ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସେକ୍ଟର ୫ ଅଞ୍ଚଳରୁ ଚୋରି 

ସେକ୍ଟର ୫ ଅଞ୍ଚଳରୁ ଚୋରି 

ରାଉରକେଲା: ସେକ୍ଟର ୫ ଭିଆଇପି ମାର୍କେଟ ନିକଟରେ ଥିବା ବିଜୟ ରାଉତଙ୍କ ପାନ ଦୋକାନରୁ ଗତକାଲି ରାତିରେ କୈ।ଣସି ଦୁବୁର୍ତ୍ତ ପ୍ରାୟ ୩୦ ହଜାର ଟଙ୍କା ମୂଲ୍ୟର ସିଗାରେଟ,କୋଲଡିଙ୍କ୍ସ,ଅମୂଲ,ପାନ ମସଲା ଓ ନଗଦ ଟଙ୍କା ଆଦି ଚୋରି କରିନେଇଛି। ଏସମ୍ପର୍କରେ ଶ୍ରୀ ରାଉତ ସେକ୍ଟର ୭ ଥାନାରେ ଏତଲା ଦେବାରୁ ଥାନା ପକ୍ଷରୁ ଏନେଇ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ ଶ୍ରୀ ରାଉତ ଉକ୍ତ ସ୍ଥାନରେ ପ୍ରାୟ ୧୫ ବର୍ଷ ହେବ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି। ତେବେ ଗତ ରାତି ୧୦ ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯିବା ପରେ କୈ।ଣସି ଦୁବୁର୍ତ୍ତ ଦୋକାନର ଆଜବେଷ୍ଟସ ଟେକି ଏସବୁ ଜିନିଷ ନେଇଯାଇଛି। ଥାନା ପକ୍ଷରୁ ରାତ୍ରି କାଳୀନ ପେଟ୍ରୋଲିଂ ଜୋରଦାର କରିବା ପାଇଁ ଦୋକାନୀ ତଥା ଜନସାଧାରଣଙ୍କ ତରଫରୁ ଦାବି କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଚିହ୍ନା ନବଜାତ ଶିଶୁ ଉଦ୍ଧାର

Sunil Chandra Nayak

କାମାକ୍ଷାନଗରରୁ -ପଶ୍ଚିମବଙ୍ଗ ଯାଉଥିଲା କେନ୍ଦୁକାଠ l ପୂର୍ବ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ଚଢାଉ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ କେନ୍ଦୁ କାଠଗଣ୍ଡି ଜବତ ବନ୍ଧୁକ ଓ ବମ୍ ପକାଇ କେନ୍ଦୁ କାଠ ମାଫିଆ ଫେରାର

Sunil Chandra Nayak

୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୫ ଯୁବକଙ୍କ ନାମରେ ମାମଲା

Sunil Chandra Nayak

Leave a Comment

error: Content is protected !!