ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘର ସର୍ଭେରେ ଅଙ୍ଗନ ବାଡ଼ି କର୍ମୀଙ୍କୁ ପ୍ରଶାସନିକ ଅଧିକାରୀ ଦୁର୍ବ୍ୟବହାର ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ କଲେ ଅଙ୍ଗନବାଡ଼ି କର୍ମୀ ସଂଘ 

ଘର ସର୍ଭେରେ ଅଙ୍ଗନ ବାଡ଼ି କର୍ମୀଙ୍କୁ ପ୍ରଶାସନିକ ଅଧିକାରୀ ଦୁର୍ବ୍ୟବହାର ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ କଲେ ଅଙ୍ଗନବାଡ଼ି କର୍ମୀ ସଂଘ 

କାମାକ୍ଷାନଗର – କଙ୍କଡାହାଡ଼ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଘର ସର୍ଭେ ସମୟରେ ବ୍ଲକ ପ୍ରଶାସନିକ ଉଉ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରୁଥିବା ନେଇ ଆଜି ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ବିଡିଓ ଯଶୋବନ୍ତ ଦେହୁରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।ବ୍ଲକ ଅଙ୍ଗନବାଡ଼ି କର୍ମୀ ସଂଘ ସଭାପତି ମାନସି ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ବିଡ଼ିଓ ଶ୍ରୀ ଦେହୁରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ।ସଂଘ ପକ୍ଷରୁ ଅଭିଯୋଗ ଘର ସର୍ଭେ ସମୟରେ ବ୍ଲକ ପ୍ରଶାସନ ତରଫରୁ ଆସୁଥିବା ଉପରିସ୍ଥ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି ।ଘର ସର୍ଭେ କରିବାକୁ ଆସୁଥିବା କର୍ମଚାରୀ ଓ ଅଧିକାରୀ ଅଙ୍ଗନବାଡି କର୍ମୀଙ୍କୁ ନିଜ ସ୍କୁଟି ଆଣି ସେମାନଙ୍କୁ ଘର ଘର ବୁଲାଇବା ପାଇଁ ବାଧ୍ୟ କରିବା ସହିତ ଘର ସର୍ଭେ ସମୟରେ ତଦନ୍ତ ରିପୋର୍ଟରେ ଦସ୍ତଖତ କରିବା ପାଇଁ କହୁଥିଲା ବେଳେ ଯେଉଁମାନଙ୍କ ଘର ବାଦ ପଡିବ ସେଥିପାଇଁ ଅଙ୍ଗନବାଡ଼ି କର୍ମୀ ମାନେ ଦାୟୀ ରହିବା ପାଇଁ ହିତାଧିକାରୀଙ୍କୁ କହୁଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।ଅନୁରୂପ ଭାବେ ଆକାଂକ୍ଷୀ ବ୍ଲକ ସମିକ୍ଷିକା ସନ୍ଦିପ୍ତା ସାହୁ ମାଣ୍ଡିଆପଡା ଏବଂ କଣ୍ଟାପାଳ ସେକ୍ଟର କର୍ମୀଙ୍କୁ ଗାଳି ଗୁଲଜ କରିଥିବା ନେଇ ଅଭିଯୋଗ କରିଛନ୍ତି ।ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେଉଁ କାମ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ନିୟୋଜିତ କରାଯାଉଛି ସେମାନଙ୍କୁ ସମୃକ୍ତ କାମରେ ନିୟୋଜିତ ପୂର୍ଵରୁ ଚିଠି କରିବା ସହିତ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ପ୍ରତି କାର୍ଯ୍ୟାନୁଷ୍ଠାନ ନେବାପାଇଁ ସଙ୍ଘ ପକ୍ଷରୁ ଦାବି ପତ୍ର ଦିଆଯାଇଛି ।ସଂଘର ଦାବି ପ୍ରତି ସୁବିଚାର ନକଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଘେରାଉ କରିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।ଦାବି ପତ୍ର ସମୟରେ ସଂଘ ସମ୍ପାଦକ ରିତାରାଣୀ ଗାଗରାଇଙ୍କ ସହିତ ଅଙ୍ଗନବାଡ଼ି କର୍ମୀ ସଙ୍ଘର ସଦସ୍ୟା ମାନେ ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ     

masiha

ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

Sunil Chandra Nayak

ବଜ୍ରପାତରେ ୨ ଗୋରୁ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!