ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥଯାତ୍ରା ଅବସରରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ

ରଥଯାତ୍ରା ଅବସରରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା: ଇସ୍ପାତ ମାର୍କେଟ ବ୍ୟବସାୟୀ ବୃନ୍ଦ ପବିତ୍ର ରଥଯାତ୍ରା ଉପଲକ୍ଷେ ଇସ୍ପାତ ମାର୍କେଟ ବ୍ୟବସାୟୀ ବୃନ୍ଦ ଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆମ୍ବାଗାନ ଛକ ନିକଟରେ କନିକା ପ୍ରସାଦ, ବିଶୁଦ୍ଧ ପାନୀୟ ଜଳ ବଣ୍ଟନ ତଥା ବଡ଼ଦାଣ୍ଡ ସଫେଇ କରାଯିବ ବୋଲି ବ୍ୟବସାୟୀଙ୍କ ତରଫରୁ ସୂଚନା ଦିଆଯାଇଛି। ବରିଷ୍ଠ ସଦସ୍ୟ ଭଗବାନ ବିଶ୍ବାଳ ଅଧ୍ୟକ୍ଷତା ଓ ପ୍ରାକ୍ତନ ସଭାପତି ଶଙ୍କର ଜେନାଙ୍କ ଆବାହକତ୍ୱ ରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମୁରଲୀଧର ମିଶ୍ର, ବିଜୟ ତ୍ରିପାଠୀ, ଅଶୋକ ଦାସ, ସରୋଜ ଖଟୁଆ, ସୁଶିଲ ଅଗ୍ରୱାଲ,ଅଜୟ ବେହେରା, ଦୁଃଶାସନ ସାହୁ, ଶ୍ୟାମସୁନ୍ଦର ସ୍ବାଇଁ, ପ୍ରିୟବ୍ରତ ସାମଲ, ଶିଶିର ମହାପାତ୍ର, ମୁରଲୀଧର ପାଣିଗ୍ରାହୀ, ଅର୍ଜୁନ ସାହୁ, ପ୍ରହଲ୍ଲାଦ ଜେନା ପ୍ରମୁଖ ଯୋଗଦେଇ ରଥଯାତ୍ରାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବିତରଣ କରିବା ପାଇଁ ସହମତି ପ୍ରକାଶ କରାଯାଇଥିଲା।

ରାଉରକେଲା ଡେକୋରେଟର ଆଣ୍ଡ ଟେଣ୍ଟ ଓନର୍ସ ୱଲଫେୟାର ଆସୋସିଏସନ୍ ସେହିପରି ସେକ୍ଟର ୩ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ର ରଥଖଳା ନିକଟରେ ରାଉରକେଲା ଡେକୋରୋଟର ଆଣ୍ଡ ଟେଣ୍ଟ ଓନର୍ସ ୱଲଫେୟାର ଆସୋସିଏସନ୍ ପକ୍ଷରୁ ରଥଯାତ୍ରାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବିତରଣ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକ, ସମ୍ପାଦକ ତନ୍ମୟ କୁମାର ଷଡଙ୍ଗୀ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶୁଭାଶିଷ ବଳ, ରାଜପାଲ ସିଂ,ଟି ପ୍ରସାଦ ରାଓ, ବାଣେଶ୍ୱର ପ୍ରସାଦ, ରାମଚନ୍ଦ୍ର ଦାସ, ହରି ପଣ୍ଡା ମାଇତି, ସରୋଜ ନନ୍ଦ,ବିନି କୁମାର ସିଂ, ଦୁର୍ଯୋଧନ ବେହେରା, ଗୋପୀ ପ୍ରଧାନ,ରବି ମହାରଣା, ରାକେଶ ପଣ୍ଡା, ବାବୁଲି ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ପରେ ବିଦାୟ ସମ୍ବର୍ଦ୍ଧନା 

ସହଯୋଗର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

Sunil Chandra Nayak

୫ଟି ସଚିବଙ୍କ ବୃନ୍ଦାବାହାଲ ଗସ୍ତ – ଅଭିଯୋଗ ଶୁଣିଲେ , ଖୁବଶୀଘ୍ର କାମ ହେବ ବୋଲି ପ୍ରତିଶ୍ରୁତି ଦେଲେ

Leave a Comment

error: Content is protected !!