତ ତୁମେ କିଏ ମୋ ବାଳ ଉପାଡି ପାରିବ ନାହିଁ ବୋଲି କହିଛନ୍ତି | ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତ୍ରୀରେ ଶିକରପାଇ ଲୋକମାନେ ଥାନା ଅଧିକାରୀ କଳ୍ପନା ବେହେରା ଦୁବ୍ୟବହାର କରିଥିବା ନେଇ ଥାନା ସମ୍ମୁଖରେ ଉତ୍ତେଜନା ଲାଗିରହିଥିଲା। ସେଥିରେ ଥାନା ଅଧିକାରିଣୀ କଳ୍ପନା ବେହେରା ହାତ ଯୋଡ଼ି ଭୁଲ ମାଗିଥିଲେ। ଏହି ଖବର ପ୍ରଚାର ପ୍ରସାର କରାଯିବା ପରେ ଆଜି ଅପରାହ୍ନ ରେ ଡାକି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି। ଏ ସମ୍ପର୍କରେ ଏସ ଡି ପିଓ ଗୌରହାରୀ ସାହୁ ଙ୍କୁ ପଚାରିବାରୁ ସେ କହିଲେ କଣ ହେଇଚି ମୁଁ ବୁଝୁଚି ବୋଲି କହିଛନ୍ତି ।

ଅରବିନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାଳିକା ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଉଦଘାଟନ ଓ ୧୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲର ନିର୍ମାଣ ପାଇଁ ଶୁଭାରମ୍ଭ

Sunil Chandra Nayak

ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ରକ୍ତମାଟି ସଂପର୍କରେ ଆଲୋଚନାଚକ୍ର

Sunil Chandra Nayak

ବସୋଈ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

Sunil Chandra Nayak

Leave a Comment

error: Content is protected !!