ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୁରିବାହାଳ ବ୍ଲକରେ ବିଜେଡି ର ସାଂଗଠନିକ ବୈଠକ

 ମୁରିବାହାଳ ବ୍ଲକରେ ବିଜେଡି ର ସାଂଗଠନିକ ବୈଠକ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଳ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡା ଖେଳ ପଡିଆ ଠାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର ଯୁବ ନେତା ଗିରିରାଜ ସିଂ ମାଝୀ ଙ୍କ ନେତୃତ୍ୱରେ ମୁରିବାହାଳ ବ୍ଲକ ଜିଲ୍ଲା ପରିଷଦ ଜୋନ୍ ନଂ ୨୭,୨୮, ଓ ୨୯ ର ସକ୍ରିୟ ବିଜୁ ଜନତା ଦଳ ସଦସ୍ୟ ଓ ବିଏଲ୍ଏ ଙ୍କୁ ନେଇ ଏସ.ଆଇ.ଆର୍ ଏବଂ ସୋସିଆଲ ମିଡିଆ ଓ ଦଳୀୟ ସଂଗଠନ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବିଭିନ୍ନ ପଞ୍ଚାୟତ ବଚ୍ଛା ବଛା କର୍ମୀଙ୍କୁ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସରୋଜ ମେହେର ଯୋଗ ଦେଖିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜେଡ଼ି ନେତ୍ରୀ ନିରୁପମା ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝି, ପୂର୍ବତନ ମୁରିବାହାଲ ବ୍ଳକ ଅଧ୍ୟକ୍ଷ ହଂସରାଜ ଜୈନ, ଉପାଧ୍ୟକ୍ଷା ସୁଦରମତୀ ବାଗ, ବିଜୁ ଜନତା ଦଳ ବଲାଙ୍ଗୀର ଜିଲ୍ଲା ସାଧାରଣ ସମ୍ପାଦକ ଦେବାର ବାରିକ, ବିଜେଡ଼ି ନେତ୍ରୀ ପିଙ୍କି ଖର୍ସେଲ, ବିଜେଡ଼ି ନେତା ଆଶାଦୁଲା ଖାଁ, ଧନଞ୍ଜୟ ମାହାନନ୍ଦ, ଧନେଶ୍ଵର ମାଝି ପ୍ରମୁଖ ମଞ୍ଚାସୀନ ଥିଲେ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ୨୦ ହଜାର ରୁ ଉର୍ଦ୍ଧ ଭୋଟର ନାଁ ଏସ.ଆଇ.ଆର ତାଳିକାକୁ କଟିଥିବା ତେବେ ତାହା ଠିକ୍ ଅଛି ନାଁ ଭୁଲ୍ ଅଛି ତାର ତଦନ୍ତ କରି ଦେଖିବା ସହ ଆଉଁ କିଛି ମାସ ପରେ ପଞ୍ଚାୟତ ନିର୍ବାଚନ ଅଛି। ତେଣୁ ସେଥିପାଇଁ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ କେତେମି ବିଜୟ ଲାଭ କରିବେ ସେହି ଦିଗ ରେ ତୃଣମୂଳ ସ୍ତରରେ କାମ କରିବା ସହ ଆଗାମୀ ଦିନରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ପଦବୀ ବିଜୁ ଜନତା ଦଳ ଦଖଲ କୁ ଆଶିବ ସେଥି ପାଇଁ କାମ କରିବାକୁ ସହ ୨୦୨୭ ପଞ୍ଚାୟତ ନିର୍ବାଚନ ରେ ଯେଉଁ ନେତୃତ୍ୱ ଦଳ ପାଇଁ ଭଲ କାମ କରିବା ୨୦୧୯ ସାଧାରଣ ନିର୍ବାଚନରେ ତା ପାଇଁ ବଡ ସୁଯୋଗ ଆସିବ ବୋଲି ସଭାରେ ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀ ମେହେର କହିଥିଲେ। ସେହିପରି ଏସ.ଆଇ.ଆର କଣ ତାକୁ ନେଇ ବିସ୍ତୃତ ଭାବରେ ଦଳୀୟ କାର୍ଯ୍ୟକର୍ତ୍ତା କୁ ସଚେତନତା କରିବା ରାଜ୍ୟ ଡବଲ ଇଞ୍ଜିନ ସରକାର ଙ୍କ ବିଫଳ କୁ ନେଇ ଗ୍ରାମାଞ୍ଚଳ କୁ ଯାଇ ସଚେତନ କରିବା ସହ ପଞ୍ଚାୟତ ନିର୍ବାଚନ ଭଲ ପ୍ରଦର୍ଶନ କରିବା ବୋଲି ଦଳୀୟ କାର୍ଯ୍ୟକର୍ତ୍ତା କୁ ମନୋବଳ ବଢାଇଥିଲେ ବିଜେଡ଼ି ନେତା ଶ୍ରୀ ମାଝୀ। ଅନ୍ୟପକ୍ଷରେ କଣ୍ଟାବାଞ୍ଜି ବିଜୁ ଜନତା ଦଳ ନେତୃତ୍ବ କୁ ନେଇ ଉପସ୍ଥିତ ଦଳୀୟ କର୍ମୀ ମାନେ ଜିଲ୍ଲା ସଭାପତି କୁ ଦୃଷ୍ଟି ଆକର୍ଷଣ କରିବା ସହ ନେତୃତ୍ବ ଘୋଷଣା କରିବାକୁ ଦାବି କରିଥିଲେ। ଏହି ବୈଠକରେ ମହେଶ ପଟେଲ,ଅବିଭାଷ ବଘାର,କାମଦେବ ବେହେରା,ସବ୍ୟସାଚି ବେହେରା,ଦୁଳ ଵାଗ,ଅଗସ୍ତି ବାଗ,ଗେତିପତୀ ମାହାକୁଡ,ଯୁଧିଷ୍ଠିର ଭରାସଗ୍ରିଆ,ଦୁଷ୍ମନ୍ତ ନାଗ,ଜଳନ୍ଧର ପ୍ରଧାନୀ,ଲମ୍ବୁଧର ବଗର୍ତ୍ତି,କସ଼୍ୟପ ସରାଫ,ପିଲାବାବୁ ସାହୁ,ଦେବରାଜ ଯାଦବ, ବିଷ୍ଣୁ ଜୁଏଡ,ଫାଲଗୁନି ହାତୀ,ସହଦେଵ ବାଗ, ରାଜେନ୍ଦ୍ର ବେହେରା,ଅକ୍ଷୟ ସାହୁ,ପୁନ୍ୟ ପୁଜାରୀ,ବାଲଦି ଚରଣ ସାହୁ, ଦୈତାରୀ ଭୋଇ,ମୁକୁଦ ବଗର୍ତ୍ତି ସହ ମୁରିବାହାଳ ବ୍ଲକ ବିଭିନ୍ନ ପଞ୍ଚାୟତ ସହ ସହ ବିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

୧୧ ଦଫା ଦାବି ନେଇ ବ୍ଲକ କଂଗ୍ରେସର ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ 

ଅନାସ୍ଥା ପ୍ରସ୍ତାବ ଡ୍ରାମା  ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍‌,ହାରିଗଲେ ଅଧ୍ୟକ୍ଷା

masiha

ପ୍ରାଥମିକ ସଦସ୍ୟ ରୁ ଇସ୍ତାଫା ଦେଲେ ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ

masiha

Leave a Comment

error: Content is protected !!